ଦୁର୍ଗନ୍ଧରେ ସହରବାସୀ, ନିରୁପାୟ ବିଏମ୍‌ସି

ଭୁବନେଶ୍ୱର,୩୦।୧୧(ବନ୍ଦନା ସେଠୀ): ରାସ୍ତା, ଘାଟ, ଗଳିକନ୍ଦି ସମେତ ପୂରା ସହର ବହୁଦିନ ହେବ ଦୁର୍ଗନ୍ଧରେ ଫାଟିପଡ଼ୁଛି। ଦୁର୍ଗନ୍ଧ ଏତେ ଉତ୍କଟ ହେଉଛି ଯେ ନାକରେ ହାତ ନ ଦେଲେ ରହି ହେଉନାହିଁ କି ଯାଇ ହେଉନାହିଁ। ବିଶେଷକରି ରାତି ବଢିବା ସହ ପୁରା ରାଜଧାନୀରେ ଦୁର୍ଗନ୍ଧ ଖେଳି ଯାଉଛି। ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡ (ଟିଟିଏସ୍‌)ରେ ଆବର୍ଜନାର ପାହାଡ଼ ଗଦା ହେବା ପରେ ଏବେ ସହରବାସୀ ଦୁର୍ଗନ୍ଧରେ ଅଣନିଶ୍ୱାସୀ ହେବାକୁ ବସିଲେଣି। ଭିଏସ୍‌ଏସ୍‌ ନଗର, ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଗଜପତିନଗର, ଗଜପତିନଗର, ଲକ୍ଷ୍ମୀବିହାର, ପ୍ରଗତିବିହାର, ବାଣୀବିହାର, ରସୁଲଗଡ଼, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ରହି ହେଉନାହିଁ। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଭାବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।

ଟିଟିଏସ୍‌ ଏବେ ଆବର୍ଜନାରେ ଉଛୁଳୁଥିଲେ ମଧ୍ୟ ବିଏମ୍‌ସି ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ଅରପପକ୍ଷେ ସହରରୁ ଦୈନିକ ୬ଶହ ଟନ୍‌ ଆବର୍ଜନା ବାହାରୁ ଥିବାବେଳେ ଏହାର ସିଂହଭାଗ ଅର୍ଥାତ୍‌ ୪ଶହ ଟନ୍‌ ଆବର୍ଜନା ଟିଟିଏସ୍‌କୁ ଆସୁଛି। ମାତ୍ର ୨ଶହ ଟନ୍‌ ଆବର୍ଜନା ବିଭିନ୍ନ ଓ୍ବାର୍ଡରେ ନିର୍ମିତ ହୋଇଥିବା ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ପଠା ଯାଉଛି। ପୂର୍ବରୁ ସହରରୁ ବାହାରୁଥିବା ଅଳିଆ ଏଠାକୁ ଆସିବା ପରେ ଏହାର ବୃହତ୍‌ ଅଂଶ ଦାରୁଠେଙ୍ଗ ସ୍ଥିତ ଡମ୍ଫିଂୟାର୍ଡକୁ ଯାଉଥିଲା। ମାତ୍ର ମେ ୧୫ରୁ ଦାରୁଠେଙ୍ଗରେ ଆବର୍ଜନା ପକାଇବା ବନ୍ଦ ହେବା ପରଠାରୁ ଧିରେଧିରେ ସ୍ଥିତି ବିଗିଡି ଏବେ ଅସମ୍ଭାଳ ହେବାକୁ ବସିଲାଣି। କାରଣ ସହରର ସମସ୍ତ ଓ୍ବାର୍ଡରେ ଏବେବି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ସ୍ଥାପନ ହୋଇପାରି ନାହିଁ। ସେହିପରି ୬୭ଟି ଓ୍ବାର୍ଡ ପାଇଁ ଏବେ ମାତ୍ର ୩୭ଟି ଏମ୍‌ସିସି ଥିବାବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ଅନ୍ୟ ଉପାୟ ନ ପାଇ ଆବର୍ଜନାର ସିଂହଭାଗ ଏହିଠାରେ ଗଦା କରାଯାଉଛି। ତେବେ ଏଠାରୁ ବାହାରୁଥିବା ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇ ପଡିଲେଣି। ସ୍ଥିତି ଏପରି ଯେ କବାଟ, ଝରକା ବନ୍ଦ କରି ମଧ୍ୟ ଘରେ ରହିହେଉ ନାହିଁ। ଅସ୍ବାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ ଓ ଅସହ୍ୟ ଦୁର୍ଗନ୍ଧ ପାଇଁ ଅଞ୍ଚଳବାସୀ ଘରର କବାଟ ବନ୍ଦ କରି ରହିବା ସହ ମୁହଁରେ ମାସ୍କ ପିନ୍ଧୁଛନ୍ତି। ଏପରିକି ଚର୍ମରୋଗ, ଶ୍ୱାସରୋଗ ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି। ଗତ କିଛିଦିନ ହେବ ଟିଟିଏସ୍‌ ଠାରେ ଟେରେକ୍ସ ମେସିନ୍‌ ଲଗାଇ ବର୍ଜ୍ୟ ପ୍ରକ୍ରିୟାକରଣ କରୁଛି। ତେବେ ପକ୍ରିୟାକରଣ ସମୟରେ ଗଦା ହୋଇ ରହିଥିବା ଆବର୍ଜାନାକୁ ଓଲଟପାଲଟ କରାଯାଉଥିବାବେଳେ ତୀବ୍ର ଗନ୍ଧରେ ଅଣନିଶ୍ୱାସୀ ଲାଗୁଛି। ଏବେ ଦିନକୁ ଦୁଇଥର ପ୍ରକ୍ରିୟାକରଣ କରାଯାଉଥିବାବେଳେ ୧ ତାରିଖ ଠାରୁ ଏହା ୩ଟି ସିଫ୍ଟରେ ହେବ। ତେଣୁ ସେ ସମୟରେ ସ୍ଥାନୀୟ ଅଞ୍ଚଳରେ ରହିବା ମୁସ୍କିଲ ହୋଇ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅପରପକ୍ଷେ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଡମ୍ଫିଂୟାର୍ଡକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବା ଦାବିରେ ମଙ୍ଗଳବାର ଠାରୁ ଭାଜପା ପକ୍ଷରୁ ସତ୍ୟାଗ୍ରହର ଡାକରା ଦିଆଯାଇଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିବ ବୋଲି ଭାଜପା ଜିଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଆଞ୍ଚଳିକ ସମନ୍ବୟ ସମିତିର କିଶୋର ଜେନା ଘଟଣା ନେଇ ବୁଧବାର କମିଶନରଙ୍କ ଆଲୋଚନା କରିଛନ୍ତି। ପ୍ରୋସେସିଂ ସମୟରେ ଦୁର୍ଗନ୍ଧ ହେଉଥିବାରୁ ଏହାକୁ ଦୂର କରିବା ଉପାୟ ଅବଲମ୍ବନ କରିବାକୁ ଦାବି କରିଥିଲେ।

ମାତ୍ର ଏତେସବୁ ପରେ ବି ବିଏମ୍‌ସି ନିରୁପାୟ ହୋଇପଡିଥିବା ଆଭିମୁଖ୍ୟ ଦେଖାଉଛି। ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଉଛି ବୋଲି ବାହାସ୍ପୋଟ ମାରିବା ସହ ସାଧାରଣ ଲୋକଙ୍କ ସହଯୋଗ ଲୋଡିଛି। ଟିଟିଏସ୍‌ରେ ପୂର୍ବରୁ ଗୋଟିଏ ଟେରେକ୍ସ ଓ୍ବାରିଅର ମେଶିନ୍‌ ଲାଗିଥିବାବେଳେ ବୁଧବାର ଆଉ ଏକ ମେସିନ୍‌ କାର୍ଯ୍ୟକ୍ଷମ ହୋଇଛି। ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ପୂର୍ବରୁ ପ୍ରତିଦିନ ଆବର୍ଜନା ଦାରୁଠେଙ୍ଗ ଯାଉଥିଲା। ମାତ୍ର ଗତ ୬ମାସ ହେବ ତାହା ବନ୍ଦ ରହିଛି। ଟିଟିଏସ୍‌ ଆବର୍ଜନା ବର୍ଷା ପରଠାରୁ ପଚି ସଢି ରହିଛି। ଏବେ ବର୍ଜ୍ୟ ପ୍ରକ୍ରିୟାକରଣ କରିବା ସମୟରେ ସେହି ପୁରୁଣା ଆବର୍ଜନା ଦୁର୍ଗନ୍ଧ ସୃଷ୍ଟି କରୁଛି। ତେବେ ପ୍ରୋସେସିଂ ସରିବା ପରେ ଆଉ କୌଣସି ଅସୁବିଧା ହେବନାହିଁ। ଏଥିପାଇଁ ୩ ରୁ ୪ମାସ ସମୟ ଲାଗିବ। ସେହିପରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ୧୫ ଦିନ ମଧ୍ୟରେ ୧୮ ହଜାର ମେଟ୍ରିକ ଟନ୍‌ ବର୍ଜ୍ୟ ପୃଥକୀରଣ ହୋଇଛି। ଆବର୍ଜନା ଗଦାର ପ୍ରାୟ ୨ ମିଟର ଉଚ୍ଚତା ହ୍ରାସ କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ଆଖିଦୃଶିଆ କାମ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ୨୦୨୪ ସୁଦ୍ଧା ଜିରୋ ଡମ୍ପିଂ ଏବଂ ଶତପ୍ରତିଶତ ରିୟଲ ଟାଇମ୍‌ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ବିଏମ୍‌ସି ଉଦ୍ୟମ ଜାରି ରଖିଛି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri