ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ତାଙ୍କର ଅସ୍ତ୍ରୋପଚାର କରାଯାଇଛି। କସମେଟିକ ସର୍ଜରୀ ମଧ୍ୟ କରାଯାଉଛି। ଅପରେସନ ସମୟରେ ସୈଫଙ୍କ କ୍ଷତରୁ ଏକ ତିନି ଇଞ୍ଚର ଧାରୁଆ ଜିନିଷ ମଧ୍ୟ ବାହାର କରାଯାଇଥିଲା। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ତଦନ୍ତ ପାଇଁ ସୈଫ ଅଲ୍ଲୀ ଖାନଙ୍କ ଆପାର୍ଟମେଣ୍ଟକୁ ବମ ସ୍କ୍ବାଡ କୁକୁରମାନଙ୍କୁ ଅଣାଯାଇଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ଘରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡା ଧସ୍ତାଧସ୍ତି ହୋଇଥିଲା। ଘଟଣା ସମୟରେ ଅଭିନେତାଙ୍କ ପରିବାରର ଅନ୍ୟ କେତେଜଣ ସଦସ୍ୟ ମଧ୍ୟ ଘରେ ଉପସ୍ଥିତ ଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଘରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କର ଚାକରାଣୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ଅଭିନେତା ଜଣକ ହସ୍ତକ୍ଷେପ କରି ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ, ସେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାନ୍ଦ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କରିନାଙ୍କ ଟିମ କହିଛନ୍ତି ଯେ ଘରେ ସମସ୍ତେ ଭଲ ଅଛନ୍ତି। ପୋଲିସ କହିଛି ଯେ ଘଟଣାଟି ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ମଧ୍ୟରାତ୍ରିରେ ଘଟିଥିଲା। ଆକ୍ରମଣ ସମୟରେ ସୈଫଙ୍କ ହାତ, ମେରୁଦଣ୍ଡ ଏବଂ ବେକରେ ଆଘାତ ଲାଗିଥିଲା। ସୈଫ ଅଲ୍ଲୀ ଖାନଙ୍କର ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ ପତ୍ନୀ କରୀନା କପୁର ଖାନ ମଧ୍ୟ ତାଙ୍କୁ ଭେଟିବା ପାଇଁ ସକାଳ ୪.୩୦ ରେ ହସ୍ପିଟାଲରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର...

Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

କୋଲକାତା,୧୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର...

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ...

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮।୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ।...

Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri