Posted inଜାତୀୟ

ସୀମା ଆରପଟୁ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର…ସେନା ସହ ଲଢ଼ିବାର କ୍ଷମତା ନାହିଁ, ହେଲେ କରୁଛି ସାଇବର ଆଟାକ୍‌

ଇସଲାମାବାଦ,୨୯।୪: ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ ସାଇବର ଆକ୍ରମଣ ଭଳି କାପୁରୁଷୋଚିତ କାର୍ଯ୍ୟ କରାଯାଉଛି। ପାକିସ୍ତାନରୁ ଭାରତୀୟ ସେନା ସହ ଜଡିତ ଅଟୋନୋମସ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରିବାକୁ ଚେଷ୍ଟା କରାଯାଇଛି। ଏହି ଘଟଣା ଗତ ଦୁଇ ଦିନରେ ଦୁଇଥର ଘଟିଛି। ତେବେ ଏହି ଓ୍ବେବ୍‌ସାଇଟ୍‌ଗୁଡ଼ିକ ଭାରତୀୟ ସେନାର ନେଟୱାର୍କ ସହିତ ଜଡ଼ିତ ନୁହନ୍ତି।

ଯାହା ସୂଚନା ରହିଛି ପାକିସ୍ତାନ ସ୍ଥିତ ସାଇବର ଗ୍ରୁପ IOK ହ୍ୟାକର୍‌ ଭାରତୀୟ ସେନା ସହିତ ଜଡିତ କିଛି ସାର୍ବଜନୀନ ୱେବସାଇଟ୍‌କୁ ଟାର୍ଗେଟ କରିଥିଲା। ଆର୍ମି ପବ୍ଲିକ ସ୍କୁଲ ଶ୍ରୀନଗର, ରାଣୀଖେତ ୱେବସାଇଟ୍‌, ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେଶନ ଏବଂ ଏୟାରଫୋର୍ସ ପ୍ଲେସମେଣ୍ଟ ପୋର୍ଟାଲ୍‌କୁ ଟାର୍ଗେଟ କରାଯାଇଥିଲା। ଏହା ଜଣାପଡିବା ମାତ୍ରେ, ଦେଶର ସାଇବର ଏଜେନ୍ସିଗୁଡ଼ିକ ସୀମା ଆରପାରିରେ ହେଉଥିବା କାର୍ଯ୍ୟକଳାପକୁ ଟ୍ରାକ୍‌ କରିଥିଲେ। ଏହି ସମୟରେ ହ୍ୟାକରଙ୍କ ଲୋକେଶନ୍‌ ପାକିସ୍ତାନ ବୋଲି ଜଣାପଡିଥିଲା। ଏହା ସହିତ ସାଇବର ଏଜେନ୍ସିଗୁଡ଼ିକ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଯାହାଦ୍ୱାରା ଏହି ୱେବସାଇଟ୍‌ଗୁଡ଼ିକର ସମ୍ବେଦନଶୀଳତା ଏବଂ ସେମାନଙ୍କର କାର୍ଯ୍ୟକ୍ଷମ ନେଟୱାର୍କ ପ୍ରଭାବିତ ହୋଇ ନ ଥିଲା।

କେବଳ ଏତିକି ନୁହେଁ, ରାଜସ୍ଥାନ ଶିକ୍ଷା ବିଭାଗର ସରକାରୀ ୱେବସାଇଟ ମଧ୍ୟ ହ୍ୟାକ୍‌ ହୋଇଯାଇଛି। ଅଧିକାରୀମାନେ କହିଛନ୍ତି ଯେ ୱେବସାଇଟ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ମନ୍ତ୍ରୀ ଶିକ୍ଷା ବିଭାଗର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ସତର୍କ କରାଇ ଦେଇଛନ୍ତି। ୱେବସାଇଟ୍‌ର ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଘଟଣା ବିଷୟରେ ବିଭାଗର ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅବଗତ କରାଯାଇଛି।

ଏହି ସାଇବର ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ଅଛି ଏବଂ କି ପ୍ରକାରର ସୂଚନା କ୍ଷତିଗ୍ରସ୍ତ ହୋଇଛି ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି। ତଥାପି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରକାରର ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ସମସ୍ତ ସିଷ୍ଟମର ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?