ପଟ୍ଟାମୁଣ୍ଡାଇ,୫ ।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ସହରାଞ୍ଚଳରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ଏଥିଲାଗି ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଏହି ଟଏଲେଟ ନିର୍ମାଣ ହୋଇଛି। ମାତ୍ର ଉଦ୍ଘାଟନ କରିବା ଆଳରେ ଏ ପର୍ଯ୍ୟନ୍ତ ତାହା ତାଲା ପଡ଼ି ରହିଛି। ଏ ନେଇ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହଁି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ପଟ୍ଟାମୁଣ୍ଡାଇ। ପ୍ରତିଦିନ ଏହି ସହରକୁ ବେପାର ବଣିଜ ପାଇଁ ଆଖପାଖ ୫ଟି ବ୍ଲକର ଲୋକେ ନିର୍ଭର କରିଥାନ୍ତି। ଏଠାରେ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସହ ମା’ ଓ ଶିଶୁ ଶୌଧ ଥିବାରୁ ଚିକିତ୍ସା ପାଇଁ ଲୋକଙ୍କ ଗହଳି ଲାଗି ରହୁଛି। ଜନସାଧାରଣଙ୍କ ସୁବିଧା ଓ ସହରର ସ୍ବଚ୍ଛତା ନିମନ୍ତେ ୨୦୨୦ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦ଟି ଇକୋ-ଟଏଲେଟ ନିର୍ମାଣ କରାଯାଇଥିଲା। ଏହି ଇକୋ ଟଏଲେଟ୍ କାର୍ଯ୍ୟକୁ ମହାରାଷ୍ଟ୍ରର ଏକ ଠିକା ସଂସ୍ଥା ନିର୍ମାଣ କରିଥିଲା। ପ୍ରତ୍ୟେକ ଇକୋ-ଟଏଲେଟ ୭ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି। ନିର୍ମାଣ ବେଳେ ପ୍ରତ୍ୟେକ ଟଏଲେଟରେ ୧୦୦୦ ଲିଟରର ୩ଟି ଟାଙ୍କି ବସିଥିବା ବେଳେ ସେଥି ମଧ୍ୟରେ ମଇଳାକୁ ନଷ୍ଟ କରିବା ପାଇଁ ଏକ ତରଳ (ରାସାୟନିକ) ପଦାର୍ଥ ପକାଯାଇଥିଲା। ମାତ୍ର ଏବେ ସମସ୍ତ ଟଏଲେଟରେ ସିମେଣ୍ଟ ନନ୍ଦ ବସାଇ ସିନଟେକ୍ସ ଟାଙ୍କି ଉଠାଇ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି। ଏହି ଟଏଲେଟ ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହଁି। ରାଜ୍ୟ ଓ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ ଆଳରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଇକୋ-ଟଏଲେଟ ନିର୍ମାଣ କରି ଅର୍ଥ ବ୍ୟୟ କରିଛନ୍ତି। ପଟ୍ଟାମୁଣ୍ଡାଇ ସହରରେ ଏତେ ଟଙ୍କା ବ୍ୟୟରେ ଇକୋ-ଟଏଲେଟ ନିର୍ମାଣ କରିବା ଏକ ପ୍ରହସନ ହୋଇଛି। ୨୦୧୮ ପୌର ପରିଷଦ ଭାଙ୍ଗିବା ପରେ ପୌର ଅଧିକାରୀ ଏପରି ପଦକ୍ଷେପକୁ ସାଧାରଣରେ ଦୃଢ ନିନ୍ଦା କରିଛନ୍ତି। ଆଇନଜୀବୀ ପ୍ରମୋଦ ସାହୁ, ଭବାନୀ ଶଙ୍କର ପଣ୍ଡା, ପ୍ରମୋଦ ପଣ୍ଡା, ସାମାଜିକ କର୍ମୀ ପ୍ରବୀର ନାୟକ, ବଣିକ ସଂଘ ସଭାପତି ଗୋପୀନାଥ କର ପ୍ରମୁଖ ଏହାକୁ ଖୋଲିବା ସହ ଅର୍ଥ ହେରଫେରର ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ଇକୋ-ଟଏଲେଟ କାର୍ଯ୍ୟକ୍ଷମ ହୋଇ ରହିଛି। ମାତ୍ର ପାଣି ପ୍ରେସର କମ୍ ହେଉଥିବାରୁ ତାହା ବନ୍ଦ ଅଛି ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….
ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…
SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…
ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…
କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ
ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…
ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….
ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…
ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…
କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!
ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…
ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ
ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…
ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…
Archives

