ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ଏହି ଜମି ଆଜି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର ଜମି ରେକର୍ଡ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ଦୀର୍ଘ ୪୮ ବର୍ଷ ହେବ ଏହି ଜମି ପାଇଁ ଦ୍ଵନ୍ଦ ଲାଗି ରହିଥିଲା। ୧୯୭୪ ମସିହାରେ ଚିନି କାରଖାନା ନିର୍ମାଣ ପାଇଁ ୭୮୭ ଏକର ଜମି ଅଧିଗ୍ରହଣ ହୋଇଥିଲା। ହେଲେ ସେଥିରୁ ଅଳ୍ପ କିଛି ଜମି ବ୍ୟବହାର କରି ଜେଏସକୋ କାରଖାନା ପ୍ରତିଷ୍ଠା କରିଥିଲା। ବଳକା ଜମିରେ କୌଣସି କାରଖାନା ନିର୍ମାଣ ନକରି ବିଭିନ୍ନ ବ୍ୟବସାୟୀକ ଚାଷ କରାଯାଉଥିଲା।

ଏହାକୁ ନେଇ ଜିଲା ପ୍ରଶାସନ ଅବଗତ କରିବା ପରେ ମଧ୍ୟ ଜମି ଛାଡି ନ ଥିଲା ଜେଏସକୋ। ଉଭୟ ଜେଏସକୋ ଏବଂ ଜିଲା ପ୍ରଶାସନ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ୫୦୬.୬୯ ଏକର ଜମି ବର୍ତ୍ତମାନ ତହସିଲ ରେକର୍ଡ ଅନ୍ତର୍ଭୁକ୍ତ ହୋଇଛି। ଏହା ରାୟଗଡ଼ା ଜିଲା ପାଇଁ ଏକ ଖୁସି ଖବର। ଜମି ଅଭାବରୁ ବିକାଶ କାର୍ଯ୍ୟ ବ୍ୟାଘାତ ହେଉଥିଲା। ଏହି ଜମି ଦଖଲ ପରେ ବର୍ତ୍ତମାନ ବିକାଶ ସମସ୍ୟା ଦୂର ହେବ। ଆଜି ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ, ଉପଜିଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ ଉପସ୍ଥିତ ରହି ସମସ୍ତ ଜମି ମାପଚୁପ କରିବା ସହିତ ଜିଲା ପ୍ରଶାସନ ଜମି ନିଜ ଦଖଲକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର ଏକ…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?