ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍‌ଶାନ

ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି। ରବିବାର ଓ ସୋମବାର ମେଳାକୁ ବନ୍ଦ ରଖାଯିବା ସହ ପୀଠ ଓ ସିଂହନାଥ ପୀଠକୁ ସଂଯୋଗ ଥିବା ଟି-ସେତୁରେ ୨ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏପରିକି ଯାତ୍ରାସ୍ଥଳରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟୀଙ୍କୁ ହଟାଇ ଦିଆଯାଇଛି। ଫଳରେ ପୀଠ ପରିସର ଏବଂ ଟି- ସେତୁ ସମ୍ପୂର୍ଣ୍ଣ ଶୂନ୍‌ଶାନ ହୋଇଯାଇଛି। ପ୍ରଶାସନ ତରଫରୁ ସେଠାରେ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାତ୍ରା ସମୟରେ କେବଳ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ ଖାଲି ସମୟରେ କାହିଁକି ଅଧିକ ଫୋର୍ସ ମୁତୟନ କରାଯାଇଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ସଂଖ୍ୟା ଅତି କମ୍‌ଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ନୀଳକଣ୍ଠ ବେହେରା କହିଛନ୍ତି, ୧୪୪ ଧାରା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ଏପରି କରାଯାଇଛି। ଅପରପକ୍ଷେ ଆହତମାନେ ଚିକିତ୍ସା ପରେ ଭଲ ଥିବା ନେଇ ସେ କହିଛନ୍ତି। ବଡ଼ମ୍ବା ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଦାଶରଥି ବେହେରା (୪୮) ତିଗିରିଆସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ସିଂହନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତିରେ ମକର ମେଳା ଉପଲକ୍ଷେ ଶନିବାର ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ଟି-ସେତୁରେ ଅସମ୍ଭାଳ ଭିଡ଼ ଯୋଗୁ ଦଳାଚକାଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ...

ଏସ୍‌ସିବି ଲାଗି ୧୦ ପରାମର୍ଶଦାତା ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୦ଜଣ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ...

୭ ଡିଗ୍ରୀକୁ ଖସିଲା

ଦାରିଙ୍ଗବାଡି,୨।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି।...

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୬୦୬ କେରଳ ଫେରନ୍ତା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): କେରଳରୁ ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ ସ୍ପେଶାଲ ଟ୍ରେନ ସୋମବାର ସକାଳେ ଗଞ୍ଜାମ ଜିଲା ଜଗନ୍ନାଥପୁର ଜଙ୍କସନ୍‌ ଷ୍ଟେଶନରେ ପହଞ୍ଚିଛି। ଏଥିରେ ଗଞ୍ଜାମ ଜଲାର...

ରାତି ଅଧରେ ଜିପିଆର୍‌ଏସ୍‌

ପୁରୀ ଅଫିସ୍‌, ୨୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ(ଜିପିଆର୍‌ଏସ୍‌) କରାଯାଇ...

ଆଜି ଭଉଁରୀ ଯାତ୍ରା

ପୁରୀ ଅଫିସ,୨୨।୫: ଆଜି ପବିତ୍ର ଭଉଁରୀ ଯାତ୍ରା। ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ...

ଦାବି ପୂରଣ ନ ହେଲେ କାମ ବନ୍ଦ

ସୋରଡା,୨୦।୧୧(ଡି.ଏନ୍‌.ଏ): ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ବର୍ତ୍ତମାନ ବହୁ କଷ୍ଟରେ ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ...

ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ...

Advertisement
Archives

Model This Week