Posted inଜାତୀୟ

ସୀମା ଆରପଟୁ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର…ସେନା ସହ ଲଢ଼ିବାର କ୍ଷମତା ନାହିଁ, ହେଲେ କରୁଛି ସାଇବର ଆଟାକ୍‌

ଇସଲାମାବାଦ,୨୯।୪: ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ ସାଇବର ଆକ୍ରମଣ ଭଳି କାପୁରୁଷୋଚିତ କାର୍ଯ୍ୟ କରାଯାଉଛି। ପାକିସ୍ତାନରୁ ଭାରତୀୟ ସେନା ସହ ଜଡିତ ଅଟୋନୋମସ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରିବାକୁ ଚେଷ୍ଟା କରାଯାଇଛି। ଏହି ଘଟଣା ଗତ ଦୁଇ ଦିନରେ ଦୁଇଥର ଘଟିଛି। ତେବେ ଏହି ଓ୍ବେବ୍‌ସାଇଟ୍‌ଗୁଡ଼ିକ ଭାରତୀୟ ସେନାର ନେଟୱାର୍କ ସହିତ ଜଡ଼ିତ ନୁହନ୍ତି।

ଯାହା ସୂଚନା ରହିଛି ପାକିସ୍ତାନ ସ୍ଥିତ ସାଇବର ଗ୍ରୁପ IOK ହ୍ୟାକର୍‌ ଭାରତୀୟ ସେନା ସହିତ ଜଡିତ କିଛି ସାର୍ବଜନୀନ ୱେବସାଇଟ୍‌କୁ ଟାର୍ଗେଟ କରିଥିଲା। ଆର୍ମି ପବ୍ଲିକ ସ୍କୁଲ ଶ୍ରୀନଗର, ରାଣୀଖେତ ୱେବସାଇଟ୍‌, ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେଶନ ଏବଂ ଏୟାରଫୋର୍ସ ପ୍ଲେସମେଣ୍ଟ ପୋର୍ଟାଲ୍‌କୁ ଟାର୍ଗେଟ କରାଯାଇଥିଲା। ଏହା ଜଣାପଡିବା ମାତ୍ରେ, ଦେଶର ସାଇବର ଏଜେନ୍ସିଗୁଡ଼ିକ ସୀମା ଆରପାରିରେ ହେଉଥିବା କାର୍ଯ୍ୟକଳାପକୁ ଟ୍ରାକ୍‌ କରିଥିଲେ। ଏହି ସମୟରେ ହ୍ୟାକରଙ୍କ ଲୋକେଶନ୍‌ ପାକିସ୍ତାନ ବୋଲି ଜଣାପଡିଥିଲା। ଏହା ସହିତ ସାଇବର ଏଜେନ୍ସିଗୁଡ଼ିକ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଯାହାଦ୍ୱାରା ଏହି ୱେବସାଇଟ୍‌ଗୁଡ଼ିକର ସମ୍ବେଦନଶୀଳତା ଏବଂ ସେମାନଙ୍କର କାର୍ଯ୍ୟକ୍ଷମ ନେଟୱାର୍କ ପ୍ରଭାବିତ ହୋଇ ନ ଥିଲା।

କେବଳ ଏତିକି ନୁହେଁ, ରାଜସ୍ଥାନ ଶିକ୍ଷା ବିଭାଗର ସରକାରୀ ୱେବସାଇଟ ମଧ୍ୟ ହ୍ୟାକ୍‌ ହୋଇଯାଇଛି। ଅଧିକାରୀମାନେ କହିଛନ୍ତି ଯେ ୱେବସାଇଟ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ମନ୍ତ୍ରୀ ଶିକ୍ଷା ବିଭାଗର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ସତର୍କ କରାଇ ଦେଇଛନ୍ତି। ୱେବସାଇଟ୍‌ର ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଘଟଣା ବିଷୟରେ ବିଭାଗର ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅବଗତ କରାଯାଇଛି।

ଏହି ସାଇବର ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ଅଛି ଏବଂ କି ପ୍ରକାରର ସୂଚନା କ୍ଷତିଗ୍ରସ୍ତ ହୋଇଛି ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି। ତଥାପି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରକାରର ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ସମସ୍ତ ସିଷ୍ଟମର ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri