ଦେଢ଼ବର୍ଷ ପରେ ଲୋକଙ୍କୁ ଗଲା ପିଏମ୍‌ଏଓ୍ବାଇ କାର୍ଯ୍ୟାଦେଶ

ଭୁବନେଶ୍ବର, ୨୧।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣି ଥରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ଦେଢ଼ବର୍ଷ ହେବ ରାଜ୍ୟରେ ବନ୍ଦ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ସୋମବାରଠାରୁ ରାଜ୍ୟରେ ଥିବା ମୋଟ୍‌ ୯ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଜଣଙ୍କୁ ଗତ ସୋମବାରଠାରୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ତେବେ ଏହି ଯୋଜନାରେ ପ୍ରଥମ ଥର ଲାଗି ଅନ୍‌ଲାଇନ ଜରିଆରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ତେବେ ପାହାଡିଆ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସମତଳ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଲକ୍ଷେ ୨୦ ହଜାର ମିଳିବ। ପାହାଡିଆ ଅଞ୍ଚଳର ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତିରେ ୬୫ହଜାର ଏବଂ ଗୃହନିର୍ମାଣ ଶେଷ ସହିତ ଶୌଚାଳୟ ନିର୍ମାଣ, ହିତାଧିକାରୀ ସେହି ନୂଆ ଘରେ ରହିବା ଆରମ୍ଭ କରିବା ପରେ ବାକି ୩ୟ କିସ୍ତି ୨୫ ହଜାର ଟଙ୍କା ମିଳିବ। ଏଭଳି ଭାବେ ମୋଟ ୧.୩୦ଲକ୍ଷ ଟଙ୍କା ପିଏମ୍‌ ଆବାସ ଯୋଜନାରେ ମିଳିବ। ଅନ୍ୟପଟେ ସମତଳ ଅଞ୍ଚଳ ଲାଗି ପ୍ରଥମ କିସ୍ତିରେ ୪୦ ହଜାର, ଦ୍ୱିତୀୟ କିସ୍ତିରେ ୬୫ ଏଭଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଦିଆଯିବ। ତେବେ ସୂଚନା ମୁତାବକ ଯେଉଁ ହିତାଧିକାରୀମାନଙ୍କ ତାଲିକାରେ ନାଁ ଅଛି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଥିବା ଜଣେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଯେଉଁମାନେ ପ୍ରକୃତ ହିତାଧିକାରୀ ଏବଂ ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଏପରି ମୋଟ ୯ ଲକ୍ଷ ଲୋକଙ୍କୁ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଗ୍ରାମାଞ୍ଚଳ ଓ ବ୍ଲକସ୍ତରରେ ପିଏମ୍‌ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନଠାରୁ ଆରମ୍ଭକରି ବିଲ୍‌ ପ୍ରଦାନ ଆଦି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିବା ତଥା କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅନ୍‌ଲାଇନରେ ପିଏମ୍‌ ଆବାସ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଗତ ମେ’ ୩୦ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲାପାଳ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ଓ ବିଡିଓଙ୍କୁ ଚିଠି ଲେଖି ପିଏମ୍‌ ଆବାସ(ଗ୍ରାମୀଣ) ଘରର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଅନ୍‌ଲାଇନରେ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ। ରାଜ୍ୟର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର ମଞ୍ଜୁର କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଲିଙ୍କ୍‌ ପଠାଯିବ ଯେଉଁଥିରେ ତାଙ୍କର କାର୍ଯ୍ୟାଦେଶ ମିଳିପାରୁଛି। ଏହାବ୍ୟତୀତ ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଞ୍ଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି କାର୍ଯ୍ୟାଦେଶ କାଢ଼ିପାରିବେ। ଉକ୍ତ କାର୍ଯ୍ୟାଦେଶରେ ଉଲ୍ଲେଖ କରାଯାଇଛି ହିତାଧିକାରୀ ନିଜର କାର୍ଯ୍ୟାଦେଶ ପାଇବାର ବର୍ଷକ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବା ଆବଶ୍ୟକ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଦିଆଯାଇଥିବା କାର୍ଯ୍ୟାଦେଶକୁ ରଦ୍ଦ କରାଯିବ ଓ ପ୍ରଦାନ କରାଯାଇଥିବା ଅର୍ଥରାଶି ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୧୩ ଲକ୍ଷ ୭୮ ହଜାର ୨୪୯ ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ। ମାତ୍ର ଯାଞ୍ଚ ପରେ ସରକାର ୩ ଲକ୍ଷ ୨୧ ହଜାର ୬୧୦ ଜଣ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍‌ ଦେଇଥିଲେ। ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟକରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri