କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ ପ୍ରଭାବିତ କରିଛି। ଲୋକଙ୍କ ହାତରେ ଟଙ୍କା ନ ଥିବାବେଳେ ଦରଦାମ ବୃଦ୍ଧି ବେଡି ଉପରେ କୋରାଡ଼ା ମାଡ଼ ପରି ମନେ ହେଉଥିବା ଅର୍ଥଶାସ୍ତ୍ରୀ ମତପୋଷଣ କରୁଛନ୍ତି। ଏହାଦ୍ୱାରା ଦେଶର ମଧ୍ୟବିତ୍ତ ଅଧିକ ପ୍ରଭାବିତ ହୋଇଛନ୍ତି। ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ପେଟ୍ରୋଲ-ଡିଜେଲ, ଗ୍ୟାସ୍‌, ସିଏନ୍‌ଜି, ପ୍ଲାଟଫର୍ମ ଟିକଟ, ଟ୍ରେନ୍‌, ବିମାନ ଭଡ଼ା ଆଦି ବଢ଼ିଛି। ଏହାଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଅପହଞ୍ଚ ହେବାରେ ଲାଗିଛି। ପେଟ୍ରୋଲ ଡିଜେଲ୍‌ ଉପରେ ୬୦ ପ୍ରତିଶତ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁହୋଇଛି। ଫଳରେ ୩୬ ଟଙ୍କାର ପେଟ୍ରୋଲ ଦାମ ଉପରେ ୫୫ ଟଙ୍କା ଟିକସ ବୋଝ ଲଦି ହୋଇଯାଇଛି। ପେଟ୍ରୋଲ ଲିଟର ଦାମ ୯୧ ଟଙ୍କାରେ ପହଞ୍ଚିଛି। ୨୦୨୧ ଫେବୃୟାରୀ ୧୫ରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୮୮.୯୯ ଟଙ୍କା ଥିଲା। ଏବେ ଏହା ୯୧.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ୨୦୨୦ ଡିସେମ୍ବର ୧ରେ ଗ୍ୟାସ ସିଲିଣ୍ଡର ଦାମ ୫୯୪ ଟଙ୍କା ଥିଲା। ଏବେ ଏହା ୨୨୫ ଟଙ୍କା ବୃଦ୍ଧି ପାଇ ୮୧୯ ଟଙ୍କା ଛୁଇଁଛି। ଅପରପକ୍ଷରେ ପ୍ଲାଟଫର୍ମ ଟିକଟ, ଟ୍ରେନ୍‌, ବିମାନ ଭଡ଼ା ଓ ବସ ଭଡ଼ା ବୃଦ୍ଧିର ନକାରାତ୍ମକ ପ୍ରଭାବ ପରିବହନ ବ୍ୟବସ୍ଥା ଉପରେ ପଡ଼ିଛି। ଏହାଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଡ଼ାରେ ବୃଦ୍ଧି ଘଟିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri