Posted inଜାତୀୟ

ଅଜାନ୍‌ ପରେ ମୂର୍ତ୍ତି, ଆମ୍ବ

ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ, ହଲାଲ ସହ ମନ୍ଦିର ମେଳାରେ ମୁସଲମାନଙ୍କ ଯୋଗଦାନକୁ ନେଇ କଟକଣା ପାଇଁ ଅଭିଯାନ ଚଳାଇବା ପରେ ଏବେ ମୁସଲମାନ ଆମ୍ବ ବ୍ୟବସାୟୀଙ୍କୁ ବିକ୍ରି ଏବଂ ସ୍ଥପତିଙ୍କୁ ଦେବଦେବୀ ମୂର୍ତ୍ତି ଗଢ଼ିବାକୁ ବାରଣ କରିଛନ୍ତି। ଏହି ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକାରୀ ପ୍ରସଙ୍ଗକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟରେ ବଡ଼ ବିବାଦ ସୃଷ୍ଟି କରିଛି। ଆଗକୁ ନିର୍ବାଚନ ଥିବାରୁ ଭାଜପା ଭୋଟ ବ୍ୟାଙ୍କ ପାଇଁ ଏପରି କରାଉଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
କର୍ନାଟକର ହିନ୍ଦୁତ୍ୱ ଗୋଷ୍ଠୀ ସ୍କୁଲଗୁଡ଼ିକରେ ମୁସଲିମ୍‌ ଛାତ୍ରୀଙ୍କ ହିଜାବ ପରିଧାନ ଅଧିକାରକୁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ଭାଜପା ନେତାମାନେ ହଲାଲ ମାଂସ ବର୍ଜନ ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ମସ୍‌ଜିଦଗୁଡ଼ିକରେ ଅଜାନ୍‌ (ପ୍ରାର୍ଥନା) ପାଇଁ ବ୍ୟବହୃତ ଲାଉଡ୍‌ସ୍ପିକର ଉପରେ କଟକଣା ପାଇଁ ନୋଟିସ କରିଛନ୍ତି। ଇତିମଧ୍ୟରେ ମୁସଲମାନ ବ୍ୟବସାୟୀଙ୍କ ଆମ୍ବ ବିକ୍ରି ଉପରେ କଟକଣା ଅଭିଯାନ ରାଜ୍ୟରେ ଜୋର୍‌ ଧରିଛି। ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ଅନ୍‌ଲାଇନ୍‌ରେ
ଏହି ଅଭିଯାନକୁ ଆହୁରି ତୀବ୍ର କରିଛନ୍ତି। ସେମାନେ ହଲାଲ ସାର୍ଟିଫିକେଶନକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସଙ୍ଗଠନଗୁଡ଼ିକ ହଲାଲ ସାର୍ଟିଫିକେଶନ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ ଏକ ଆଇନଗତ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ହଲାଲ ଉତ୍ପାଦଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ହଲାଲ ସାର୍ଟିଫିକେଶନକୁ ବେଆଇନ ଦର୍ଶାଇ ଖାଦ୍ୟକୁ ପ୍ରମାଣୀକୃତ କରିବା ଲାଗି ଭାରତରେ ଖାଦ୍ୟ ବ୍ୟବସାୟ ପରିଚାଳନା ଓ ନିରୀକ୍ଷଣକାରୀ ସଂସ୍ଥା ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ହିଁ ଏକମାତ୍ର କର୍ତ୍ତୃପକ୍ଷ ଭାବେ ଗ୍ରହଣ କରାଯିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଥିବା ସୂତ୍ରରୁ ଜଣାପଡ଼ିଛି। ହିନ୍ଦୁ ଜନଜାଗୃତି ସମିତି ଓ ଶ୍ରୀରାମ ସେନା ମୁସଲିମ ଫଳ ବିକ୍ରେତାଙ୍କୁ ବର୍ଜନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିନ୍ଦୁ ବ୍ୟବସାୟୀମାନେ ଯେପରି ଏହି ବଜାର ଉପରେ ଆଧିପତ୍ୟ ବିସ୍ତାର କରିପାରିବେ ସେଥିପାଇଁ ଏପରି ପଦକ୍ଷେପ ନେଇଥିବା ଦୁଇ କଠୋରପନ୍ଥୀ ହିନ୍ଦୁବାଦୀ ସଙ୍ଗଠନ କହିଛନ୍ତି। କୌଣସି ମନ୍ଦିର କର୍ତ୍ତୃପକ୍ଷ ମୁସଲମାନ ସ୍ଥପତିଙ୍କ ଦ୍ୱାରା ନିର୍ମିତ ଦେବଦେବୀଙ୍କ ମୂର୍ତ୍ତିକୁ ଗ୍ରହଣ ନ କରନ୍ତୁ ବୋଲି ଶ୍ରୀରାମ ସେନା ଅଧ୍ୟକ୍ଷ ସିଦ୍ଦାଲିଙ୍ଗା ସ୍ବାମୀ ଆହ୍ବାନ ଦେଇଛନ୍ତି। ଆମ୍ବ ବଜାର ମୁସଲମାନ ସମୁଦାୟର ଲୋକଙ୍କ ନିୟନ୍ତ୍ରଣରେ ରହିଛି। ଗରିବ ହିନ୍ଦୁ ଚାଷୀ ଓ ବିକ୍ରେତାମାନେ ବଜାରକୁ ନିଜ ଦଖଲକୁ ନେବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଏହି ଅଭିଯାନ ସଫଳ ହେଲେ ହିନ୍ଦୁ ଆମ୍ବଚାଷୀମାନେ ସମୃଦ୍ଧ ହେବେ ବୋଲି ସେ କହିଛନ୍ତି। ହିନ୍ଦୁ ଜନଜାଗୃତି ସମିତି ସଂଯୋଜକ ଚନ୍ଦ୍ର ମୋଗେର ମୁସଲମାନ ବିକ୍ରେତାଙ୍କଠାରୁ ଫଳ ନ କିଣିବା ପାଇଁ ହିନ୍ଦୁ ସମୁଦାୟକୁ ପରାମର୍ଶ ଦେଇଛନ୍ତି। ମେଲୁକୋଟ୍‌ ଚେଲୁଭନାରାୟ ସ୍ବାମୀ ମନ୍ଦିର ସ୍ଥାନିକ ଶ୍ରୀନିବାସନ୍‌ କହିଛନ୍ତି ଯେ, ମୁସଲମାନ ସ୍ଥପତିମାନଙ୍କ ହିନ୍ଦୁ ଦେବଦେବୀ ମୂର୍ତ୍ତି ଗଢ଼ା ଉପରେ କଟକଣା ଜାରି ଲାଗି ସେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚଳାଇବେ। ମୁସଲମାନ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ମନ୍ଦିରରେ ସ୍ଥାପନ କରାଯାଇପାରିବ ନାହିଁ। ଏହା ପରମ୍ପରା ବିରୋଧୀ ବୋଲି ଶ୍ରୀନିବାସନ୍‌ ମତ ଦେଇଛନ୍ତି। ତେବେ ଆମ୍ବ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କୋଲାର ଡିଷ୍ଟ୍ରିକ୍ଟ ମ୍ୟାଙ୍ଗୋ ଗ୍ରୋଅର୍ସ ଆସୋସିଏଶନ୍‌ ସଭାପତି ନିଲାଥୁର ଚିନ୍ନାପ୍ପା ରେଡ୍ଡୀ କହିଛନ୍ତି, ଏଭଳି ଅଭିଯାନ ଚଳାଇବା ପରିବର୍ତ୍ତେ ଆମ୍ବ ଚାଷୀମାନେ ଯେପରି ଲାଭବାନ ହେବେ ସେଦିଗରେ ପ୍ରୟାସ ହେବା ଆବଶ୍ୟକ। ମୁସଲମାନ ବ୍ୟବସାୟୀମାନେ ଦଶନ୍ଧି ଧରି ଚାଷୀଙ୍କୁ ବଜାର ସୁବିଧା ଦେଇଆସୁଛନ୍ତି। କୋଲାର ଜିଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ବାଇଆଲାହାଲ୍ଲି ଗୋବିନ୍ଦ ଗୌଡ଼ା ଏହି ଅଭିଯାନକୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକାରୀ ବୋଲି ଅଭିହିତ କରିଛନ୍ତି। ଶ୍ରୀନିବାସପୁରର ଆମ୍ବ ବ୍ୟବସାୟୀ ଅନିସ୍‌ ଅହମ୍ମଦ କହିଛନ୍ତି, ଉଭୟ ହିନ୍ଦୁ ଓ ମୁସଲମାନ ବ୍ୟବସାୟୀମାନେ ପିଢ଼ି ପିଢ଼ି ଧରି ମିଳିମିଶି ବ୍ୟବସାୟ କରିଆସୁଥିବାରୁ ଏହି ଅଭିଯାନ ସଫଳ ହେବ ନାହିଁ।
ବିରୋଧୀ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏହି ଘଟଣାକ୍ରମକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁସଲମାନ ଫଳ ବିକ୍ରେତାଙ୍କଠାରୁ ନ କିଣିବା ପାଇଁ ଲୋକଙ୍କୁ ମତାଇବା ଦେଶବିରୋଧୀ କାର୍ଯ୍ୟ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସମାଲୋଚନା କରିଛନ୍ତି। ଏଭଳି ପ୍ରସଙ୍ଗ କେବଳ ନିର୍ବାଚନ ପୂର୍ବରୁ କାହିଁକି ଉଠୁଛି? କେବଳ ଭୋଟ ହାତେଇବା ପାଇଁ ବୋଲି କୁମାରସ୍ବାମୀ ପ୍ରଶ୍ନ କରିଛନ୍ତି। ଭାଜପା ରାଜନୈତିକ ଫାଇଦା ପାଇଁ ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା କର୍ନାଟକ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସମାଲୋଚନା କରିଛନ୍ତି। କର୍ନାଟକ ସରକାର ମୁସଲମାନମାନଙ୍କୁ ଅସ୍ପୃଶ୍ୟ କରିଦେଇଥିବା ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ମୁସଲମାନ ବ୍ୟବସାୟୀଙ୍କ ଆମ୍ବ ବର୍ଜନ ବିବାଦରୁ ଶାସକ ଭାଜପା ନିଜକୁ ଦୂରେଇ ରଖିଥିବାବେଳେ ଅନ୍ୟ ଧ୍ରୁବୀକରଣ ପ୍ରସଙ୍ଗଗୁଡ଼ିକ ଉପରେ ନୀରବ ରହିଛି। କର୍ନାଟକ ଉଦ୍ୟାନ ମନ୍ତ୍ରୀ କେ. ଗୋପାଲୈଆହ କହିଛନ୍ତି, ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ। ଲୋକେ କାହାଠୁ ଫଳ କିଣିବେ ତାହା ସେମାନେ ସ୍ଥିର କରିବେ। ତେବେ ମୁସଲମାନ ବ୍ୟବସାୟୀମାନେ ଏକଚାଟିଆ ବେପାର କରୁଥିବା କେତେଜଣ ଲୋକ ମତ ଦେଉଛନ୍ତି। ଏହା ଉପରେ ଆମର ମୁଣ୍ଡ ଖେଳାଇବାର ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସି.ଏନ୍‌. ଅଶ୍ୱଥ ନାରାୟନ ଏହାକୁ ନାପସନ୍ଦ କରିଛନ୍ତି। କିଛି ମତଭେଦ ଥିଲେ ଆଲୋଚନା କରି ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri