କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରବିବାର ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବାଗତ, ଖାଦ୍ୟ ଓ ପାନୀୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍‌ଙ୍କ ପକ୍ଷରୁ ମଧ୍ୟ ସହରର ଟାଉନ ହଲ୍‌ ଛକରେ ଏକ ଷ୍ଟଲ୍‌ କରାଯାଇଥିଲା। ନିଜେ ପୌରାଧ୍ୟକ୍ଷା ଓ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ଓ ପାନୀୟ ବଣ୍ଟନ କରିଥିଲେ। ଉକ୍ତ ଷ୍ଟଲ୍‌ରେ ଲାଗିଥିବା ବ୍ୟାନରରେ ପୌରାଧ୍ୟକ୍ଷା ଓ ପ୍ରଫୁଲ୍ଲଙ୍କ ଫଟୋ ରହିଥିବା ବେଳେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଥିଲା। ତାହାକୁ ନେଇ ଭଦ୍ରକର ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

ବିଲ୍‌ ସପକ୍ଷରେ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର ଭୋଟ ଦେବା ଜଣାପଡ଼ିବା ପରେ ପ୍ରଫୁଲ୍ଲ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନବୀନଙ୍କୁ ଚିଠି ଲେଖିଥିଲେ। ପ୍ରଫୁଲ୍ଲ ୱକ୍‌ଫ ବିଲ୍‌କୁ ବିରୋଧ କରିବା ସହ ମୁସ୍‌ଲିମ୍‌ ସମ୍ପ୍ରଦାୟ ସପକ୍ଷରେ ଥିବାରୁ ତାଙ୍କ ଫଟୋ ଲଗାଯାଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୱକ୍‌ଫ ବିଲ୍‌ ଭୋଟିଂକୁ ନେଇ ବିଜେଡିର ଦ୍ୱନ୍ଦ୍ୱ ଲାଗିଥିବା ବେଳେ କିଛି ଏମ୍‌ପି ବିଲ୍‌ ସପକ୍ଷରେ ଭୋଟ ଦେବାକୁ ନେଇ ସେମାନେ ଅସନ୍ତୁଷ୍ଟ ଅଛନ୍ତି। ଏ ବାବଦରେ ନବୀନ ନିବାସରେ ଭେଟି ବିଲ୍‌କୁ ସମର୍ଥନ ନ ଜଣାଇବା ପାଇଁ ସେମାନେ ଦାବି ମଧ୍ୟ କରିଛନ୍ତି। ଏହି ଅସନ୍ତୋଷ ପାଇଁ ବ୍ୟାନରରେ ନବୀନ ବାବୁଙ୍କ ଫଟୋ ଲଗାଯାଇ ନ ଥିବା ସେ ସ୍ବୀକାର କରିଛନ୍ତି। ତାଙ୍କ ସପକ୍ଷରେ ଥିବାରୁ ପ୍ରଫୁଲ୍ଲ ବାବୁଙ୍କ ଫଟୋ ଲଗାଯାଇଥିବା ସେ କହିଛନ୍ତି।

ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପକ୍ଷରୁ ଭଦ୍ରକ ପୋଷ୍ଟ ଅଫିସ୍‌ ଛକରେ ଏକ ମଞ୍ଚ କରାଯାଇଥିଲା। ସେଥିରେ ବିଧାୟକ ମଲ୍ଲିକଙ୍କ ସମେତ ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ ପ୍ରମୁଖ ଥିବା ଲକ୍ଷ୍ୟ କରାଯାଇଥିଲା। ଅଳ୍ପ ବ୍ୟବଧାନରେ ବିଜେଡି ନେତାଙ୍କ ୨ଟି ଷ୍ଟଲ ରହିବା ଦଳୀୟ ମନୋମାଳିନ୍ୟ ଥିବା ବିଷୟକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri