କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ ପ୍ରଭାବିତ କରିଛି। ଲୋକଙ୍କ ହାତରେ ଟଙ୍କା ନ ଥିବାବେଳେ ଦରଦାମ ବୃଦ୍ଧି ବେଡି ଉପରେ କୋରାଡ଼ା ମାଡ଼ ପରି ମନେ ହେଉଥିବା ଅର୍ଥଶାସ୍ତ୍ରୀ ମତପୋଷଣ କରୁଛନ୍ତି। ଏହାଦ୍ୱାରା ଦେଶର ମଧ୍ୟବିତ୍ତ ଅଧିକ ପ୍ରଭାବିତ ହୋଇଛନ୍ତି। ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ପେଟ୍ରୋଲ-ଡିଜେଲ, ଗ୍ୟାସ୍‌, ସିଏନ୍‌ଜି, ପ୍ଲାଟଫର୍ମ ଟିକଟ, ଟ୍ରେନ୍‌, ବିମାନ ଭଡ଼ା ଆଦି ବଢ଼ିଛି। ଏହାଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଅପହଞ୍ଚ ହେବାରେ ଲାଗିଛି। ପେଟ୍ରୋଲ ଡିଜେଲ୍‌ ଉପରେ ୬୦ ପ୍ରତିଶତ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁହୋଇଛି। ଫଳରେ ୩୬ ଟଙ୍କାର ପେଟ୍ରୋଲ ଦାମ ଉପରେ ୫୫ ଟଙ୍କା ଟିକସ ବୋଝ ଲଦି ହୋଇଯାଇଛି। ପେଟ୍ରୋଲ ଲିଟର ଦାମ ୯୧ ଟଙ୍କାରେ ପହଞ୍ଚିଛି। ୨୦୨୧ ଫେବୃୟାରୀ ୧୫ରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୮୮.୯୯ ଟଙ୍କା ଥିଲା। ଏବେ ଏହା ୯୧.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ୨୦୨୦ ଡିସେମ୍ବର ୧ରେ ଗ୍ୟାସ ସିଲିଣ୍ଡର ଦାମ ୫୯୪ ଟଙ୍କା ଥିଲା। ଏବେ ଏହା ୨୨୫ ଟଙ୍କା ବୃଦ୍ଧି ପାଇ ୮୧୯ ଟଙ୍କା ଛୁଇଁଛି। ଅପରପକ୍ଷରେ ପ୍ଲାଟଫର୍ମ ଟିକଟ, ଟ୍ରେନ୍‌, ବିମାନ ଭଡ଼ା ଓ ବସ ଭଡ଼ା ବୃଦ୍ଧିର ନକାରାତ୍ମକ ପ୍ରଭାବ ପରିବହନ ବ୍ୟବସ୍ଥା ଉପରେ ପଡ଼ିଛି। ଏହାଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଡ଼ାରେ ବୃଦ୍ଧି ଘଟିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri