ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା ଦେଲେ ଜଣେ ଭାରତୀୟ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨୧।୧:ଆମେରିକୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ, ବିବେକ ଘୋଷଣା କରିଥିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନରେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱରୁ ଓହରି ଯାଉଛନ୍ତି। ଟ୍ରମ୍ପ ତାଙ୍କୁ ଏଲନ ମସ୍କଙ୍କ ସହ ନୂଆ ବିଭାଗ DOGE ପରିଚାଳନା କରିବାକୁ କହିଥିଲେ। କିନ୍ତୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମୟ ପାଖେଇ ଆସିବାବେଳେ ବିବେକ ଏଡାଠାରୁ ଦୂରତା ବଜାୟ ରଖିଥିଲେ। ବିବେକ ଏନେଇ X ରେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ଓହାଇଓରେ ତାଙ୍କର ଭବିଷ୍ୟତ ଯୋଜନା ପ୍ରକାଶ କରିବେ।

ବିବେକ ରାମସ୍ବାମୀ ଓହାଇଓରୁ ରାଜ୍ୟପାଳ ର୍ନିବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ସେ ବିଦ୍ୟମାନ ଆମେରିକୀୟ ବ୍ୟବସ୍ଥା ଉପରେ ଆକ୍ରମଣ ପାଇଁ ନିରନ୍ତର ଖବରରେ ରହିଛନ୍ତି। ବିବେକଙ୍କ ରାଜନୈତିକ ଆକ୍ରମଣ ରାଷ୍ଟ୍ରପତି ର୍ନିବାଚନ ସମୟରେ ବାଇଡେନ-ହାରିସଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତିକୁ ମଜବୁତ କରିଥିଲା। ସେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କର ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲେ କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ ଘୋଷଣା କରିଥିଲେ।

ଯୁବ ଏବଂ ମଧ୍ୟବିତ୍ତ ଆମେରିକୀୟଙ୍କ ମଧ୍ୟରେ ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ଯୋଗୁଁ, ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହା ଘଟିଲା ନାହିଁ। ଟ୍ରମ୍ପ ତାଙ୍କୁ ଏକ ବଡ଼ ପଦବୀ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ର୍ନିବାଚନରେ ବିଜୟୀ ହେବା ପରେ, ବିବେକଙ୍କ ସମର୍ଥକମାନେ ଆଶା କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ତାଙ୍କର ବୈଦେଶିକ ମନ୍ତ୍ରୀ କରିପାରନ୍ତି। ଟ୍ରମ୍ପ ତାଙ୍କୁ ଏଲନ ମସ୍କଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିବା ଏକ ନୂଆ ବିଭାଗ DOGE ସହିତ ଜଡିତ କରିଥିଲେ। ଏହା ବିବେକଙ୍କ ରାଜନୈତିକ କ୍ୟାରିଅର ପାଇଁ ଭଲ ସଙ୍କେତ ନଥିଲା। ସମୟ ସହିତ, ସେ ଏଥିରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଟ୍ରମ୍ପ ଶପଥ ନେବା ମାତ୍ରେ ଏହାର ସାର୍ବଜନୀନ ଘୋଷଣା କରିଥିଲେ।

ବିବେକ ରାମସ୍ବାମୀ ଜଣେ ଭାରତୀୟ-ଆମେରିକୀୟ ବ୍ୟବସାୟୀ, ଲେଖକ ଏବଂ ରାଜନେତା। ଗତ ବର୍ଷ ସେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନିଜର ଭାଗ୍ୟ ଚେଷ୍ଟା କରିଥିଲେ। ଯଦିଓ ସେ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱ ବିରୋଧରେ ଠିଆ ହୋଇପାରିଲେ ନାହିଁ, କିନ୍ତୁ ତାଙ୍କର ରାଜନୈତିକ ଦୃଷ୍ଟିକୋଣ ଏବଂ ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ସେ ବହୁତ ଲୋକପ୍ରିୟ ହୋଇଗଲେ। ଟ୍ରମ୍ପ ଅନେକ ଥର ବିବେକଙ୍କୁ ପ୍ରଶଂସା କରିଛନ୍ତି ଏବଂ ର୍ନିବାଚନ ଜିତିବା ପରେ ବିବେକ ରାମସ୍ବାମୀଙ୍କୁ ଏକ ବଡ଼ ଭୂମିକା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବିବେକଙ୍କ ସମର୍ଥକମାନେ ଭାବନ୍ତି ଯେ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ଭୋଟର ଏବଂ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିବେକଙ୍କୁ ରାଜନୈତିକ ଭାବରେ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri