Posted inଖେଳ

ବିବାଦକୁ ନେଇ ମୁଁ ଖୋଲନ୍ତୁ ଗାଙ୍ଗୁଲି : ଗାଭାସ୍କର

ନୂଆଦିଲ୍ଲୀ,୧୬।୧୨: ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଅନେକ ବିସ୍ଫୋରକ କଥା ପ୍ରକାଶ କରିଥିଲେ। ବିରାଟ କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିକୁ ମିଥ୍ୟା ପ୍ରମାଣ କରିଥିଲେ। ଗାଙ୍ଗୁଲି କହିଥିଲେ ଯେ, ମୁଁ ବିରାଟ କୋହଲିଙ୍କୁ ଟି -୨୦ ଅଧିନାୟକତ୍ୱ ଛାଡିବାକୁ ମନା କରିଛି। କିନ୍ତୁ ସେ କାର୍ଯ୍ୟଭାର ହେତୁ ପଦ ଛାଡିଥିଲେ। ଗାଙ୍ଗୁଲିଙ୍କ ମନ୍ତବ୍ୟ ଉପରେ କୋହଲି କହିଥିଲେ ତାଙ୍କୁ ଟି -୨୦ ଅଧିନାୟକତ୍ୱ ଛାଡିବାକୁ କେହି ଅଟକାଇ ନାହାଁନ୍ତି। ଏବେ ଏନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନିଜ ମତ ଦେଇଛନ୍ତି। ସେ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କୁ ମନ୍ତବ୍ୟରେ କାହିଁକି ପାର୍ଥକ୍ୟ ଅଛି ବୋଲି ପଚରାଯିବା ଉଚିତ। ସେ ହିଁ ପ୍ରକୃତ ସତ କ’ଣ କହିପାରିବେ। ଏପର୍ଯ୍ୟନ୍ତ କାହିଁକି ଚୁପ୍‌ ଅଛନ୍ତି ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି। ସୁନୀଲ ଗାଭାସ୍କର ଏହା ମଧ୍ୟ କହିଛନ୍ତି, ଯୋଗାଯୋଗରେ ସର୍ବଦା ଏକ ସ୍ପଷ୍ଟ ରେଖା ରହିବା ଆବଶ୍ୟକ। ଚୟନ କମିଟିର ସଭାପତି ଆସି ଖେଳାଳିଙ୍କୁ ଜଣାନ୍ତୁ କାହିଁକି ଚୟନ କରାଗଲା ଏବଂ କାହିଁକି କରାଗଲା ନାହିଁ।
ଟେଷ୍ଟ ଅଧିନାୟକ ବିରାଟ କୋହଲି ଏହା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ମୁଁ ଟି -୨୦ ଅଧିନାୟକତ୍ୱ ଛାଡିଥିଲି, କେହି ମୋତେ ରୋକି ନ ଥିଲେ। ସମସ୍ତେ ଏହାକୁ ଠିକ୍‌ ବୋଲି କହିଥିଲେ। ପରେ ବିସିସିଆଇକୁ କହିଥିଲି ମୁଁ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଜାରି ରଖିବାକୁ ଚାହୁଁଛି। କିନ୍ତୁ ଯଦି ଚୟନକର୍ତ୍ତା ଅନ୍ୟ କାହାକୁ ଉପଯୁକ୍ତ ଭାବନ୍ତି ତେବେ ସେମାନେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଥିଲି। କିନ୍ତୁ ଡିସେମ୍ବର ୮ରେ ହଠାତ୍‌ ଚୟନକର୍ତ୍ତା ଦିନିକିଆ ଅଧିନାୟକ ପଦରେ ମୁଁ ଆଉ ରହିବି ନାହିଁ ବୋଲି ମୋତେ କହିଥିଲେ। ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପାଇଁ ପୂର୍ବରୁ କୁହାଯାଇ ନ ଥିଲା ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri