ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଭୟରେ ଅଧାପନ୍ତରିଆ କାମକୁ ଲୁଚାଇବା ପାଇଁ ଏବେ କ୍ଷେତ୍ରସ୍ତରରେ ତରବରିଆ ଭାବେ କାର୍ଯ୍ୟ ଚାଲୁ କରାଯାଇଛି। ତେବେ ସରକାରୀ ନିୟମକୁ ଏଡ଼ାଇ ଅଳ୍ପ ମେଟାଲ ପକାଇ ତା’ ଉପରେ ସିଧାସଳଖ ମୋରମ ଢାଳି ଦିଆଯାଉଛି। ଏହି କାର୍ଯ୍ୟରେ ବେଆଇନ ଭାବେ ଜେସିବି ମେଶିନର ବ୍ୟବହାର କରାଯାଇଥିବା ସ୍ପଷ୍ଟ ଭାବେ ଗାଡ଼ିର ଚକା ଚିହ୍ନରୁ ଜଣାପଡ଼ୁଛି। ଖବର ପ୍ରସାରଣ ପରେ ଏଡିଓ ଚୂଡ଼ାମଣି ରାଉତ କହିଛନ୍ତି, ଏହି କାମରେ କେବଳ ଶ୍ରମିକମାନଙ୍କର ପ୍ରାପ୍ୟ ଯାଇଥିଲା ଏବଂ କାର୍ଯ୍ୟ ଚାଲୁ ରହିଛି। ପୂର୍ବରୁ କିଛି ମାଟି ପଡ଼ିଥିଲା ଏବଂ ମେଟାଲ ପକାଇବା ବାକି ଥିଲା, କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଅପରପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ପାଢ଼ୀ କହିଛନ୍ତି, କି ଏନେଇ ମୋ ପାଖରେ ପୂର୍ବରୁ ତଥ୍ୟ ନଥିଲା, କ୍ଷେତ୍ରସ୍ତରରେ ଯାହା କାମ ହୁଏ ତାହା ଏଡିଓ କରନ୍ତି। ଖବର ପ୍ରସାରିତ ହେବା ପରେ ଆମେ ଏ ବିଷୟରେ ଜାଣିଲୁ ଏବଂ ବାକି କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛୁ। ୪୦୦ ମିଟର କାର୍ଯ୍ୟରୁ ପ୍ରାୟ ୨୦୦ ମିଟର କାମ ସରିଲାଣି। କ୍ଷେତ୍ରସ୍ତରୀୟ ସୂଚନା ଅନୁଯାୟୀ, ଶତାଧିକ ଲୋକଙ୍କ ଜବ୍‌କାର୍ଡରେ ପଇସା ପଠାଯାଉଥିଲେ ସୁଦ୍ଧା ବାସ୍ତବରେ ସେତେ ପରିମାଣର ଲୋକ କାମ କରୁନାହାନ୍ତି। ବିଭିନ୍ନ ପଞ୍ଚାୟତରେ କାମ କରୁନଥିବା ବ୍ୟକ୍ତି, ବୃଦ୍ଧବୃଦ୍ଧା, ସ୍କୁଲ ଛାତ୍ର ଏବଂ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ଜବ୍‌ ଡିମାଣ୍ଡ ଦର୍ଶାଇ ମନରେଗା ପଇସା ପଠାଯାଉଛି। ଏହି ଅର୍ଥ ଆସିବା ପରେ ଆକାଉଣ୍ଟଧାରୀଙ୍କୁ ମାତ୍ର ୫୦୦ ଟଙ୍କା ଦିଆଯାଇ ବାକି ସମସ୍ତ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି। ବିନା ଯାଞ୍ଚରେ ମନରେଗା ବିଭାଗ ଏପିଇଓ ଭକ୍ତ ସେଠୀ କେମିତି ବିଲ ପାସ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଥିରୁ ଏପିଇଓ, ଜେଇ, ପିଇଓ, ଜିଆରଏସ, ଏଡିଓ ଏବଂ ଅସାଧୁ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ହେଉଛି। ବାଗଡ଼ିଆଣି ସମେତ ଅନ୍ୟାନ୍ୟ ପଞ୍ଚାୟତରେ କେବଳ ମନରେଗା ନୁହେଁ, ବରଂ ଡିଏମ୍‌ଏଫ୍‌, ଏସ୍‌ଏଫ୍‌ସି, ସିଏଫ୍‌ସି ଏବଂ ଆଇଟିଡିଏ ପାଣ୍ଠିର ଅନେକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ, ସତ୍ୟନାରାୟଣ ବେହେରା ଏବଂ ମଳୟ ଶତପଥୀଙ୍କ ଦାରା କରାଯାଇଥିବା ପ୍ରତ୍ୟେକ ପ୍ରକଳ୍ପକୁ ଯଦି ଜିଲା ପ୍ରଶାସନ ତଥା ଭିଜିଲାନ୍ସ ବିଭାଗ ନିରପେକ୍ଷ ତଦନ୍ତ କରେ, ତେବେ ବିନା କାମରେ ଫଲ୍ସ ବିଲ କରି କୋଟି କୋଟି ଟଙ୍କା ହରିଲୁଟ୍‌ ହୋଇଥିବାର ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ଦାବି ହୋଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri