ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା ।  କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ପଦବୀରେ ଅନୁସୂଚିତ ଜନଜାତି (ଆଦିବାସୀ)ଙ୍କୁ ସ୍ଥାନ ମିଳିନାହିଁ। ଯାହାକି ଜିଲାରେ ଆଦିବାସୀମାନଙ୍କୁ ଆଘାତ ଲାଗିଛି। ଏହା ପଞ୍ଚାୟତ ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ଆଦିବାସୀମାନେ ପ୍ରକାଶ କରିଛନ୍ତି। ଏହାସହ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସମୀକରଣ ବଦଳି ଯାଇଛି । ଅଧିକାଂଶ ନିର୍ବାଚନ ଫଳାଫଳ ସମ୍ପର୍କରେ ଏବେଠୁ କହିବା କଷ୍ଟକର ବୋଲି କହିଛନ୍ତି । ଭୋଟର ୨ରୁ ୩ ଦିନ ପୂର୍ବରୁ କିଛି କହିହେବ ବୋଲି ସେମାନେ ପ୍ରକାଶ କରୁଛନ୍ତି । ତେବେ ଜୟ ପରାଜୟର ବ୍ୟବଧାନ ଖୁବ୍‌ କମ୍‌ ରହିବ ବୋଲି ସେମାନେ ମତ ରଖିଛନ୍ତି ।
କୃଷି ଓ କୃଷକଙ୍କ ପ୍ରତି ଅନ୍ୟାୟ, ଧାନମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲଙ୍କୁ ପରୋକ୍ଷରେ ଅନୁକମ୍ପା, ମିଲମାଲିକଙ୍କୁ ଚାଉଳ ରିସାଇକ୍ଲିଂରେ ସହଯୋଗ, ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ କରିବା, ଚାଷୀ ପଞ୍ଜିକରଣରେ ଦୁର୍ନୀତି, ଚାଷୀଙ୍କ ନାମରେ ଅର୍ଥ ଆତ୍ମସାତ୍‌, ଗ୍ରାମାଞ୍ଚଳରେ ବିପଦଜ୍ଜନକ ରାସ୍ତାଘାଟ, ଉନ୍ନୟନ ଯୋଜନାରେ ଦୁର୍ନୀତି ଆଦିକୁ ନେଇ ଭୋଟରମାନେ ଅସନ୍ତୁଷ୍ଟ ଅଛନ୍ତି। ଏହି ଅସନ୍ତୋଷ ଜିଲାର ତୁଙ୍ଗ ନେତାଙ୍କୁ ଅଡୁଆରେ ପକାଇଛି । ଅଧିକାଂଶ ନେତା ଭିତିରିଆ ଭାବେ ଭାଜପା ଓ କଂଗ୍ରେସକୁ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି । ଏହି ସୁଯୋଗରେ ବିଜେଡି ବିଦ୍ରୋହୀଙ୍କ ମେଳି ଜମୁଛି । ଆସନ୍ତା ନିର୍ବାଚନାରେ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି ମତ ପ୍ରକାଶ ପାଇଛି । ବିଶେଷକରି ବରୀ, ବଡ଼ଚଣା, ସୁକିନ୍ଦା, କୋରେଇ ଅଞ୍ଚଳରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ଅନ୍ୟପକ୍ଷେ ଯାଜପୁର ଜିଲାର ୭ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଛି। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିଜେଡିର ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି।ଏହି ବିଜୟକୁ ଲକ୍ଷ୍ୟ କରି ବିଜେଡି ସମର୍ଥିତ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସ୍ଥାନୀୟ ନେତାଙ୍କ ଦକ୍ଷତା ଓ କର୍ମଫଳକୁ ନେଇ ଫଳଫଳ ଆସିବ ବୋଲି ମତ ପ୍ରକାଶ ପାଇଛି । ଚଳିତ ନିର୍ବାଚନ ପ୍ରଚାରକୁ କରୋନା କଟକଣା ରୋକିଛି । ଏଥିପାଇଁ ପ୍ରଚାରର ସେତେଟା ଜମି ନ ଥିଲେ ହେଁ ନିଜ ବନ୍ଧୁବାନ୍ଧବ, ପାଖଲୋକଙ୍କୁ ଆପଣେଇବା ଆରମ୍ଭ ହୋଇଛି।ତେବେ ଏ ପର୍ଯ୍ୟନ୍ତ ଜିଲାରେ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର କ୍ୟାମ୍ପନର କିମ୍ବା କୌଣସି ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିନାହିଁ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ତାହା ଜମିବ ବୋଲି ପ୍ରାର୍ଥୀମାନେ କହୁଛନ୍ତି। ବିକାଶ ନାଁରେ ଦୁର୍ନୀତି ଏବଂ କୃଷି ଓ କୃଷକଙ୍କ ପ୍ରତି ଅବହେଳା ବଢିଥିବାରୁ ଭାଜପା ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ନିଶ୍ଚିତ ହୋଇଛି । ଅନ୍ୟପକ୍ଷେ ବିଜେଡି ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ଆପଣାଇବା ପାଇଁ ଉଦ୍ୟମ ଚଳାଇଛି । ସ୍ଥାନୀୟ ବିଜେଡି ନେତାଙ୍କ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି । ଏହା ସେମିଫାଇନାଲ ବୋଲି ବିଜେଡି ସୁପ୍ରିମୋ ପରୋକ୍ଷରେ ସୂଚାଇ ଦେଇଛନ୍ତି । ନିର୍ବାଚନ ଫଳାଫଳ ବିଜେଡି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସୂଚନା ମିଳିଛି । ତେଣୁ ଜିଲାର ସମସ୍ତ ବିଧାୟକ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବିଶେଷକରି ସୋସିଆଲ ମିଡ଼ିଆରେ ପ୍ରଚାର ଜୋର ଧରିଛି । ଏ ସଂକ୍ରାନ୍ତରେ ଆଦିବାସୀ ନେତା ବାବୁଲି ପୂର୍ତ୍ତି କହିଛନ୍ତି, ଯାଜପୁର ଜିଲାରେ ଆଦିବାସୀମାନଙ୍କୁ ସଂରକ୍ଷଣ ତାଲିକାରୁ ବଞ୍ଚିତ କରିବା ସରକାରୀ ଦଳକୁ କାଳ ହେବ। ଆଦିବାସୀମାନେ ଏହା ଠିକ୍‌ ଭାବେ ବୁଝି ସାରିଛନ୍ତି। ତେବେ ଆଗାମୀ ଦିନରେ ସଚେତନ ଜିଲାବାସୀ କାହାକୁ ସମର୍ଥନ କରୁଛନ୍ତି ସେଥିନେଇ ସବୁ ଦଳ ଚିନ୍ତାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମିଗ୍‍ଜୋମ୍‍ର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା; ପଟାଙ୍ଗୀଠାରେ ୫୦୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର,୬।୧୨: କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri