Posted inଖେଳ

ବିବାଦକୁ ନେଇ ମୁଁ ଖୋଲନ୍ତୁ ଗାଙ୍ଗୁଲି : ଗାଭାସ୍କର

ନୂଆଦିଲ୍ଲୀ,୧୬।୧୨: ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଅନେକ ବିସ୍ଫୋରକ କଥା ପ୍ରକାଶ କରିଥିଲେ। ବିରାଟ କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିକୁ ମିଥ୍ୟା ପ୍ରମାଣ କରିଥିଲେ। ଗାଙ୍ଗୁଲି କହିଥିଲେ ଯେ, ମୁଁ ବିରାଟ କୋହଲିଙ୍କୁ ଟି -୨୦ ଅଧିନାୟକତ୍ୱ ଛାଡିବାକୁ ମନା କରିଛି। କିନ୍ତୁ ସେ କାର୍ଯ୍ୟଭାର ହେତୁ ପଦ ଛାଡିଥିଲେ। ଗାଙ୍ଗୁଲିଙ୍କ ମନ୍ତବ୍ୟ ଉପରେ କୋହଲି କହିଥିଲେ ତାଙ୍କୁ ଟି -୨୦ ଅଧିନାୟକତ୍ୱ ଛାଡିବାକୁ କେହି ଅଟକାଇ ନାହାଁନ୍ତି। ଏବେ ଏନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନିଜ ମତ ଦେଇଛନ୍ତି। ସେ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କୁ ମନ୍ତବ୍ୟରେ କାହିଁକି ପାର୍ଥକ୍ୟ ଅଛି ବୋଲି ପଚରାଯିବା ଉଚିତ। ସେ ହିଁ ପ୍ରକୃତ ସତ କ’ଣ କହିପାରିବେ। ଏପର୍ଯ୍ୟନ୍ତ କାହିଁକି ଚୁପ୍‌ ଅଛନ୍ତି ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି। ସୁନୀଲ ଗାଭାସ୍କର ଏହା ମଧ୍ୟ କହିଛନ୍ତି, ଯୋଗାଯୋଗରେ ସର୍ବଦା ଏକ ସ୍ପଷ୍ଟ ରେଖା ରହିବା ଆବଶ୍ୟକ। ଚୟନ କମିଟିର ସଭାପତି ଆସି ଖେଳାଳିଙ୍କୁ ଜଣାନ୍ତୁ କାହିଁକି ଚୟନ କରାଗଲା ଏବଂ କାହିଁକି କରାଗଲା ନାହିଁ।
ଟେଷ୍ଟ ଅଧିନାୟକ ବିରାଟ କୋହଲି ଏହା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ମୁଁ ଟି -୨୦ ଅଧିନାୟକତ୍ୱ ଛାଡିଥିଲି, କେହି ମୋତେ ରୋକି ନ ଥିଲେ। ସମସ୍ତେ ଏହାକୁ ଠିକ୍‌ ବୋଲି କହିଥିଲେ। ପରେ ବିସିସିଆଇକୁ କହିଥିଲି ମୁଁ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଜାରି ରଖିବାକୁ ଚାହୁଁଛି। କିନ୍ତୁ ଯଦି ଚୟନକର୍ତ୍ତା ଅନ୍ୟ କାହାକୁ ଉପଯୁକ୍ତ ଭାବନ୍ତି ତେବେ ସେମାନେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଥିଲି। କିନ୍ତୁ ଡିସେମ୍ବର ୮ରେ ହଠାତ୍‌ ଚୟନକର୍ତ୍ତା ଦିନିକିଆ ଅଧିନାୟକ ପଦରେ ମୁଁ ଆଉ ରହିବି ନାହିଁ ବୋଲି ମୋତେ କହିଥିଲେ। ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପାଇଁ ପୂର୍ବରୁ କୁହାଯାଇ ନ ଥିଲା ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri