ତାଙ୍କ ଅନ୍ତେ

ଛୋଟ ଥିଲାବେଳେ, ତାଙ୍କ ଆଙ୍ଗୁଠି ଧରି ଚାଲିଲାବେଳେ ଲାଗୁଥିଲା ସେହି ଆଙ୍ଗୁଠିଠାରୁ ବଡ଼ ସାହାରା ଆଉ କିଛି ନାହିଁ। ତାଙ୍କ କାନ୍ଧରେ ବସି ବୁଲିଲାବେଳେ ଲାଗୁଥିଲା ଦୁନିଆର ସର୍ବୋଚ୍ଚ ଆସନରେ ବସି ଉଚ୍ଚମନା ହେବାର ଅଭିଳାଷକୁ ପୂର୍ଣ୍ଣ କରୁଥିଲି। ତାଙ୍କ ସହ ସାଇକେଲରେ ଗଲାବେଳେ ଲାଗୁଥିଲା ଜୀବନର ପ୍ରଗତି ରଥରେ ବସିଛିି। ତାଙ୍କ ଦୁଇ ବାହୁ ଛାୟା ତଳେ ରହି ଉପଲବ୍ଧି କରୁଥିଲି ପୃଥିବୀର ସବୁଠାରୁ ସୁରକ୍ଷିତ ସ୍ଥାନର ମହତ୍ତ୍ୱକୁ। ଆଉ ସେ ମୋ ସାଙ୍ଗରେ ଥିଲେ ମନେହୁଏ ମୁଁ ମାର୍ଜିତ, ଶୃଙ୍ଖଳିତ, ନୀତିନିଷ୍ଠ, ଦାୟିତ୍ୱବାନ୍‌ ତଥା ସଫଳତା ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ତାଙ୍କ ଅନୁଶାସନର ଫଳସ୍ବରୂପ ପ୍ରଶଂସା ମୁଁ ପାଇଛି। ସେ ମୋ ବାପା। ବାଳୁତ ଚପଳାମିରେ ବେଳେବେଳେ ଭାବିନିଏ ସେ ଶୋଇପଡ଼ିଲେ କେତେ ମଜା ସତେ। ନା ଥାଏ ଆକଟ ନା ଥାଏ ଅସୁବିଧା। ତାଙ୍କ ଶୋଇବା ସମୟଟା କାଳେ ମୋ ସ୍ବାଧୀନତାର ସ୍ବାଦ ପାଇଁ ପ୍ରକୃଷ୍ଟ ସମୟ ବୋଧହୁଏ। କିନ୍ତୁ ଯେତେବେଳେ ବାପା ଚିର ନିଦ୍ରାରେ ଶୋଇପଡ଼ିଲେ, ତା’ପରେ ଭାବୁଛି ବାଲ୍ୟ ଚପଳାମିରେ ଭାବୁଥିବା କଥାକୁ। ସେ ତ ସ୍ବାଧୀନତା ନ ଥିଲା, ବରଂ ଥିଲା ମୋ ସାମୟିକ ଆନନ୍ଦର ମରୀଚିକା।
ବାପା ଥିଲେ ମନରେ ଆସୁଥିବା ସବୁ ଇଚ୍ଛା ପୂରଣ ହେବାର ଦୃଢ଼ବିଶ୍ୱାସ ରୁହେ, କିନ୍ତୁ ସେ ନ ଥିଲେ ମନରେ ଆଶା ଥାଏ ସତ, କିନ୍ତୁ ଦୃଢ଼ତା କମିଯାଏ। ନିଜ ଉପରେ ଭରସା ପାଏନା। ଆହ୍ବାନ, ପ୍ରତିବନ୍ଧକ, ଅସୁବିଧାକୁ ସାମ୍ନାରେ ଦେଖି ମନ ଭିତରଟା ଦୁର୍ବଳତାରେ ଭରି ହୋଇଯାଏ। ଏବେ ଜାଣିପାରୁଛି ଫରକ। ସେ ଥିଲାବେଳ ଆଉ ବର୍ତ୍ତମାନ ଭିତରେ। ଯେପରି ଯୋଜନା କରିବାକୁ, ତାକୁ କାର୍ଯ୍ୟକାରୀ କରିବାକୁ, ପରିବାରର ଭାର ବୋହିବାକୁ, ନିଜ କାନ୍ଧ ପର୍ଯ୍ୟାପ୍ତ ନୁହେଁ। ସାଙ୍ଗରେ ଠିଆ ହେବାକୁ ବାପା ନାହାନ୍ତି ସିନା, ସେ ଯେମିତି ଗଢ଼ିଛନ୍ତି ସେମିତି ଓ ସେତିକି ଶକ୍ତିରେ ମୁଁ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଅନୁଭବ ହେଉଛି ବାପା ଥାଆନ୍ତେ କି ଏ ସବୁର ଚିନ୍ତା ନଥାନ୍ତା। ସେ କ’ଣ ତାହା ସେ ଥିଲାବେଳେ ଜଣାପଡୁ ନ ଥିଲା। କାରଣ ସେ ତ ସବୁ ବୁଝୁଥିଲେ। ପ୍ରତିବଦଳରେ ସେ ଚାହଁୁଥିଲେ ଟିକେ ସମ୍ମାନ ଓ ଶ୍ରଦ୍ଧା। ସନ୍ତାନଙ୍କ ଅଳିଅର୍ଦ୍ଦଳିଠାରୁ ଘରର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁକରୁ ନିଜକୁ ଅବହେଳିତ କରିଦେଉଥିଲେ ସିନା, କିନ୍ତୁ କିଛି କହୁନଥିଲେ କି କହିବାକୁ ଦେଉନଥିଲେ। ବରଂ ଏହା କହୁଥିଲେ ଯେ ମୋ ଅନ୍ତେ ମୋ ସନ୍ତାନମାନେ ମୋଠାରୁ ଅଧିକ ଉନ୍ନତ ଓ ବିକଶିତ ହେବେ। ସନ୍ତାନ ଭାବରେ ବୁଝି ହେଉ ନ ଥିଲା ବାପାଙ୍କ ଅନ୍ତ ଯେ ଆନ୍ତରିକ ସହାୟତା, ଶକ୍ତି, ସହଯୋଗ, ମାର୍ଗଦର୍ଶନର ଅନ୍ତ ବୋଲି। କାରଣ ଏମିତି ଲୋକଟିଏ କେହିନାହିଁ, ଯିଏ ବିନା ସ୍ବାର୍ଥରେ, ବିନା ଅର୍ଥରେ, ବିନା ଉଦ୍ଦେଶ୍ୟରେ, ମୋ ପାଇଁ, ମୋ ପାଖରେ ଠିଆ ହେଉଥିବ ସବୁ ସମୟରେ, ସବୁ ପରିସ୍ଥିତିରେ।
ବାପାଙ୍କ ଅନ୍ତେ ତାଙ୍କୁ ବେଶି ଭାବୁଛି, ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। ସେ ଥିଲାଯାଏ ଅନୁଭବ ହେଉ ନ ଥିଲା, ସେ କ’ଣ କରନ୍ତି, କ’ଣ ଭରନ୍ତି, କ’ଣ ଗ୍ରହଣ କରନ୍ତି। ଯେତେଲୋକ ନିଜର ହୁଅନ୍ତୁ ପଛେ ବାପାଙ୍କ ଅନ୍ତେ ତାଙ୍କ ସ୍ଥାନ ପରିପୂରଣ ହୋଇପାରେ ନାହିଁ, ଏହାହିଁ ବିଡ଼ମ୍ବନା। ସେ ଥିଲାବେଳେ ଜାଣିବାକୁ ଦିଅନ୍ତି ନାହିଁ ଯେ ସେ କେତେ କଷ୍ଟରେ ଅଛନ୍ତି, ଦୁଃଖରେ ଅଛନ୍ତି, ଦାରିଦ୍ର୍ୟକୁ ମୁକାବିଲା କରୁଛନ୍ତି ଓ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାକୁ କ’ଣ ପ୍ରୟାସ କରୁଛନ୍ତି। ଏ ସବୁର ଆଢ଼ୁଆଳରେ ବାପା କେବଳ ଶାର୍ଟପ୍ୟାଣ୍ଟ ଓ ଘଣ୍ଟାପିନ୍ଧା ମଣିଷଟିଏ। ଯାହା ସବୁ ସେ ପିନ୍ଧିଥାନ୍ତି, ତାହାର ମୂଲ୍ୟ ସନ୍ତାନ ପାଇଁ ବହୁତ ଅଧିକ, କିନ୍ତୁ ବଜାରରେ ସବୁଠାରୁ କମ୍‌। ତଥାପି ବାପା ପୂରଣ କରିଆସୁଥିଲେ ଅନ୍ୟମାନଙ୍କ ଡ୍ରେସ, ଜୋତା, ଘଣ୍ଟା ଇତ୍ୟାଦିର ଆବଶ୍ୟକତା। ଏବେ ଏସବୁ ମୋତେ ପସନ୍ଦ କରିବାକୁ ପଡୁଛି। ଖର୍ଚ୍ଚ ବି କରିବାକୁ ପଡୁଛି। ରୋଜଗାରର କଷ୍ଟ ଓ ମୂଲ୍ୟ ବୁଝିପାରୁଛି। ଆମେ ଏକାଠି ଥିଲୁ ଗୋଟିଏ ଛତା ତଳେ। ଖାଉଥିଲୁ, ବସୁଥିଲୁ, ଖେଳୁଥିଲୁ। ଏବେ ଏସବୁ ପରିଚାଳନା କରିବା କେତେ କଷ୍ଟ, ତାହା ବୁଝିପାରୁଛି।
ଏବେ ସେ ହାତ ଆଉ ନାହିଁ, ଯାହାକୁ ଧରି ଖୁସିରେ ଡେଇଁଡେଇଁ ଚାଲିବି। ସେ କାନ୍ଧ ଆଉ ନାହିଁ, ଯାହା ଉପରେ ବସି ଉଚ୍ଚମନା ହେବି। ତାଙ୍କ ମାର୍ଗଦର୍ଶନ ନାହିଁ, ଯାହା ବଳରେ କଣ୍ଟକିତ ପଥ ଅତିକ୍ରମ କରିବି। ତାଙ୍କ ଘଣ୍ଟା ଏଠି ସେମିତି ପଡ଼ିରହିଛି, କିନ୍ତୁ ସେ ସମୟ ଚାଲିଯାଇଛି, ଯାହାକୁ ମନେପକାଇ ଆଖି ଛଳଛଳ ହୋଇଯାଉଛି। ସେ ଶାର୍ଟପ୍ୟାଣ୍ଟ ସେମିତି ଆଲଣାରେ ପଡ଼ିଛି, କେହି ନ ଥିଲାବେଳେ ତାକୁ ଆଉଁଶି ଦେଉଛି। ସତେଯେମିତି ତାଙ୍କ ସାଇକେଲଟା ମୋତେ କହୁଛି- ଧନରେ, ମୋ ପିଠିରେ ତୁ ଟିକେ ବସିପଡ଼, ମୋତେ ଚଲାଇନେ, ତୋ ହାତରୁ ମୁଁ ତୋ ବାପାଙ୍କ ସ୍ପର୍ଶକୁ ଅନୁଭବ କରିପାରିବି। ତାଙ୍କ ଜୋତା ହଳକ ଦେଖିଲେ ନିଜ ମୁଣ୍ଡରେ ଥୋଇଦେବାକୁ ଇଚ୍ଛା ହେଉଛି। ଏମିତି ଫଟାଜୋତା ପିନ୍ଧି ସେ ଚାଲୁଥିଲେ ଆଉ ମୁଁ ତାଙ୍କ କାନ୍ଧରେ ବସି ଖୁସି ସାଉଁଟୁଥିଲି ବୋଲି ଫଟାଜୋତାରେ ପାଦର କଷ୍ଟକୁ ଅନୁଭବ କରିପାରୁନଥିଲି। ବାସ୍ତବିକ ବାପାଙ୍କ ଅନ୍ତେ ବାପାଙ୍କ ହୃଦୟ, ମନର ପୃଷ୍ଠାସବୁକୁ ପଢ଼ିବା ଭାରି ସହଜ। କିନ୍ତୁ ସେ ଥିଲାବେଳେ ଏସବୁ ଜାଣିବାରେ ମୋର ଆଗ୍ରହ ନଥିଲା। ହୁଏତ ତାଙ୍କ ଇଚ୍ଛା ମୁତାବକ ସବୁ କ୍ଷେତ୍ରରେ ନିଜକୁ ରାଜିକରାଇ ତାଙ୍କ ସହ ଚାଲିଥିଲେ ଆଜି ଏତେ ଅନୁତାପ କରୁନଥାନ୍ତି। ସେ ତ ସବୁ ମୋ ଭଲ ପାଇଁ କହୁଥିଲେ ଓ କରୁଥିଲେ। କେବଳ ମୁଁ ତାଙ୍କ ଆକଟ, ଗାଳି, କଟୁକଥାକୁ ଭୁଲ ବୁଝୁଥିଲି। ଆଜି ସମାଜରେ ବାପାମାନଙ୍କୁ ଦେଖିଲେ ମୋ ବାପାଙ୍କ ସହ କାଟିଥିବା ପୁରୁଣାଦିନଗୁଡ଼ିକ ମନେପଡ଼ିଯାଏ। ଏହା ଅଧିକାଂଶ ସନ୍ତାନଙ୍କ ଜୀବନରେ ଘଟେ ଜାଣିଲା ବେଳକୁ ନେଡ଼ିଗୁଡ଼ କହୁଣିରେ। ବେଳହୁଁ ବାପାଙ୍କୁ ବୁଝିବାର କଥା। ତାଙ୍କୁ ସମ୍ମାନ, ଶ୍ରଦ୍ଧା ଦେଇ ତାଙ୍କ ଆଶୀର୍ବାଦ ନେବା କର୍ତ୍ତବ୍ୟ ଆମର। କିଏ ଜାଣିଛି କାଲି କ’ଣ ଘଟିବ? ତାଙ୍କ ଅନ୍ତେ ଆମକୁ କେତେ ଧୈର୍ଯ୍ୟ ରଖିବାକୁ ପଡ଼ିବ।

ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri