Posted inଖେଳ

ନୀରଜଙ୍କ ବିଜୟ ପରେ ଜିଲାପି ବାଣ୍ଟିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୮।୮: ଭାରତର ଦୀର୍ଘ ଅପେକ୍ଷା ଶେଷରେ ଟୋକିଓ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଆଣିଛି। ୧୦୦ ବର୍ଷ ପରେ ଭାରତ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛି। ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଅବିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା କେବଳ ଦ୍ୱିତୀୟ ଭାରତୀୟ ଯିଏକି ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରାଙ୍କ ଏହି ପ୍ରଦର୍ଶନ ପରେ ସମଗ୍ର ଦେଶ ତାଙ୍କୁ ଅଭିବାଦନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୁଅନ୍ତୁ, ସମସ୍ତେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କ୍ରିକେଟ ଜଗତରୁ ନୀରଜଙ୍କୁ ଅଭିନନ୍ଦନ ମଧ୍ୟ ମିଳୁଛି। ନୀରଜଙ୍କ ବିଜୟରେ ଇଂଲଣ୍ଡରେ ଜିଲାପି ବାଣ୍ଟିଛନ୍ତି।
ନଟିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟରେ ସୁନୀଲ ଗାଭାସ୍କର କମେଣ୍ଟ୍ରି କରୁଥିବାବେଳେ ନୀରଜଙ୍କୁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ ଏତେ ଖୁସି ହୋଇଯାଇଥିଲେ ଯେ, ସାଥୀ କମେଣ୍ଟେଟରଙ୍କୁ ଜିଲାପି ବାଣ୍ଟିଥିଲେ। ତାଙ୍କୁ ‘ମେରେ ଦେଶ କି ଧରତୀ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମର୍ସିଡିଜ୍‌ ସହ ଆଉ ୨ ବର୍ଷ ରହିବେ ହାମିଲ୍‌ଟନ

ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍‌ ସହ...

କଳିଙ୍ଗରେ ଆଜି ଇଣ୍ଡିଆନ ଗ୍ରାଁ ପ୍ରି-୩

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଥଲେଟିକ୍ସର ଆଉ ଏକ ବଡ଼ ପ୍ରତିଯୋଗିତା। ରାଜ୍ୟ ସରକାର ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଏକାଦଶତମ ଦିବସ: ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୬।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ବୁଧବାର ଏକାଦଶତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌...

ପୂଜାରା, ରାହୁଲ, ଜାଡେଜା ଘୋଷଣା କରିବେ କେଉଁଠାରେ ଦେବେ ଡୋପ ଟେଷ୍ଟ

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟରଙ୍କ ଲାଗି ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପକ୍ଷରୁ ପ୍ରଥମ ଥର ରେଜିଷ୍ଟର ଟେଷ୍ଟିଂ ପୁଲ (ଆରଟିପି) ପ୍ରସ୍ତୁତ କରାଯାଇଛି। ଏହି...

ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ୟୁକେ ଯିବ: ଖେଳାଳିଙ୍କ ସହ ପରିବାର ଯିବେ

ନୂଆଦିଲ୍ଲୀ,୯।୫(ପି.ଟି.): ଏକ ମାରାଥନ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ) ଯିବ। ଜୁନ୍‌ ୨ରେ ଦଳ ଇଂଲଣ୍ଡ ଯାତ୍ରା...

ଘରୋଇ କ୍ରିକେଟ ସେସନ ଆରମ୍ଭ ପାଇଁ ଓସିଏର ପ୍ରସ୍ତୁତି

ଭୁବନେଶ୍ୱର,୮।୭: ଘରୋଇ କ୍ରିକେଟ ସେସନ ଆରମ୍ଭ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପ୍ରସ୍ତୁତି ଓ ଯୋଜନା ଚୂଡାନ୍ତ କରିବା ପରେ...

ଧୋନୀଙ୍କ ପାଇଁ ବିଶ୍ୱକପ୍‌ ଦଳରେ ହାର୍ଦ୍ଦିକ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ମିଳିବା ପରେ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଉପରେ ଉଠିଛି ଅନେକ ପ୍ରଶ୍ନ। ଆହତ...

ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍‌, ଛାଡିଲେ ପଡିଆ

ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ରବିବାର ଦକ୍ଷିଣ...

Advertisement
Archives

Model This Week