ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଭୟରେ ଅଧାପନ୍ତରିଆ କାମକୁ ଲୁଚାଇବା ପାଇଁ ଏବେ କ୍ଷେତ୍ରସ୍ତରରେ ତରବରିଆ ଭାବେ କାର୍ଯ୍ୟ ଚାଲୁ କରାଯାଇଛି। ତେବେ ସରକାରୀ ନିୟମକୁ ଏଡ଼ାଇ ଅଳ୍ପ ମେଟାଲ ପକାଇ ତା’ ଉପରେ ସିଧାସଳଖ ମୋରମ ଢାଳି ଦିଆଯାଉଛି। ଏହି କାର୍ଯ୍ୟରେ ବେଆଇନ ଭାବେ ଜେସିବି ମେଶିନର ବ୍ୟବହାର କରାଯାଇଥିବା ସ୍ପଷ୍ଟ ଭାବେ ଗାଡ଼ିର ଚକା ଚିହ୍ନରୁ ଜଣାପଡ଼ୁଛି। ଖବର ପ୍ରସାରଣ ପରେ ଏଡିଓ ଚୂଡ଼ାମଣି ରାଉତ କହିଛନ୍ତି, ଏହି କାମରେ କେବଳ ଶ୍ରମିକମାନଙ୍କର ପ୍ରାପ୍ୟ ଯାଇଥିଲା ଏବଂ କାର୍ଯ୍ୟ ଚାଲୁ ରହିଛି। ପୂର୍ବରୁ କିଛି ମାଟି ପଡ଼ିଥିଲା ଏବଂ ମେଟାଲ ପକାଇବା ବାକି ଥିଲା, କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଅପରପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ପାଢ଼ୀ କହିଛନ୍ତି, କି ଏନେଇ ମୋ ପାଖରେ ପୂର୍ବରୁ ତଥ୍ୟ ନଥିଲା, କ୍ଷେତ୍ରସ୍ତରରେ ଯାହା କାମ ହୁଏ ତାହା ଏଡିଓ କରନ୍ତି। ଖବର ପ୍ରସାରିତ ହେବା ପରେ ଆମେ ଏ ବିଷୟରେ ଜାଣିଲୁ ଏବଂ ବାକି କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛୁ। ୪୦୦ ମିଟର କାର୍ଯ୍ୟରୁ ପ୍ରାୟ ୨୦୦ ମିଟର କାମ ସରିଲାଣି। କ୍ଷେତ୍ରସ୍ତରୀୟ ସୂଚନା ଅନୁଯାୟୀ, ଶତାଧିକ ଲୋକଙ୍କ ଜବ୍‌କାର୍ଡରେ ପଇସା ପଠାଯାଉଥିଲେ ସୁଦ୍ଧା ବାସ୍ତବରେ ସେତେ ପରିମାଣର ଲୋକ କାମ କରୁନାହାନ୍ତି। ବିଭିନ୍ନ ପଞ୍ଚାୟତରେ କାମ କରୁନଥିବା ବ୍ୟକ୍ତି, ବୃଦ୍ଧବୃଦ୍ଧା, ସ୍କୁଲ ଛାତ୍ର ଏବଂ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ଜବ୍‌ ଡିମାଣ୍ଡ ଦର୍ଶାଇ ମନରେଗା ପଇସା ପଠାଯାଉଛି। ଏହି ଅର୍ଥ ଆସିବା ପରେ ଆକାଉଣ୍ଟଧାରୀଙ୍କୁ ମାତ୍ର ୫୦୦ ଟଙ୍କା ଦିଆଯାଇ ବାକି ସମସ୍ତ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି। ବିନା ଯାଞ୍ଚରେ ମନରେଗା ବିଭାଗ ଏପିଇଓ ଭକ୍ତ ସେଠୀ କେମିତି ବିଲ ପାସ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଥିରୁ ଏପିଇଓ, ଜେଇ, ପିଇଓ, ଜିଆରଏସ, ଏଡିଓ ଏବଂ ଅସାଧୁ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ହେଉଛି। ବାଗଡ଼ିଆଣି ସମେତ ଅନ୍ୟାନ୍ୟ ପଞ୍ଚାୟତରେ କେବଳ ମନରେଗା ନୁହେଁ, ବରଂ ଡିଏମ୍‌ଏଫ୍‌, ଏସ୍‌ଏଫ୍‌ସି, ସିଏଫ୍‌ସି ଏବଂ ଆଇଟିଡିଏ ପାଣ୍ଠିର ଅନେକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ, ସତ୍ୟନାରାୟଣ ବେହେରା ଏବଂ ମଳୟ ଶତପଥୀଙ୍କ ଦାରା କରାଯାଇଥିବା ପ୍ରତ୍ୟେକ ପ୍ରକଳ୍ପକୁ ଯଦି ଜିଲା ପ୍ରଶାସନ ତଥା ଭିଜିଲାନ୍ସ ବିଭାଗ ନିରପେକ୍ଷ ତଦନ୍ତ କରେ, ତେବେ ବିନା କାମରେ ଫଲ୍ସ ବିଲ କରି କୋଟି କୋଟି ଟଙ୍କା ହରିଲୁଟ୍‌ ହୋଇଥିବାର ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ଦାବି ହୋଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍କୁଲ,…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଏମିତି କାମ କଲେ ଶୁଭମନ ଗିଲ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତୀୟ ଅଧିନାୟକ…

ଆଜି ରାତିରେ ଘଟିବ ବିରଳ ସଂଯୋଗ: ବୃଷ-ମିଥୁନ ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ଘରକୁ ଆସିବ ଖୁସିଖବର!

ଅକ୍ଟୋବର ୨୯ ତାରିଖ ରାତିରେ ଚନ୍ଦ୍ରମା ବୃଷ ରାଶିରୁ ବାହାରି ତୁଳା ରାଶିକୁ ଗୋଚର କରିବେ। ରାତି ୧୦ଟା ୭ ମିନିଟରେ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?