ଇକୋ ଟଏଲେଟ ନିର୍ମାଣ ପରେ ତାଲା ଖୋଲୁନି

ପଟ୍ଟାମୁଣ୍ଡାଇ,୫ ।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ସହରାଞ୍ଚଳରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ଏଥିଲାଗି ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଏହି ଟଏଲେଟ ନିର୍ମାଣ ହୋଇଛି। ମାତ୍ର ଉଦ୍‌ଘାଟନ କରିବା ଆଳରେ ଏ ପର୍ଯ୍ୟନ୍ତ ତାହା ତାଲା ପଡ଼ି ରହିଛି। ଏ ନେଇ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହଁି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ପଟ୍ଟାମୁଣ୍ଡାଇ। ପ୍ରତିଦିନ ଏହି ସହରକୁ ବେପାର ବଣିଜ ପାଇଁ ଆଖପାଖ ୫ଟି ବ୍ଲକର ଲୋକେ ନିର୍ଭର କରିଥାନ୍ତି। ଏଠାରେ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସହ ମା’ ଓ ଶିଶୁ ଶୌଧ ଥିବାରୁ ଚିକିତ୍ସା ପାଇଁ ଲୋକଙ୍କ ଗହଳି ଲାଗି ରହୁଛି। ଜନସାଧାରଣଙ୍କ ସୁବିଧା ଓ ସହରର ସ୍ବଚ୍ଛତା ନିମନ୍ତେ ୨୦୨୦ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦ଟି ଇକୋ-ଟଏଲେଟ ନିର୍ମାଣ କରାଯାଇଥିଲା। ଏହି ଇକୋ ଟଏଲେଟ୍‌ କାର୍ଯ୍ୟକୁ ମହାରାଷ୍ଟ୍ରର ଏକ ଠିକା ସଂସ୍ଥା ନିର୍ମାଣ କରିଥିଲା। ପ୍ରତ୍ୟେକ ଇକୋ-ଟଏଲେଟ ୭ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି। ନିର୍ମାଣ ବେଳେ ପ୍ରତ୍ୟେକ ଟଏଲେଟରେ ୧୦୦୦ ଲିଟରର ୩ଟି ଟାଙ୍କି ବସିଥିବା ବେଳେ ସେଥି ମଧ୍ୟରେ ମଇଳାକୁ ନଷ୍ଟ କରିବା ପାଇଁ ଏକ ତରଳ (ରାସାୟନିକ) ପଦାର୍ଥ ପକାଯାଇଥିଲା। ମାତ୍ର ଏବେ ସମସ୍ତ ଟଏଲେଟରେ ସିମେଣ୍ଟ ନନ୍ଦ ବସାଇ ସିନଟେକ୍ସ ଟାଙ୍କି ଉଠାଇ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି। ଏହି ଟଏଲେଟ ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହଁି। ରାଜ୍ୟ ଓ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ ଆଳରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଇକୋ-ଟଏଲେଟ ନିର୍ମାଣ କରି ଅର୍ଥ ବ୍ୟୟ କରିଛନ୍ତି। ପଟ୍ଟାମୁଣ୍ଡାଇ ସହରରେ ଏତେ ଟଙ୍କା ବ୍ୟୟରେ ଇକୋ-ଟଏଲେଟ ନିର୍ମାଣ କରିବା ଏକ ପ୍ରହସନ ହୋଇଛି। ୨୦୧୮ ପୌର ପରିଷଦ ଭାଙ୍ଗିବା ପରେ ପୌର ଅଧିକାରୀ ଏପରି ପଦକ୍ଷେପକୁ ସାଧାରଣରେ ଦୃଢ ନିନ୍ଦା କରିଛନ୍ତି। ଆଇନଜୀବୀ ପ୍ରମୋଦ ସାହୁ, ଭବାନୀ ଶଙ୍କର ପଣ୍ଡା, ପ୍ରମୋଦ ପଣ୍ଡା, ସାମାଜିକ କର୍ମୀ ପ୍ରବୀର ନାୟକ, ବଣିକ ସଂଘ ସଭାପତି ଗୋପୀନାଥ କର ପ୍ରମୁଖ ଏହାକୁ ଖୋଲିବା ସହ ଅର୍ଥ ହେରଫେରର ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ଇକୋ-ଟଏଲେଟ କାର୍ଯ୍ୟକ୍ଷମ ହୋଇ ରହିଛି। ମାତ୍ର ପାଣି ପ୍ରେସର କମ୍‌ ହେଉଥିବାରୁ ତାହା ବନ୍ଦ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri