ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି

ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ ସ୍ବର ମିଳାନ୍ତି। କିନ୍ତୁ ବାପା ଏହି ଅଭିଯୋଗକୁ ବିଭିନ୍ନ ପ୍ରକାର ବାହାନା ଦେଖାଇ ଏଡ଼େଇ ଯାଆନ୍ତି। ଦିନେ ପୁଅ ବସ୍‌ଷ୍ଟାଣ୍ଡରେ ବାପାଙ୍କ ଅଜାଣତରେ ଲୁଚି କରି ଅପେକ୍ଷା କଲା। ବାପା ଠିକ୍‌ ସମୟରେ ବସରୁ ଓହ୍ଲାଇ ସିଧା ଘର ଆଡ଼କୁ ଚାଲିଲେ। ଏହା ପରେ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ପୁଅ ନିଜ ବାଇକ୍‌ ନେଇ ବାପାଙ୍କୁ ବସାଇ ଘରେ ପହଞ୍ଚତ୍ଲା। ତା’ପରେ ପୁଅ ବାପାଙ୍କୁ ପଚାରିଲା- ଆପଣ ବସ୍‌ରୁ ଓହ୍ଲାଇ ଅଟୋରେ ନ ଆସି ଚାଲିଚାଲି କାହିଁକି ଆସୁଥିଲେ? ବାପା କହିଲେ- ତୋ ବୋଉ ଏବଂ ତୋର ଗୋଟିଏ ଜିଦ୍‌ ଥିଲା ଯେ, ତୋ ପାଇଁ ଏକ ବାଇକ୍‌ କିଣା ହେବ, ତୁମ ଦୁଇ ଜଣଙ୍କର ଏହି ଇଚ୍ଛାକୁ ମୁଁ ଏଡ଼ାଇ ପାରିଲି ନାହିଁ। ପାଖରେ ପଇସାର ଅଭାବ ସତ୍ତ୍ୱେ ମୁଁ ଋଣ କରି ବାଇକ୍‌ଟିଏ କିଣିଲି। ତେଣୁ ପ୍ରତି ମାସର କିସ୍ତି ଦେବାପାଇଁ ନିଷ୍ପତ୍ତି ନେଲି ଯେ, ମୁଁ ଯିବା ଆସିବା କରିବା ପାଇଁ ଅଟୋ ବ୍ୟବହାର କରିବି ନାହିଁ। ଏଥିରୁ ଯେଉଁ ପଇସା ବଞ୍ଚତ୍ବ, ସେଥିରେ ତୋର ବାଇକ୍‌ କିସ୍ତି ଦେବା ପାଇଁ ମୋତେ ସହଜ ହେବ।
ବାପା ଆମ ମୁହଁରେ ହସ ଟିକେ ଦେଖିବା ପାଇଁ ବା ଆମକୁ ଖୁସିରେ ରଖିବା ପାଇଁ ଆମ ଅଜାଣତରେ କେତେ ଯେ ଦୁଃଖ କରନ୍ତି, ତା’ର ପ୍ରମାଣ ଦେବା ପାଇଁ ଉପରୋକ୍ତ ଘଟଣାଟି ଯଥେଷ୍ଟ। କେବଳ ପଇସା ଅଭାବରୁ ଯେ ବାପାମାନେ ଅନେକ ଦୁଃଖ କରନ୍ତି ତାହା ନୁହେଁ, ବରଂ ମୋଟା ଅଙ୍କର ଦରମା ପାଉଥିବା ବାପାମାନେ ତାଙ୍କ କାର୍ଯ୍ୟାଳୟରେ ଅନେକ ଦୁଃଖକୁ ସାମ୍ନା କରିଥାଆନ୍ତି। ଯଥା ଉପରିସ୍ଥ ଅଧିକାରୀଙ୍କ ନାଲିଆଖି ବା ଚାକିରି କ୍ଷେତ୍ରରେ ଅନ୍ୟାନ୍ୟ ସମସ୍ୟା। କିନ୍ତୁ ଏ ସବୁକୁ ସେ ଏଥିପାଇଁ ସହି ଯାଆନ୍ତି। ଯେହେତୁ ସେହି ଚାକିରିରୁ ମିଳୁଥିବା ମୋଟା ଦରମା ତାଙ୍କ ସନ୍ତାନମାନଙ୍କୁ ସୁଖରେ ରହିବାରେ ସାହାଯ୍ୟ କରିଥାଏ।
ହେଲେ ଯେତେବେଳେ ନିଜର ବାପା ଆରପାରିକୁ ଚାଲିଯାଆନ୍ତି, ସେତେବେଳେ ଦୁଃଖର ପାହାଡ଼ରୁ ଅତଡ଼ା ଖସିବା ଆରମ୍ଭ ହୁଏ। ଯେଉଁ ବାପା ଦିନେ ସାଧାରଣ ମଣିଷଟିଏ ଲାଗୁଥିଲେ, ସେ ହଠାତ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୁଅନ୍ତି। ବାପାଙ୍କ କାନ୍ଧରେ ବସିବା ଦିନଠାରୁ ବାପାଙ୍କୁ କାନ୍ଧରେ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ଆଖି ସାମ୍ନାରେ ନାଚି ଯାଇଥାଏ। ଭାଙ୍ଗି ଯାଇଥାଏ ସାମାଜିକ ସୁରକ୍ଷାର ବିଶାଳ ପ୍ରାଚୀର।
ଦିନେ ଯେଉଁ ବାପା ସନ୍ତାନଟିଏ ପାଇଲା ପରେ ଫୁଲର ପାହାଡ଼ ଉପରେ ବସିଥିଲେ, ସେହି ସନ୍ତାନ ତାଙ୍କ ପାଇଁ ଆଜି ପାଲଟିଛି କଣ୍ଟକିତ ପଥ। ସମାଜରେ ଅନେକ ବାପାଙ୍କର ଶେଷ ସମୟର ଦୁଃଖର କାରଣ ହେଉଛନ୍ତି ତାଙ୍କର ସନ୍ତାନମାନେ। ସନ୍ତାନମାନେ ଚାକିରି ପାଇବା ପରେ ନିଜ ପରିବାର ସହିତ ବାହାରେ ରହୁଛନ୍ତି। ଫଳରେ ଘର ଜଗିବା କାର୍ଯ୍ୟ ବାପାଙ୍କ ଉପରେ ନ୍ୟସ୍ତ। ବାପା ନିଃସଙ୍ଗତାକୁ ସାଥି କରି ଏହି କାର୍ଯ୍ୟ ତୁଲାଇଥାଆନ୍ତି। ଯଦି ବୋଉ ଆରପାରିକୁ ଚାଲି ଯାଇଥାଏ, ତା’ହେଲେ ସେ ନିଃସଙ୍ଗତା ଅବର୍ଣ୍ଣନୀୟ। ସନ୍ତାନମାନଙ୍କ ମଧ୍ୟରେ ମନୋମାଳିନ୍ୟ, ସମ୍ପତ୍ତି ପାଇଁ ସଂଘର୍ଷ ଏବଂ ବାପାଙ୍କ ଦେଖାଶୁଣା କରିବା ପାଇଁ ସନ୍ତାନମାନଙ୍କ ମଧ୍ୟରେ ଅନିଚ୍ଛା ତାଙ୍କୁ ଦେଇଥାଏ ଅସହ୍ୟ ମାନସିକ ଯନ୍ତ୍ରଣା। ଶେଷରେ ବାପାଙ୍କର ରହିବାର ଠିକଣା ବଦଳି ହୋଇ ଯାଇଥାଏ ବୃଦ୍ଧାଶ୍ରମ।
ଯେଉଁ ବାପା ଦିନେ ଆମକୁ ବାଇକ୍‌ଟିଏ କିଣି ଦେବାକୁ ଯାଇ ନିଜେ ଚାଲିଚାଲି ଯିବାଆସିବା କରୁଥିଲେ, ସେ କ’ଣ କେବେ ଆମଠୁ ଏହା ବଦଳରେ ଏପରି ନିଷ୍ଠୁରତା ଆଶା କରିଥିବେ। ଆମେ ରହିବା ପାଇଁ ସୁନ୍ଦର ଘର ନିର୍ମାଣ କରିଥିବା ବାପା, କ’ଣ କେବେ ଆଶା କରିଥିବେ ଯେ, ତାଙ୍କର ଅନ୍ତିମ ରହଣିସ୍ଥଳ ତାଙ୍କର ନିଜ ଘର ନ ହୋଇ ବୃଦ୍ଧାଶ୍ରମ ହେବ ବୋଲି। ବାପାଙ୍କ ପ୍ରତି ଏପରି ନିଷ୍ଠୁରତା ଦେଖାଇବା ପୂର୍ବରୁ ସେହି ସନ୍ତାନମାନେ ଥରେ ଚିନ୍ତା କରିବା ଉଚିତ ଯେ, ସେ ବାପା ହେଲାବେଳେ ତାଙ୍କ ସନ୍ତାନଠୁ ଯେଉଁ ସୁଖ ଆଶା କରିଥିଲେ, ତାଙ୍କ ବାପା ମଧ୍ୟ ସେ ଜନ୍ମ ହେବା ବେଳେ ତାଙ୍କଠୁ ସେହି ସୁଖ ଆଶା କରିଥିବେ। ବୃଦ୍ଧାବସ୍ଥାରେ ଉପନୀତ ବାପାଙ୍କ ସେବା କରିବା, ସନ୍ତାନମାନଙ୍କ ପାଇଁ କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ ଏକ ବିରାଟ ସୁଯୋଗ, ଯେଉଁ ସୁଯୋଗ ସେହିମାନଙ୍କ ଭାଗ୍ୟରେ ନାହିଁ, ଯେଉଁମାନେ ସେମାନଙ୍କ ବାପାଙ୍କୁ ହରାଇ ସାରିଛନ୍ତି। ଆଜି ଆମେ ଆମ ବାପାଙ୍କ ପ୍ରତି ଆମର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କଲେ, ଆମଠୁ ଶିଖି ଆମ ସନ୍ତାନମାନେ ଆମ ବୃଦ୍ଧାବସ୍ଥାରେ ଆମ ପାଇଁ ମଧ୍ୟ ସମାନ କର୍ତ୍ତବ୍ୟ କରିବେ। କାରଣ ଆମେ ବି ଦିନେ ଆମ ବାପାଙ୍କ ଭଳି ବୃଦ୍ଧାବସ୍ଥାରେ ଉପନୀତ ହେବା।
– ସାହାଡ଼ା, ଜାନକାଦେଇପୁର, ବୋରିକିନା, ଜଗତ୍‌ସିଂହପୁର,
ମୋ-୯୪୩୮୨୮୨୮୨୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri