‘ବିକ୍ରି ପରବର୍ତ୍ତୀ ସେବା, ସୁବିଧାକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ଟାଟା ମୋର୍ଟସ ନିକଟରେ ତା’ର ସ୍ମଲ୍‌ କମର୍ସିଆଲ ଭେଇକିଲ୍ସ (ଏସ୍‌ସିଭି) ବର୍ଗର ନୂତନ ମଡେଲ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଥିଲା। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ଗ୍ଲୋବାଲ ହେଡ୍‌ (କଷ୍ଟମର କେୟାର,କମର୍ସିଆଲ ଭେଇକିଲ ବିଜ୍‌ନେସ ୟୁନିଟ୍‌) ଆର୍‌. ରାମକ୍ରିଷ୍ଣନ କହିଥିଲେ, କମ୍ପାନୀ ଉଭୟ ଗୁଣାତ୍ମକ ଯାନ ନିର୍ମାତା ଏବଂ ଗ୍ରାହକ କେନ୍ଦ୍ରିକତାକୁ ସର୍ବଦା ଅଗ୍ରାଧିକାର ଦେଇ ଆସିଛି। ସେହିଭଳି କମ୍ପାନୀର ସମ୍ପୂର୍ଣ୍ଣ ସେବା ୨.୦ ମାଧ୍ୟମରେ ବାର୍ଷିକ ସମାଧାନ ପ୍ୟାକେଜ ଓ ରୋଡ୍‌ ସାଇଡ୍‌ ଆସିଷ୍ଟାଣ୍ଟ ସର୍ଭିସ୍‌ ମଧ୍ୟ ପ୍ରଦାନ କରିଥାଏ। ସେହିପରି କମ୍ପାନୀର ମୁଖ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଟାଟା ଆଲର୍ଟ, ରୋଡ୍‌ ସାଇଡ୍‌ ଆସିଷ୍ଟାଣ୍ଟ ପାଇଁ ସୂଚନା ମିଳିବାର ୩୦ମିନିଟ୍‌ ମଧ୍ୟରେ ନିଶ୍ଚିତ ପ୍ରତିକ୍ରିୟା ଏବଂ ପ୍ରାୟ ୨ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରୟାସ କରାଯାଇଥାଏ। ଏପରିକି ୱାରେଣ୍ଟି ଅଧୀନରେ ଥିବା ଯାନଗୁଡ଼ିକ ପାଇଁ ୨୪ଘଣ୍ଟା ମଧ୍ୟରେ ନିଶ୍ଚିତ ସେବା ଓ ସମାଧାନ ପ୍ରଦାନ କରାଯାଇଥାଏ। ଅପରପକ୍ଷରେ ଟାଟା ଜିପି ଏକ ନିର୍ଦ୍ଦିଷ୍ଟ ମରାମତି ସମୟ ନିଶ୍ଚିତତା ସହ ପ୍ରାୟ ୪୮ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ସମସ୍ୟାର ସମାଧାନ କରିଥାଏ। ଏପରିକି ଟାଟା ଗୁରୁ ଜରିଆରେ ୫୦,୦୦୦ରୁ ଅଧିକ ତାଲିମପ୍ରାପ୍ତ ଟେକ୍ନିସିଆନ୍‌ ସମଗ୍ର ଦେଶରେ କମ୍ପାନୀର ଯାନ ମରାମତି ଏବଂ ସେବା ପାଇଁ ରାସ୍ତାକଡ଼ ଏବଂ କର୍ମଶାଳା ସହାୟତା ପ୍ରଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏସବୁ ହେଉଛି ଟାଟା ମୋଟର୍ସ ମାଧ୍ୟମରେ ବିତରଣ ୨୮୦୦ରୁ ଅଧିକ ଟଚ୍‌ ପଏଣ୍ଟ ସେବା ନେଟ୍‌ୱର୍କର ବିସ୍ତୃତ ଡିଲରଶିପ୍‌ ପଏଣ୍ଟ ଏବଂ ଦେଶର ପ୍ରତ୍ୟେକ ୬୨ କି.ମି.ରୁ ଅଧିକ ସେବା ସୁବିଧା ସହ ତାଲିମପ୍ରାପ୍ତ ବିଶେଷଜ୍ଞ ଏବଂ ଟାଟା ଜେନୁଇନ୍‌ ପାର୍ଟସ୍‌ ଦ୍ୱାରା ସମର୍ଥିତ ରହିଛି। କମ୍ପାନୀ ତା’ର ଯାନ ବିକ୍ରୟ ପରେ ଆବଶ୍ୟକ ସେବାକୁ ମଧ୍ୟ ଇକୋ-ସିଷ୍ଟମ ବିକଶିତ କରିଛି, ଯେଉଁଠାରେ ଗ୍ରାହକମାନେ ୨୯ ରାଜ୍ୟ ସହ ୨୫୦ରୁ ଅଧିକ ଟାଟା ମୋଟର୍ସ ଇଞ୍ଜିନିୟର, ୧୫୦୦ରୁ ଅଧିକ ଚ୍ୟାନେଲ ସହଭାଗୀ ଏବଂ ଉପକରଣ ସୁବିଧା ଓ ୨୪x୭ ମୋବାଇଲ ଭ୍ୟାନ୍‌ ଟାଟା ମୋଟର୍ସ ବିସ୍ତୃତ ଡିଲରଶିପ୍‌ ସେବା ନେଟ୍‌ୱର୍କ ଜରିଆରେ ଯୋଗାଇ ଦେଉଛି। ସମଗ୍ର ଦେଶରେ ଉପଲବ୍ଧ ଏବଂ ସମ୍ପୂର୍ଣ୍ଣ ସେବା ଯୋଜନା ଅଧୀନରେ ଅନନ୍ୟ ସେବା ପ୍ରଦାନ କରିଥାଏ। ଏପରିକି ସମ୍ପୂର୍ଣ୍ଣ ସେବାର ମୁଖ୍ୟ ଆକର୍ଷଣ ହେଉଛି ଟାଟା ଜିପି ପ୍ରୋଗ୍ରାମ ଯାହା ସମାଧାନ ପାଇଁ ଡିଜାଇନ୍‌ ହୋଇଛି। ୮ ଘଣ୍ଟା ମଧ୍ୟରେ କର୍ମଶାଳାରେ ନିୟମିତ ସେବା ଏବଂ ପ୍ରମୁଖ ଏଗ୍ରିମେଣ୍ଟ ମରାମତି ପାଇଁ ସମସ୍ୟା ୪୮ଘଣ୍ଟା ମଧ୍ୟରେ ଟାଟା ମୋଟର୍ସ ଗ୍ରାହକଙ୍କୁ ୫୦୦୦ ଟଙ୍କା କ୍ଷତିପୂରଣ ଦେଇଥାଏ। ବିଶେଷକରି ସମସ୍ତ ଟ୍ରକ୍‌ ପାଇଁ ପ୍ରତିଦିନ ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ୨୪ ଘଣ୍ଟା ବିଳମ୍ବ ପାଇଁ ପ୍ରିମା ଟିପ୍ପର ଉପରେ ପ୍ରତିଦିନ ୫୦୦୦ ଟଙ୍କାର କ୍ଷତି ପୂରଣ କମ୍ପାନୀ ଗ୍ରାହକଙ୍କୁ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri