ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ, ଜାରିହେଲା ଜରୁରୀ ସ୍ଥିତି

ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଏନେଇ ସେ ଏକଜିକ୍ୟୁଟିଭ୍‌ ଅର୍ଡର ଜାରି କରିବା ସହିତ ଆମେରିକାର ଆଇନ ବ୍ୟବସ୍ଥା ଅନୁଯାୟୀ ‘ଇଣ୍ଟରନ୍ୟାଶନାଲ ଏମର୍ଜେନ୍ସି ଇକୋନୋମିକ ପାଓ୍ବାର ଆକ୍ଟ(ଆଇଇଇପିଏ) ଏବଂ ନ୍ୟାଶନାଲ ଏମର୍ଜେନ୍ସି ଆକ୍ଟ(ଏନଇଏ) ଅନୁସାରେ କ୍ୟୁବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆମେରିକା ପ୍ରଶାସନ କ୍ୟୁବା ଉପରେ ଜରୁରିକାଳୀନ ସ୍ଥିତି ଜାରି କରିଛି। ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଅନୁସାରେ ଯଦି କୌଣସି ରାଷ୍ଟ୍ର କ୍ୟୁବାକୁ ତୈଳ କିମ୍ବା ଶକ୍ତି ଯୋଗାଣ କରେ ତେବେ ସମ୍ପୃକ୍ତ ରାଷ୍ଟ୍ର ଉପରେ ଆମେରିକା ଉଚ୍ଚ ଟାରିଫ୍‌ ଲଗାଇବ ବୋଲି ଧମକ ଦେଇଛି। କ୍ୟୁବାକୁ ତୈଳ ଏବଂ ଶକ୍ତି ଯୋଗାଣ ବନ୍ଦ ହୋଇଯିବାରୁ ସେଠାକାର ସାଧାରଣ ଜନଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଭେନେଜୁଏଲା ଭଳି କ୍ୟୁବା ସରକାରଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଲକ୍ଷ୍ୟରେ ଟ୍ରମ୍ପ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?