ଡିଇଇ ପରେ ଏବେ ଏଚ୍‌ଏସ୍‌ଇ

ଯାଜପୁର ଅଫିସ,୮ା୧୨: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ବିଏଡ୍‌/ସିଟି ଡିଗ୍ରିଧାରୀ ଏବଂ ନକଲି ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ନିଯୁକ୍ତି ପାଇବା ଏବେ ସାଧାରଣ କଥା ହୋଇଛି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ) ପକ୍ଷରୁ ବାରମ୍ବାର ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀମାନଙ୍କୁ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏପରିକି ଗତ ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ହେବ ଏହି ନକଲି ଶିକ୍ଷକ ମାମଲା ତଦନ୍ତ କିମ୍ବା ନିର୍ଦ୍ଦେଶ ମଧ୍ୟ ଚପି ଯାଇଛି। କେବଳ ଡିଇଇସ୍ତରରେ ନୁହେଁ, ଏବେ ଉଚ୍ଚଶିକ୍ଷା ବିଭାଗରେ ସ୍ନାତକୋତ୍ତର(ପିଜି/ଏମ୍‌ଏ) ପରୀକ୍ଷା ମାର୍କସିଟକୁ ଚଞ୍ଚକତା କରି ଅଧ୍ୟାପକ ସାଜିଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ନିବେଦିତା ମିଶ୍ର ୨୨ା୧୧ା୨୦୨୨ରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ(ଏଚ୍‌ଏସ୍‌ଇ)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟର ୨୫ ଜିଲାରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଗତ ଜୁନରେ ୪୯୮ ଜଣ ଅଭିଯୁକ୍ତ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା। ସଂପୃକ୍ତ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଜିଲା ଶିକ୍ଷାଧିକାରୀ(ଡିଇଓ), ଜିଲା ପ୍ରକଳ୍ପ ଅଧିକାରୀ(ଡିପିଓ) ଓ ବ୍ଲକ ଶିକ୍ଷାଧିକାରୀ (ବିଇଓ)ମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ଯୁଗ୍ମ ନିର୍ଦ୍ଦେଶକ ଗୌରିରାଣୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୫ ଜିଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ ହୋଇଥିଲା। ଉକ୍ତ ନିର୍ଦ୍ଦେଶରେ ତାଲିକା ବାହାରେ ରହିଥିବା ଅଭିଯୁକ୍ତ ଶିକ୍ଷକଙ୍କ ସଂକ୍ରାନ୍ତରେ ମଧ୍ୟ ସୂଚନା ଦେବାକୁ ଦର୍ଶାଯାଇଥିଲା। ତେବେ ଗତ ୫ ବର୍ଷ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଥର) ଡିଇଓମାନଙ୍କୁ କାର୍ଯ୍ୟରତ ନକଲି ଶିକ୍ଷକଙ୍କ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଅଭିଯୁକ୍ତ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରି ଓସିଏସ୍‌(ସିସିଏ) ଆଇନ-୧୯୬୨ର ଧାରା ୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ରାଜନୈତିକ ଚାପରେ କିମ୍ବା ନକଲି ଶିକ୍ଷକଙ୍କ ସହ ଭିତିରିଆ ବୁଝାମଣା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଫାଇଲ ଭିତରେ ଚାପି ଦିଆଯାଉଛି। ଫଳରେ ନକଲି ଶିକ୍ଷକ ସମସ୍ତ ସରକାରୀ ସୁବିଧା ସୁଯୋଗ ହାସଲ କରୁଥିବାବେଳେ ମେଧାବୀ ଛାତ୍ରୀଛାତ୍ର ବେକାର ହୋଇ ଜୀବନ ଅତିବାହିତ କରୁଛନ୍ତି।
ସୂଚନାଯୋଗ୍ୟ, ୨୦୧୫ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୭୧୦/ ୩୦ା୧୧ା୨୦୧୫ରେ ରାଜ୍ୟରେ କାର୍ଯ୍ୟରତ ନକଲି ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୭ ବର୍ଷ ହେଲା ନକଲି ଶିକ୍ଷକ ଚିହ୍ନଟ ଚାଲିଛି। ଡିଇଓମାନେ ବିଭିନ୍ନ ଆଳ ଦେଖାଇ ତଦନ୍ତ ଚାଲିଛି ବୋଲି ଉତ୍ତର ଦିଆଯାଉଛି। ଏଠାରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାର କେବଳ କୋରେଇ ବ୍ଲକରେ ୭୦ରୁ ଊର୍ଦ୍ଧ୍ୱ ଶିକ୍ଷକ ନକଲି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହେଉଛି। ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାର ଜଣେ ଶିକ୍ଷକ କେନ୍ଦୁଝର ଜିଲା ଘସିପୁରା ତହସିଲ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଧୁକେଶରୀ ମୌଜାରେ ୨ ଡିସିମିଲ ବିଶିଷ୍ଟ ଘରବାଡିର ଜମିପଟ୍ଟା ନେଇ ସେଥିରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମି ପଟ୍ଟା ବଳରେ ଆଦିବାସୀ ପ୍ରମାଣପତ୍ର ହାସଲ କରି ଗଜପତି ଜିଲାର ଆର.ଉଦୟଗିରି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ଅନେକ ଥର ଅଭିଯୋଗ ହେଉଛି। ତେବେ ଉକ୍ତ ଶିକ୍ଷକଙ୍କୁ ଜଣେ ପ୍ରଭାବଶାଳୀ ନେତାଙ୍କ ଆଶୀର୍ବାଦ ରହିଥିବାରୁ ବିଭାଗୀୟ ତାଲିକାରୁ ନାମ କାଟି ଦିଆଯାଇଥିବା ଅଭିଯୋଗ ହେଉଛି। ଏଭଳି ଭାବେ ଚିହ୍ନଟ ହୋଇଥିବା ଅନେକ ନକଲି ଶିକ୍ଷକ କଳେବଳେ କୌଶଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ହାତକରି ଚାକିରି କରୁଥିବା ଚର୍ଚ୍ଚା ହେଉଛି।

ଏବେ ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ମାନ୍ଧାତା ବାବା ଉଚ୍ଚ ପ୍ରାଥମିକ ସ୍କୁଲରେ ଜଣେ ବ୍ୟକ୍ତି ତାଙ୍କ ପିଜି/ଏମ୍‌ଏ ମାର୍କଶିଟକୁ ଚଞ୍ଚକତା କରି ଚଞ୍ଚକତା କରି ଅଧ୍ୟାପନା କରୁଥିବା ଜଣାପଡ଼ିଛି। ମାନେଶ୍ୱର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅଭିଯୋଗ ହେବା ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡେପୁଟି କଣ୍ଟ୍ରୋଲର ଅଫ୍‌ ଏକ୍‌ଜାମିନେଶନଙ୍କ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ ୧୯୯୮ରେ ପାସ୍‌ କରିଥିବା ଉକ୍ତ ଅଧ୍ୟାପକଙ୍କ ମାର୍କଶିଟ୍‌ରେ ପେପର-୨ ଓ ପେପର-୩ରେ ଯଥାକ୍ରମେ ୪୮ ଓ ୪୩ ମାର୍କ ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଯଥାକ୍ରମେ ୬୬ ଓ ୬୫ ମାର୍କ କରାଯାଇଛି। ୨୦୧୪ରେ ବ୍ଲକ ଗ୍ରାଣ୍ଟ ମଞ୍ଜୁର ହେବାକୁ ଅଧ୍ୟାପକଙ୍କ ୫୫% ମାର୍କର ଆବଶ୍ୟକତା ରହିଥିବାରୁ ଏଭଳି ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ଯାଜପୁର ଜିଲାର ୩ ଜଣ ଅଧ୍ୟାପକ ଚଞ୍ଚକତା କରି ବ୍ଲକ ଗ୍ରାଣ୍ଟ ପାଉଥିବା ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଡେପୁଟି ସେକ୍ରେଟାରୀ ୭ା୧୨ା୨୦୨୨ରେ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଆରଟିଆଇ(ସୂଚନା ଅଧିକାର ଆଇନ) ତଥ୍ୟ ବଳରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ୩ ଜଣ ଅଧ୍ୟାପକ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଜଣାପଡିଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବସନ୍ତ କୁମାର ବିଶ୍ୱାଳ ଉଚ୍ଚ ମାଧ୍ୟମିକ ଶିକ୍ଷା(ଏଚ୍‌ଏସ୍‌ଇ) ନିର୍ଦ୍ଦେଶକଙ୍କୁ ଗତ ୨୫ା୧୧ା୨୦୨୨ରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ମାମି ବଳୱନ୍ତ ରାୟ ୧୯୯୮ରେ ପିଜି(ପୋଷ୍ଟ ଗ୍ରାଜୁଏଟ) ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। କିନ୍ତ ସେ ପଲ୍ଲୀଶ୍ରୀ ମହିଳା କଲେଜରେ ପିଜି ଶିକ୍ଷା ପାଇବାର ୨ ବର୍ଷ ପୂର୍ବରୁ ୨୦ା୧୨ା୧୯୯୬ରେ ଅଧ୍ୟାପିକା ଭାବେ ଯୋଗଦେଇଥିଲେ। ଏହାସହ ଅଧ୍ୟାପିକା ପଦବୀ ପାଇଁ ଅନ୍ୟୁନ୍ୟ ୫୫% ମାର୍କର ଆବଶ୍ୟକତା ରହିଥିବାବେଳେ ସେ ପିଜି ପରୀକ୍ଷାରେ ୫୪.୩୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ବିଭାଗୀୟ ଯାଞ୍ଚରେ ସେ କିପରି ରକ୍ଷା ପାଇଛନ୍ତି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।

ଇଂଲିଶ ଅଧ୍ୟାପକ ଭାବଗ୍ରାହୀ ମହାରଣାଙ୍କ ନିଯୁକ୍ତିକୁ ନେଇ କଲେଜର ପରିଚାଳନା କମିଟିର ସମ୍ପାଦକ ୨୦୦୯ରେ ଏ ଫର୍ମରେ ସୁପାରିଶ କରି ନ ଥିଲେ। ଅନ୍ୟଜଣେ ଇଂଲିଶ ଅଧ୍ୟାପକ ତାଙ୍କ ନାମକୁ ଏ ଫର୍ମରେ ସୁପାରିଶ କରିଥିବା ଆରଟିଆଇ ତଥ୍ୟରେ ଜଣାପଡିଥିଲା। ଏହାସହ ଅଧ୍ୟାପକ ମହାରଣା ୨୦୦୮ ରୁ ୨୦୧୨ ପଯର୍‌ୟନ୍ତ ଗଙ୍ଗପଡା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଇଞ୍ଜିନିୟରିଂ କଲେଜରେ ଇଂଲିଶ ବିଭାଗର ମୁଖ୍ୟ ଭାବେ ଚାକିରି କରୁଥିଲେ। କିନ୍ତୁ ଏହି କଲେଜରେ ତାଙ୍କୁ ୨୦୦୯ରେ କିପିରି ନିଯୁକ୍ତି ମିଳିଲା ବୋଲି ପ୍ରଶ୍ନ ହୋଇଛି। ଏହାସହ ମହାରଣା ପିଜି ପରୀକ୍ଷାରେ ଆବଶ୍ୟକତା ଠାରୁ ବହୁତ କମ ତଥା ୫୧% ମାର୍କ ପାଇଛନ୍ତି। ଇତିହାସ ବିଭାଗର ଅଧ୍ୟାପିକା ନିରୁପମା ରାଉତଙ୍କ ନାମ ଏ ଫର୍ମରେ ସୁପାରିଶ କରା ଯାଇନାହିଁ। ଏହିମର୍ମରେ ଅନ୍ୟ ଜଣେ ଅଧ୍ୟାପିକା ସୁଚିତ୍ରା ମହାପାତ୍ର ଏଚ୍‌ଏସ୍‌ଇ ନିର୍ଦ୍ଦେଶକଙ୍କୁ ୫ା୮ା୨୦୨୨ ଓ ୨୪ା୯ା୨୦୨୨ରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri