ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ଅରିନ୍ଦମ ଦେଲେ ବଡ଼ ବୟାନ: ଦଳର ମୁଖିଆଙ୍କୁ ଭେଟିବା…

ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ପଦ୍ମ ଧରିଛନ୍ତି। ତେବେ ଭାଜପାରେ ସାମିଲ ହେବା ପରେ ଅରିନ୍ଦମ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପାରେ ସାମିଲ ହୋଇଥିବା କହିଛନ୍ତି।
ବିଜେଡି ଛାଡ଼ିବା ନେଇ ଅରିନ୍ଦମ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲି। ପୂର୍ବରୁ ବିଜେଡିରେ ଯେଉଁଭଳି କାମ ହେଉଥିଲା ବର୍ତ୍ତମାନ ସେସବୁ ଶୈଳୀ ବଦଳି ଯାଇଛି, ଯାହା ସହ ମୁଁ ଖାପ ଖୁଆଇ ପାରିଲି ନାହିଁ। ଏଣୁ କେଉଁଠି ନା କେଉଁଠି ବିଜେଡିରେ କାମ କରିବାର ଆଉ ସୁଯୋଗ ନାହିଁ ବୋଲି ଅନୁଭବ କଲି। ଯେତେବେଳେ ସୁଯୋଗ ଥିଲା ବହୁତ କାର୍ଯ୍ୟ କରିଛି। ଏବେ ଯେଉଁଠୁ ସ୍ବାଗତ, ସମ୍ମାନ, ଭଲପାଇବା ମିଳିଲା ମୁଁ ସେ ଦଳକୁ ଆସିଲି ବୋଲି ସେ କହଛନ୍ତି।
କେବଳ ଏତିକି ନୁହେଁ ଅରିନ୍ଦମ ବିଜୁ ଜନତା ଦଳର ମୁଖିଆଙ୍କୁ ଭେଟିବା ଅସମ୍ଭବ ହୋଇଗଲାଣି ବୋଲି ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ଯଦି ଲିଡର୍‌ଙ୍କୁ ଦେଖି ନ ପାରିବି ତେବେ ଦଳରେ ରହିବାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି।