ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ ଓଡ଼ିଶା ବ୍ୟାଙ୍କ ଅଫ୍‌ ବରୋଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ସଂଘ ପକ୍ଷରୁ ସ୍ଥାନୀୟ ରୋଟାରି ଆୟୋଜିତ ଦ୍ୱିତୀୟ ତ୍ରୈବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିିଥି ଭାବେ ଏଆଇବିଇଏର ସଭାପତି ରାଜନ ନାଗର କହିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ବ୍ୟାଙ୍କର ଶ୍ରମଶକ୍ତି ଆକଳନ କରି ନିଯୁକ୍ତି ଦେବେ ଓ ଆଉଟସୋର୍ସିଂ ସମ୍ପର୍କରେ ଆଲୋଚନା କରିବେ ବୋଲି କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ରାଜି ହୋଇଥିବାରୁ ବ୍ୟାଙ୍କ ଧର୍ମଘଟ ଓ ଆନ୍ଦୋଳନ ଏବେ ସ୍ଥଗିତ ରହିଛି। ତେବେ ଜାନୁୟାରୀ ୧୮ ଓ ୧୯ରେ ଧର୍ମଘଟ ଡାକରା ଦିଆଯାଇଛି। ଆୟୋଜିତ ସମ୍ମିଳନୀରେ ରାଜନ କହିଛନ୍ତି, ବ୍ୟାଙ୍କଗୁଡ଼ିକ ପ୍ରଚୁର ଲାଭ କରିଥିଲେ ମଧ୍ୟ ବିପୁଳ ପରିମାଣର କର୍ପୋରେଟ ଅନାଦେୟ ଋଣ ପ୍ରତିବର୍ଷ ଛାଡ କରାଯାଉଥିବାରୁ ବ୍ୟାଙ୍କଗୁଡ଼ିକରେ ଲାଭ ପରିମାଣ ହ୍ରାସ ପାଉଛି। ଗତ ୧୦ ବର୍ଷରେ ଏହି ଋଣ ଛାଡର ପରିମାଣ ୨୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଋଣ ଅସାଧୁ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଓ ଲୋଭୀ କର୍ପୋରେଟ ତଥା ସରକାରୀ କଳର ଅସାଧୁ ମେଣ୍ଟ ଦ୍ୱାରା ପ୍ରଦାନ କରାଯାଇ ପରେ ଛାଡ଼ କରାଯାଉଛି। ଏହା ବିରୋଧରେ ଏଆଇବିଇଏ ଲଗାତର ଆନ୍ଦୋଳନ ଚଳାଇଛି । ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦିଅଯାଇଛି। କଟକର ଆଞ୍ଚଳିକ ପ୍ରବନ୍ଧକ ରଣଜିତ କୁମାର ଉଦ୍‌ବୋଧନ ଦେଇଥିଲେ। ବ୍ୟାଙ୍କ ଅଫ୍‌ ବରୋଦା ସର୍ବଭାରତୀୟ କର୍ମଚାରୀ ସମିତିର ଅଧ୍ୟକ୍ଷ ସମ୍ମିଳନୀର ଉଦ୍‌ଘାଟନ କରିଥିବାବେଳେ ସମ୍ମିଳନୀର ଅଭ୍ୟର୍ଥନା ସମିତିର ୟୋରମ୍ୟାନ ସ୍ବାଗତ ଭାଷଣ ଦେଇଥିଲେ। ଶଶୀକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ବିଜୟ କୁମାର ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ କିଶୋର ଜେନା, ଏଓବିଇଏର ସଭାପତି ସଞ୍ଜୀବ ପତି, ଅଖିଳ ଭାରତ ବ୍ୟାଙ୍କ ଅଫ୍‌ ବରୋଦା କର୍ମଚାରୀ ସମନ୍ବୟ ସମିତିର ସମ୍ପାଦକ ଜି.ଏନ୍‌. ଲାଲ ଓ ବିପିବିଇଏର ଉପସଭାପତି ସଲିଳ ଭଟ୍ଟାଚାର୍ଯ୍ୟ, ବ୍ୟାଙ୍କ ଅଫ୍‌ ବରୋଦାର ଆଞ୍ଚଳିକ ପ୍ରବନ୍ଧକ ରଣଜିତ କ୍ରିଷ୍ଣା, ମନୋଜ କୁମାର ସାହୁ, ସୂର୍ଯ୍ୟକାନ୍ତ ଦାସ, ପ୍ରବୀର କୁମାର ନାୟକ, ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?