୨୫ ବର୍ଷ ପରେ ଫେରିଲେ ମା’ କୋଳକୁ

ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର ମୋହରେ ଭୁଲି ଯାଇଥିଲେ ମା’, ମାଟି ଓ ମମତା। ହେଲେ ୨୫ ବର୍ଷ ପରେ ମନେ ପଡ଼ିଲା ଘର କଥା। ମୋହମାୟା ତୁଟାଇ ଛୁଟି ଆସିଲେ ଜନ୍ମ ମାଟିକୁ। ଦୀର୍ଘ ଦିନ ପରେ ତାଙ୍କ ଘର ବାହୁଡ଼ା ନେଇ ପରିବାର ଲୋକେ ଖୁସିରେ ଫାଟି ପଡ଼ୁଛନ୍ତି। ଆଦରରେ କୋଳେଇ ନେଲେ ଜନ୍ମଦାତ୍ରୀ ମା’। ସ୍ତ୍ରୀ ପିଲାଙ୍କ ଆନନ୍ଦ କହିଲେ ନ ସରେ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ଗାଁର ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ସୁଗୋ ଗାଁର ବାଇଧର ରାଉଳ ଓ ସ୍ତ୍ରୀ ଶାନ୍ତିଲତା ଅଭାବ ଅସୁବିଧାରେ ଚଳି ଆସୁଥିଲେ। ୧୩ ବର୍ଷ ବୟସରେ ଶାନ୍ତିଲତା ବିବାହ କରିଥିବା ବେଳେ ୨୫ବର୍ଷ ବୟସରେ ସ୍ବାମୀଙ୍କୁ ହରାଇଥିଲେ। ତାଙ୍କର ଏକମାତ୍ର ପୁଅ ଗୌରହରି ୧୭ବର୍ଷ ବୟସରେ ଅଭାବୀ ପରିବାର ପ୍ରତିପୋଷଣ ଲାଗି କୋଲକାତା ଚାଲିଯାଇଥିଲେ। ସେଠାରେ ରୋଜଗାର କରିବା ସହିତ ଗଢ଼ିିଥିଲେ ନୂଅ ସଂସାର। ଭୁଲିଯାଇଥିଲେ ଗାଁ ମାଟି, ମା’ ଶାନ୍ତିଲତା, ସ୍ତ୍ରୀ ଶାନ୍ତ୍ୱନା ଓ ଝିଅ ବର୍ଷାକୁ। ସେଠାରେ ଦୁଇ ପୁଅ, ସ୍ତ୍ରୀ, ୨ଟି ଚାରିଚକିଆ ଯାନ ଓ କୋଲକତା ସହରରେ ୩ ମହଲା କୋଠା ନିର୍ମାଣ କରି ପାରିଥିଲେ। ତେବେ ୨ୟ ସ୍ତ୍ରୀ ଓ ପୁଅଙ୍କ ସହିତ ମନୋମାଳିନ୍ୟ ହେବାରୁ ଗତ ୧୨ ତାରିଖ ରଥଯାତ୍ରା ଦିନ ସେ ଗାଁକୁ ଫେରି ଆସିଛନ୍ତି। ଶାନ୍ତିଲତା ଜଣେ ମହିଳା କୃଷକ ଭାବେ ଗାଁ ଲୋକଙ୍କ ୧୦ମାଣ ଜମି ଭାଗ କରି ୧୩ଟି ଗାଈ, ଛେଳି ପାଳି ଏବଂ ପର ଘରେ କାମ କରି ନିଜ ସଂସାରର ବୋଝ ସମ୍ଭାଳିବା ସହିତ ନାତୁଣୀ ବର୍ଷାଙ୍କୁ ଶିକ୍ଷିତା କରିପାରିଛନ୍ତି। ତେବେ ଆଉ କୋଲକତା ଫେରିବେ ନାହିଁ ବୋଲି ଗୌରହରି କହିଥିତ୍ବା ବେଳେ ପରିବାର ଲୋକେ ତାଙ୍କୁ ପାଖରେ ପାଇ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?