ଟ୍ରମ୍ପ ଜିତିବା ପରେ ଚାଇନାର ବଢିଲାଣି ଟେନଶନ, ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୬।୧୧: ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ବାଜି ମାରି ନେଇଛନ୍ତି। ସେ ଦେଶର ୪୭ତମ ରାଷ୍ଟ୍ରପତି ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ଶୋଚନୀୟ ଭାବେ ପରାଜିତ କରିଛନ୍ତି। ତେବେ ଟ୍ରମ୍ପଙ୍କ ଏହା ଦ୍ୱିତୀୟ ବିଜୟ ଅଟେ। ସେ ୨୦୧୬ରୁ ୨୦୨୦ ଯାଏ ଦେଶର ୪୫ତମ ରାଷ୍ଟ୍ରପତି ହୋଇ ସାରିଛନ୍ତି। ଏବେ ଏହା ତାଙ୍କର ଦ୍ୱିତୀୟ ପାଳି। କହିରଖୁଛୁ କି, ରେଜଲ୍ଟ ଅନୁଯାୟୀ, ଟ୍ରମ୍ପଙ୍କୁ ୨୭୦ ଇଲୋକ୍ଟରଲ ଭୋଟ ମିଳିଛି। ଅର୍ଥାତ୍‌ ସେ ମ୍ୟାଜିକ ନମ୍ବର ଛୁଇଁ ସାରିଛନ୍ତି। ତେବେ ଟ୍ରମ୍ପଙ୍କ ଐତିହାସିକ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଥିବାବେଳେ ପଡୋଶୀ ଦେଶ ଚାଇନାର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଚାଇନା ଏବେ ବାଣିଜ୍ୟବ୍ୟାପାର, ଉଦ୍ୟୋଗ ଓ ପ୍ରତିରକ୍ଷା ପ୍ରସଙ୍ଗକୁ ନେଇ ଆମେରିକା ସହ ଆହୁରି ୪ବର୍ଷ ଯାଏ ସୁସମ୍ପର୍କ ରଖିବାକୁ ଅଣ୍ଟା ଭିଡିଛିି।

ଏହାର କାରଣ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାର ସମୟରେ କହିସାରିଛନ୍ତି ଯେ, ସେ ଚାଇନାରୁ ଆମଦାନୀ କରାଯାଉଥିବା ଦ୍ରବ୍ୟ ଉପରେ ବଡ଼ ପରିମାଣର ଟ୍ୟାକ୍ସ ଲଗାଇବେ। କହିରଖୁଛୁ କି, ଟ୍ରମ୍ପ ଆଣ୍ଟି ଚାଇନା ପଲିସି ଭାବରେ ଲୋକପ୍ରିୟ ଅଟନ୍ତି। ଦେଶରେ ଉତ୍ପାଦନ ବଢାଇବା ସହ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଚାଇନାରୁ ଆମଦାନୀ କରାଯାଉଥିବା ଦ୍ରବ୍ୟ ଉପରେ ୬୦ ପ୍ରତିଶତ ଟ୍ୟାକ୍ସ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଯେତେବେଳେ କି ଅନ୍ୟଦେଶ ଉପରେ ଏହା ମାତ୍ର ୧୦ ପ୍ରତିଶତ ବୋଲି କହିଛନ୍ତି। ଏପରି ହେଲେ ଚାଇନାରୁ ଆମେରିକା ଆସୁଥିବା ମାଲ୍‌ ଉପରେ ରୋକ୍‌ ଲାଗିପାରେ। ତେବେ ଏହାକୁ ନେଇ ଚାଇନାର ରଣନୀତିଜ୍ଞମାନେ କହିଛନ୍ତି କି, ଟ୍ରମ୍ପ ଜିତିବା ଦ୍ୱାରା ଚାଇନାକୁ ଆଗକୁ ବଡ଼ ଝଟ୍‌କା ଲାଗିପାରେ।

ଏହା ବ୍ୟତୀତ ଟ୍ରମ୍ପ ଚାଇନାକୁ ସର୍ବାଧିକ ପସନ୍ଦର ରାଷ୍ଟ୍ରର ମାନ୍ୟତା ଶେଷ କରିବା ପାଇଁ ପ୍ରସ୍ତାବ ଆଣିଛନ୍ତି। ବିଶେଷଜ୍ଞନୁସାରେ, ଚାଇନା ପ୍ରତିବର୍ଷ ଆମେରିକାକୁ ୪୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଥାଏ। ତେବେ ଚଳିତ ଟ୍ରମ୍ପ ଶାସନରେ ଆମେରିକା ଓ ଚାଇନା ମଧ୍ୟରେ ପୁଣିଥରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri