Posted inଜାତୀୟ

ମୁଖିଆ ହିସାବରେ ୨୩ ବର୍ଷ ପୂରଣ କରିବା ପରେ ମନର କଥା ଖୋଲି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାର୍ବଜନିକ ପଦବୀରେ ୨୩ ବର୍ଷ ପୂରଣ କରିଛନ୍ତି। ୨୦୦୧ରେ ଏହି ଦିନ ସେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ଭାଜପା ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଟୁଇଟ୍‌ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସାଧାରଣ ଜୀବନରେ ତାଙ୍କର ଯାତ୍ରା ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ଆହୁରି ଅଧିକ ଉତ୍ସାହର ସହ ନିରନ୍ତର କାର୍ଯ୍ୟ କରିବେ ଏବଂ ଏକ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୋଟିଏ ସରକାରର ମୁଖ୍ୟ ଭାବରେ ମୋର ୨୩ ବର୍ଷ ପୂରଣ ହେବାପରେ ସେମାନଙ୍କ ଆଶୀର୍ବାଦ ଏବଂ ଶୁଭେଚ୍ଛା ପଠାଇଥିବା ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଅକ୍ଟୋବର ୭, ୨୦୦୧ରେ, ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଦାୟିତ୍ୱ ଗ୍ରହଣ କଲି। ମୋ ଭଳି ଜଣେ ସାଧାରଣ କର୍ମୀଙ୍କ ନିକଟରେ ରାଜ୍ୟ ପ୍ରଶାସନର ଦାୟିତ୍ୱ ହସ୍ତାନ୍ତର କରିବା ମୋ ଦଳ ଭାଜପାର ମହାନତା।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲି, ସେତେବେଳେ ଗୁଜରାଟ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲା। ଏହା ପୂର୍ବରୁ ଏକ ସୁପର ସାଇକ୍ଲୋନ, ମରୁଡ଼ି, କଂଗ୍ରେସ ନେତାଙ୍କ ଲୁଟ, ସାମ୍ପ୍ରଦାୟିକତା ଏବଂ ଜାତିବାଦ ଭଳି ଦଶନ୍ଧି ଧରି ରହି ଆସିଥିଲା। ଆମେ ଗୁଜରାଟକୁ ପୁନଃନିର୍ମାଣ କରି ଏହାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେଇଗଲୁ। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୧୨ ବର୍ଷ ମଧ୍ୟରେ ରାଜ୍ୟ ‘ସବକା ସାଥ, ସବକା ବିକାଶ’ର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ଉଭା ହୋଇ ସମାଜର ସମସ୍ତ ବର୍ଗର ସମୃଦ୍ଧତାକୁ ସୁନିଶ୍ଚିତ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୧୪ରେ ଭାରତର ଲୋକମାନେ ଭାଜପାକୁ ଏକ ରେକର୍ଡ ଜନାଦେଶ ଦେଇଥିଲା। ଏହା ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିଥିଲା। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ କହିଛନ୍ତି। କାରଣ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଆମ ଦେଶ ସମ୍ମୁଖୀନ ହେଉଥିବା ଅନେକ ଆହ୍ବାନର ମୁକାବିଲା କରିବାରେ ଆମେ ସକ୍ଷମ ହୋଇଛୁ। ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟର କବଳରୁ ମୁକ୍ତ କରାଯାଇଛି। ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହା ବିଶେଷ ଭାବରେ ଆମର ଏମଏସଏମଇ କ୍ଷେତ୍ର, ଷ୍ଟାର୍ଟ ଅପ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ସାହାଯ୍ୟ କରିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ବିକାଶମୂଳକ ପ୍ରଗତି ସାରା ବିଶ୍ୱ ଦେଖୁଛି। ପରିଶ୍ରମୀ କୃଷକ, ମହିଳା ଶକ୍ତି, ଯୁବ ଶକ୍ତି ଏବଂ ଗରିବ ତଥା ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ସମୃଦ୍ଧିର ନୂତନ ରାସ୍ତା ଖୋଲିଛି। ସାରା ବିଶ୍ୱ ଆମ ସହ ଜଡିତ ହେବାକୁ, ଆମ ଲୋକମାନଙ୍କରେ ବିନିଯୋଗ କରିବାକୁ ଏବଂ ଆମର ସଫଳତାର ଅଂଶ ହେବାକୁ ଆଗ୍ରହୀ।


Enter your email to get our daily news in your inbox.

All Right Reserved By Dharitri.Com

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?