ଆଧାରକାର୍ଡ ନ ଥିବାରୁ ପାଠପଢ଼ାରୁ ବଞ୍ଚିତ ଘଟଣା: ଖବର ପ୍ରକାଶ ପରେ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଇଓ, କହିଲେ…

ଗଞ୍ଜାମ, ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମର ଏସ ସୁରେନ୍ଦ୍ର ଦାସଙ୍କ ଝିଅ ମୋନାଲିସା ଦାସଙ୍କ ଆଧାରକାର୍ଡ ନ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ଏନେଇ ବୁଧବାର ବିଇଓ ପ୍ରଶନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗ୍ରାମରେ ପହଞ୍ଚି ସୁରେନ୍ଦ୍ରଙ୍କ ପରିବାରକୁ ଭେଟିବା ସହ ମୋନାଲିସାଙ୍କୁ ସ୍କୁଲରେ ଆଡମିଶନ ପାଇଁ ଡାକିଛନ୍ତି ବୋଲି ବାପା ସୁରେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ବିଡିଓ ଅଚ୍ୟୁତାନନ୍ଦ ଯାନୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାଁହାନ୍ତି ତା’ହେଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଅନ୍ୟପଟେ ତହସିଲଦାର ସୁକାନ୍ତ ମିଶ୍ର ମଧ୍ୟ ଖବର ପ୍ରସାରଣ ପରେ କ୍ଷୋଭ ପ୍ରକାଶ କରିବା ସହ ଯାହା ଆବଶ୍ୟକ ସେଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ, ସୁରେନ୍ଦ୍ର ଅତ୍ୟନ୍ତ ଗରିବ ଶ୍ରେଣୀର। ସେ ଘୁଷୁରୀ ପାଳନ କରି ପରିବାର ଚଳାନ୍ତି । ମୋନାଲିସାଙ୍କୁ ଦେଢ଼ ବର୍ଷ ହୋଇଥିବା ବେଳେ ମା’ ଆରପାରିକୁ ଚାଲିଗଲେ। ସେପଟେ ଦୁଃଖକଷ୍ଟରେ ବାପା ସୁରେନ୍ଦ୍ର ପୁଅ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ଜିଦ୍‌ରେ ଅଟଳ। ପୁଅ ସଞ୍ଜୟ ଦାସ ମାଟ୍ରିକରେ ଭଲ ମାର୍କ ରଖି ପାସ କରିବା ପରେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ଝିଅ ମୋନାଲିସା ଅଷ୍ଟମ ପାସ କରିବା ପରେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଆଡମିଶନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ମୋନାଲିସା ଆଧାରକାର୍ଡ ପାଇଁ ଗତ ୧୯/୧୨/ ୨୦୨୧ରେ ଆବେଦନ କରିଥିଲେ । ଚାରିବର୍ଷ ହେବ ବାରମ୍ବାର ବ୍ଲକକୁ ଦୌଡୁଥିଲେ ମଧ୍ୟ ଆଧାରକାର୍ଡ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?