ଟ୍ରମ୍ପ ଜିତିବା ପରେ ଚାଇନାର ବଢିଲାଣି ଟେନଶନ, ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୬।୧୧: ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ବାଜି ମାରି ନେଇଛନ୍ତି। ସେ ଦେଶର ୪୭ତମ ରାଷ୍ଟ୍ରପତି ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ଶୋଚନୀୟ ଭାବେ ପରାଜିତ କରିଛନ୍ତି। ତେବେ ଟ୍ରମ୍ପଙ୍କ ଏହା ଦ୍ୱିତୀୟ ବିଜୟ ଅଟେ। ସେ ୨୦୧୬ରୁ ୨୦୨୦ ଯାଏ ଦେଶର ୪୫ତମ ରାଷ୍ଟ୍ରପତି ହୋଇ ସାରିଛନ୍ତି। ଏବେ ଏହା ତାଙ୍କର ଦ୍ୱିତୀୟ ପାଳି। କହିରଖୁଛୁ କି, ରେଜଲ୍ଟ ଅନୁଯାୟୀ, ଟ୍ରମ୍ପଙ୍କୁ ୨୭୦ ଇଲୋକ୍ଟରଲ ଭୋଟ ମିଳିଛି। ଅର୍ଥାତ୍‌ ସେ ମ୍ୟାଜିକ ନମ୍ବର ଛୁଇଁ ସାରିଛନ୍ତି। ତେବେ ଟ୍ରମ୍ପଙ୍କ ଐତିହାସିକ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଥିବାବେଳେ ପଡୋଶୀ ଦେଶ ଚାଇନାର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଚାଇନା ଏବେ ବାଣିଜ୍ୟବ୍ୟାପାର, ଉଦ୍ୟୋଗ ଓ ପ୍ରତିରକ୍ଷା ପ୍ରସଙ୍ଗକୁ ନେଇ ଆମେରିକା ସହ ଆହୁରି ୪ବର୍ଷ ଯାଏ ସୁସମ୍ପର୍କ ରଖିବାକୁ ଅଣ୍ଟା ଭିଡିଛିି।

ଏହାର କାରଣ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାର ସମୟରେ କହିସାରିଛନ୍ତି ଯେ, ସେ ଚାଇନାରୁ ଆମଦାନୀ କରାଯାଉଥିବା ଦ୍ରବ୍ୟ ଉପରେ ବଡ଼ ପରିମାଣର ଟ୍ୟାକ୍ସ ଲଗାଇବେ। କହିରଖୁଛୁ କି, ଟ୍ରମ୍ପ ଆଣ୍ଟି ଚାଇନା ପଲିସି ଭାବରେ ଲୋକପ୍ରିୟ ଅଟନ୍ତି। ଦେଶରେ ଉତ୍ପାଦନ ବଢାଇବା ସହ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଚାଇନାରୁ ଆମଦାନୀ କରାଯାଉଥିବା ଦ୍ରବ୍ୟ ଉପରେ ୬୦ ପ୍ରତିଶତ ଟ୍ୟାକ୍ସ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଯେତେବେଳେ କି ଅନ୍ୟଦେଶ ଉପରେ ଏହା ମାତ୍ର ୧୦ ପ୍ରତିଶତ ବୋଲି କହିଛନ୍ତି। ଏପରି ହେଲେ ଚାଇନାରୁ ଆମେରିକା ଆସୁଥିବା ମାଲ୍‌ ଉପରେ ରୋକ୍‌ ଲାଗିପାରେ। ତେବେ ଏହାକୁ ନେଇ ଚାଇନାର ରଣନୀତିଜ୍ଞମାନେ କହିଛନ୍ତି କି, ଟ୍ରମ୍ପ ଜିତିବା ଦ୍ୱାରା ଚାଇନାକୁ ଆଗକୁ ବଡ଼ ଝଟ୍‌କା ଲାଗିପାରେ।

ଏହା ବ୍ୟତୀତ ଟ୍ରମ୍ପ ଚାଇନାକୁ ସର୍ବାଧିକ ପସନ୍ଦର ରାଷ୍ଟ୍ରର ମାନ୍ୟତା ଶେଷ କରିବା ପାଇଁ ପ୍ରସ୍ତାବ ଆଣିଛନ୍ତି। ବିଶେଷଜ୍ଞନୁସାରେ, ଚାଇନା ପ୍ରତିବର୍ଷ ଆମେରିକାକୁ ୪୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଥାଏ। ତେବେ ଚଳିତ ଟ୍ରମ୍ପ ଶାସନରେ ଆମେରିକା ଓ ଚାଇନା ମଧ୍ୟରେ ପୁଣିଥରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri