୨୫ ବର୍ଷ ପରେ ଫେରିଲେ ମା’ କୋଳକୁ

ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର ମୋହରେ ଭୁଲି ଯାଇଥିଲେ ମା’, ମାଟି ଓ ମମତା। ହେଲେ ୨୫ ବର୍ଷ ପରେ ମନେ ପଡ଼ିଲା ଘର କଥା। ମୋହମାୟା ତୁଟାଇ ଛୁଟି ଆସିଲେ ଜନ୍ମ ମାଟିକୁ। ଦୀର୍ଘ ଦିନ ପରେ ତାଙ୍କ ଘର ବାହୁଡ଼ା ନେଇ ପରିବାର ଲୋକେ ଖୁସିରେ ଫାଟି ପଡ଼ୁଛନ୍ତି। ଆଦରରେ କୋଳେଇ ନେଲେ ଜନ୍ମଦାତ୍ରୀ ମା’। ସ୍ତ୍ରୀ ପିଲାଙ୍କ ଆନନ୍ଦ କହିଲେ ନ ସରେ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ଗାଁର ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ସୁଗୋ ଗାଁର ବାଇଧର ରାଉଳ ଓ ସ୍ତ୍ରୀ ଶାନ୍ତିଲତା ଅଭାବ ଅସୁବିଧାରେ ଚଳି ଆସୁଥିଲେ। ୧୩ ବର୍ଷ ବୟସରେ ଶାନ୍ତିଲତା ବିବାହ କରିଥିବା ବେଳେ ୨୫ବର୍ଷ ବୟସରେ ସ୍ବାମୀଙ୍କୁ ହରାଇଥିଲେ। ତାଙ୍କର ଏକମାତ୍ର ପୁଅ ଗୌରହରି ୧୭ବର୍ଷ ବୟସରେ ଅଭାବୀ ପରିବାର ପ୍ରତିପୋଷଣ ଲାଗି କୋଲକାତା ଚାଲିଯାଇଥିଲେ। ସେଠାରେ ରୋଜଗାର କରିବା ସହିତ ଗଢ଼ିିଥିଲେ ନୂଅ ସଂସାର। ଭୁଲିଯାଇଥିଲେ ଗାଁ ମାଟି, ମା’ ଶାନ୍ତିଲତା, ସ୍ତ୍ରୀ ଶାନ୍ତ୍ୱନା ଓ ଝିଅ ବର୍ଷାକୁ। ସେଠାରେ ଦୁଇ ପୁଅ, ସ୍ତ୍ରୀ, ୨ଟି ଚାରିଚକିଆ ଯାନ ଓ କୋଲକତା ସହରରେ ୩ ମହଲା କୋଠା ନିର୍ମାଣ କରି ପାରିଥିଲେ। ତେବେ ୨ୟ ସ୍ତ୍ରୀ ଓ ପୁଅଙ୍କ ସହିତ ମନୋମାଳିନ୍ୟ ହେବାରୁ ଗତ ୧୨ ତାରିଖ ରଥଯାତ୍ରା ଦିନ ସେ ଗାଁକୁ ଫେରି ଆସିଛନ୍ତି। ଶାନ୍ତିଲତା ଜଣେ ମହିଳା କୃଷକ ଭାବେ ଗାଁ ଲୋକଙ୍କ ୧୦ମାଣ ଜମି ଭାଗ କରି ୧୩ଟି ଗାଈ, ଛେଳି ପାଳି ଏବଂ ପର ଘରେ କାମ କରି ନିଜ ସଂସାରର ବୋଝ ସମ୍ଭାଳିବା ସହିତ ନାତୁଣୀ ବର୍ଷାଙ୍କୁ ଶିକ୍ଷିତା କରିପାରିଛନ୍ତି। ତେବେ ଆଉ କୋଲକତା ଫେରିବେ ନାହିଁ ବୋଲି ଗୌରହରି କହିଥିତ୍ବା ବେଳେ ପରିବାର ଲୋକେ ତାଙ୍କୁ ପାଖରେ ପାଇ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୧ା୫: ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ଘଟଣା ରହସ୍ୟମୟ...

ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍‌: ୪ ଗୁରୁତର

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ...

୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର...

ହାଜର ହେଲେ ୮ ଖଣି ମାଲିକ

କେନ୍ଦୁଝର, ୭ା୭ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଖିଲାପୀ ଖଣି ସଂସ୍ଥାଙ୍କ ସମ୍ପତି ବାଜ୍ୟାପ୍ତି ମାମଲାରେ ଶନିବାର ୮ ଖଣି ସଂସ୍ଥା ହାଜର ହୋଇଥିଲେ ା...

ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ...

୨୦ ଫୁଟ ତଳକୁ ଖସି ବି ବର୍ତ୍ତିଗଲେ

ବାରିପଦା ଅଫିସ,୩୧।୫- କଥାରେ ଅଛି ରଖେ ହରି ତ ମାରେ କିଏ। ବାରିପଦା ସହରଠାରୁ ପ୍ରାୟ ୯ କି.ମି ଦୂର ଲକ୍ଷ୍ମୀପୋଷି ଅଞ୍ଚଳରେ ଘଟିଥିବା ଏକ...

ଓଜେଇଇ ଟପ୍ପର ହେଲେ ଜଳଖିଆ ଦୋକାନୀଙ୍କ ପୁଅ ଭବାନୀଶଙ୍କର

କେନ୍ଦୁଝର/ ଢେଙ୍କିକେୋଟ, ୧୯ା୬(ଡି.ଏନ୍‌.ଏ.): ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ବିଟେକରେ କେନ୍ଦୁଝର ଜିଲାର ଘଟଗଁା ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର...

ସୋର ୟୁକୋ ବ୍ୟାଙ୍କ ସିଲ୍‌

ସୋର,୨୯।୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟିର ଅଡ଼ଙ୍ଗବଜାରରେ ଥିବା ସୋର ୟୁକୋ ବ୍ୟାଙ୍କକୁୁ ପ୍ରଶାସନ ତରଫରୁ ସିଲ୍‌ କରାଯାଇଛି। ସେଠାରେ ଥିବା ଏକ ଲଜ୍‌କୁ ମଧ୍ୟ ସିଲ୍‌ କରାଯାଇଛି। ଏହି...

Advertisement
Archives

Model This Week