ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ତେଲୁଗୁ ସିନେମା ପରେ ନାଗା ଚୈତନ୍ୟ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ,  ସାମନ୍ଥା ରୁଥ ପ୍ରଭୁଙ୍କ ଠାରୁ ଛାଡପତ୍ର ନେବା ପରେ ନାଗା ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୨ରେ, ପୋଷ୍ଟ ଶେୟାର କରି ଛାଡପତ୍ର ବିଷୟରେ ସୂଚନା ଦେଇଥିଲେ। ନାଗା ତାଙ୍କ ପୋଷ୍ଟରେ ଏକ ବହିର ଫଟୋ ଶେୟାର କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ଜୀବନ ପାଇଁ ଏକ ପ୍ରେମ ଚିଠି। ତାଙ୍କ ପୋଷ୍ଟରେ ମଧ୍ୟ ସେ @officiallymcconaughey ଙ୍କୁ ଟ୍ୟାଗ କରି କହି ତାଙ୍କର ଯାତ୍ରା ବାଣ୍ଟିଥିବାରୁ ଧନ୍ୟବାଦ ଏବଂ ଏହି ପୁସ୍ତକଟି ତାଙ୍କ ପାଇଁ ସବୁଜ ଆଲୋକ ସଦୃଶ ବୋଲି ସେ କହିଛନ୍ତି।
ନାଗା ଚୈତନ୍ୟ ୪୫ ଦିନ ହେବ ଇନଷ୍ଟାଗ୍ରାମରୁ ଦୂରରେ ଥିଲେ। ନାଗା ସୋସିଆଲ ମିଡିଆରେ ଏତେ ସକ୍ରିୟ ନ ଥାନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ପସନ୍ଦ କରନ୍ତି ନାହିଁ ବୋଲି ଅନେକ ସାକ୍ଷାତକାରରେ ସେ କହିଛନ୍ତି। କାରଣ ସେ ତାଙ୍କର ଗୋପନୀୟତା ରଖିବାକୁ ଚାହାନ୍ତି। ଏପର୍ଯ୍ୟନ୍ତ ସେ ନିଜ ଇନଷ୍ଟାଗ୍ରାମରେ କେବଳ ୫୨ଟି ଫଟୋ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri