ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ତାଙ୍କର ଅସ୍ତ୍ରୋପଚାର କରାଯାଇଛି। କସମେଟିକ ସର୍ଜରୀ ମଧ୍ୟ କରାଯାଉଛି। ଅପରେସନ ସମୟରେ ସୈଫଙ୍କ କ୍ଷତରୁ ଏକ ତିନି ଇଞ୍ଚର ଧାରୁଆ ଜିନିଷ ମଧ୍ୟ ବାହାର କରାଯାଇଥିଲା। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ତଦନ୍ତ ପାଇଁ ସୈଫ ଅଲ୍ଲୀ ଖାନଙ୍କ ଆପାର୍ଟମେଣ୍ଟକୁ ବମ ସ୍କ୍ବାଡ କୁକୁରମାନଙ୍କୁ ଅଣାଯାଇଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ଘରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡା ଧସ୍ତାଧସ୍ତି ହୋଇଥିଲା। ଘଟଣା ସମୟରେ ଅଭିନେତାଙ୍କ ପରିବାରର ଅନ୍ୟ କେତେଜଣ ସଦସ୍ୟ ମଧ୍ୟ ଘରେ ଉପସ୍ଥିତ ଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଘରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କର ଚାକରାଣୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ଅଭିନେତା ଜଣକ ହସ୍ତକ୍ଷେପ କରି ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ, ସେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାନ୍ଦ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କରିନାଙ୍କ ଟିମ କହିଛନ୍ତି ଯେ ଘରେ ସମସ୍ତେ ଭଲ ଅଛନ୍ତି। ପୋଲିସ କହିଛି ଯେ ଘଟଣାଟି ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ମଧ୍ୟରାତ୍ରିରେ ଘଟିଥିଲା। ଆକ୍ରମଣ ସମୟରେ ସୈଫଙ୍କ ହାତ, ମେରୁଦଣ୍ଡ ଏବଂ ବେକରେ ଆଘାତ ଲାଗିଥିଲା। ସୈଫ ଅଲ୍ଲୀ ଖାନଙ୍କର ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ ପତ୍ନୀ କରୀନା କପୁର ଖାନ ମଧ୍ୟ ତାଙ୍କୁ ଭେଟିବା ପାଇଁ ସକାଳ ୪.୩୦ ରେ ହସ୍ପିଟାଲରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?