୨୨ ବର୍ଷ ପରେ

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ୨୨ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ କରିଥିବା ୨୨ ଫେବୃୟାରୀ ୨୦୨୧ରେ ପ୍ରକାଶ କରିଛି। ଜଳନ୍ଧର ସ୍ବାଇଁ ନାମରେ ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ପାଇପ୍‌ ମିସ୍ତ୍ରି ଭାବେ କାମ କରୁଥିବା ବିବନ ବିଷୟରେ ସୂଚନା ମିଳିବା ପରେ ଓଡ଼ିଶାର କମିଶନରେଟ୍‌ ପୋଲିସ ସେଠାକାର ପୋଲିସ ସହ ମିଶି ଏଭଳି ସଫଳତା ପାଇଛି। ଘଟଣାକ୍ରମ ଦେଖିଲେ ୯ ଜାନୁୟାରୀ ୧୯୯୯ରେ ଅଞ୍ଜନା ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କଟକରେ ତାଙ୍କ ଓକିଲଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ବାରଙ୍ଗ ନିକଟରେ ଗଣବଳାତ୍କାରର ଶିକାର ହୋଇଥିଲେ। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତତ୍‌କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ବିଚିତ୍ର ଅଭିଯୋଗ ଆସୁଥିଲା। ଛବିରାଣୀ ଗଣବଳାତ୍କାର ଓ ହତ୍ୟାକାଣ୍ଡରୁ ଆରମ୍ଭ କରି ଅଞ୍ଜନା ମିଶ୍ର ମାମଲା ତାଙ୍କ ଭାବମୂର୍ତ୍ତିକୁ ଧ୍ୱଂସ କରିଦେବା ଫଳରେ କଂଗ୍ରେସ ହାଇକମାଣ୍ଡ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇ ଗିରିଧର ଗମାଙ୍ଗଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରାଇଥିଲା। ସେହି ସମୟର କୁକର୍ମ ଫଳରେ ଓଡ଼ିଶାରେ କଂଗ୍ରେସର ଦୀର୍ଘଦିନ ପାଇଁ କ୍ଷତି ଘଟିଛି।
ଅଞ୍ଜନା ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ତଦନ୍ତ ଭାର ଦିଆଯାଇଥିଲା। ହେଲେ ସିବିଆଇ ତଦନ୍ତରେ ଅଗ୍ରଗତି ଦେଖାଦେଇ ନ ଥିଲା। ୩ ମାସ ପୂର୍ବରୁ ଓଡ଼ିଶା ପୋଲିସ ଅପରେଶନ ‘ସାଇଲେଣ୍ଟ ଭାଇପର’ ମାଧ୍ୟମରେ ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା। ସାଧାରଣରେ ବିଶ୍ୱାସ କରାଯାଏ ଯେ, ଗୁରୁତ୍ୱପୂର୍ଣ୍ଣ ଅପରାଧ ବା ଘଟଣାକୁ ସିବିଆଇ ଖୋଳତାଡ଼ କଲେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ସହିତ ସବୁ ଅପରାଧୀ ମଧ୍ୟ ଦଣ୍ଡିତ ହେବେ। ସିବିଆଇର ଇତିହାସକୁ ଦେଖିଲେ ଆଜି ମଧ୍ୟ ସେହି ସଂସ୍ଥାକୁ ପୂର୍ବଭଳି ବ୍ୟବହାର କରାଯାଉଛି। ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ତଦନ୍ତକାରୀ ସଂସ୍ଥା ବିଗତ ବର୍ଷଗୁଡ଼ିକରେ କୌଣସି ଆଖିଦୃଶିଆ କାର୍ଯ୍ୟ କରିବାର ନଜିର ନାହିଁ। ଯେଉଁସବୁ ଘଟଣାକୁ କ୍ଷମତାସୀନ ଦଳ ଘୋଡ଼ାଇବାକୁ ଚାହେଁ, ସେହି କାର୍ଯ୍ୟରେ ସିବିଆଇର ସକ୍ରିୟ ସହଯୋଗ ମିଳେ। ଅନ୍ୟପଟେ ଯେଉଁ ଘଟଣାକୁ ତଦନ୍ତ କରି ସତ୍ୟ ବା ତଥାକଥିତ ସତ୍ୟକୁ ପ୍ରକାଶ କଲେ ଗଣମାଧ୍ୟମ ଦ୍ୱାରା ସିବିଆଇକୁ ପ୍ରଶଂସା ମିଳିବ ସେଭଳି କାର୍ଯ୍ୟ କରାଯାଇଥାଏ। ଅର୍ଥାତ୍‌ ସରକାରୀ ଦଳ ଯେଉଁ ଘଟଣାରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥାଆନ୍ତି, ସେହି ଅନୁଯାୟୀ ତଦନ୍ତ ହୋଇଥାଏ। ଏହା ଫଳରେ କେତେକ ପୋଲିସ ଅଫିସର ସିବିଆଇରେ ନିଯୁକ୍ତି ପାଇବା ପାଇଁ ରାଜନେତାମାନଙ୍କୁ ମୁଣ୍ଡିଆ ମାରନ୍ତି। ଏତେ ବୃହତ୍‌ ତଦନ୍ତକାରୀ ସଂସ୍ଥା ସମ୍ଭାଳୁଥିବା କର୍ତ୍ତୃପକ୍ଷ ନିଜର ତଦନ୍ତ ବାହାରେ ମଧ୍ୟ ଅନେକ ତଥ୍ୟ ପାଇଥାଆନ୍ତି; ଯେଉଁଥିରେ ଲୋକଙ୍କ ଦୃଷ୍ଟିପଡ଼େ ନାହିଁ, ସେହିସବୁ ତଦନ୍ତରେ ବିପୁଳ ଦୁର୍ନୀତିର ସୁଯୋଗ ମିଳେ। ଅର୍ଥାତ୍‌ ସିବିଆଇର ଉଚ୍ଚପଦସ୍ଥ ଅଫିସରମାନେ ଅବସର ପୂର୍ବରୁ ହଠାତ୍‌ ଯଥେଷ୍ଟ ଧନୀ ହେବାର ବାରମ୍ବାର ସଙ୍କେତ ମିଳେ। ଏଠାରେ କୁହାଯାଇପାରେ ଯେ, ରାଜ୍ୟ ପୋଲିସରେ ଯେଭଳି ଅଧିକାରୀ ଥାଆନ୍ତି, କେନ୍ଦ୍ରୀୟ ସ୍ତରକୁ ଦେଖିଲେ ସେଥିରେ ଆକାଶ ପାତାଳ ଫରକ୍‌ ନ ଥାଏ। ଯେତେବେଳେ ଗୋଟିଏ ଗୋଟିଏ କେସ୍‌ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକୁ ଚାଲିଯାଉଛି, ସେହି ସମୟ ମଧ୍ୟରେ ଅଭିଯୁକ୍ତ କିମ୍ବା ପୀଡ଼ିତଙ୍କ ମଧ୍ୟରୁ କେତେ ଜଣ ମରିହଜି ଯାଇଥାଆନ୍ତି। ଫଳରେ ନ୍ୟାୟ ଠିକ୍‌ ଭାବେ ମିଳିପାରି ନ ଥାଏ। ଏଠାରେ ମନେପଡ଼େ ଗତ ଶତାବ୍ଦୀର ୮୦ ଦଶନ୍ଧି କଥା। ୩ ଅକ୍ଟୋବର ୧୯୮୦ରେ ବିଲୁଆଖାଇ ନଦୀ ପଠାରେ ଛବିରାଣୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ଦୁଃଖର ବିଷୟ ଯେ, ଘଟଣାର ୨୨ ବର୍ଷ ପରେ ସୁପ୍ରିମକୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହି ସମୟ ମଧ୍ୟରେ କେତେ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ଯାଇଥିଲା। ଏବେ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ଅନ୍ୟତମ ଦୋଷୀ ପ୍ରଦୀପ ସାହୁ (ପଦିଆ)ଙ୍କ ମୃତ୍ୟୁ ଘଟି ସାରିଲାଣି। ତେବେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପୀଡ଼ିତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ବିବନଙ୍କୁ ଫାଶୀ କିମ୍ବା ଆଜୀବନ ଜେଲଦଣ୍ଡ ଦିଆଯାଉ ବୋଲି ଅଞ୍ଜନା ଗଣମାଧ୍ୟମ ଆଗରେ ଇଚ୍ଛା ବ୍ୟକ୍ତ କରିଛନ୍ତି। ବାସ୍ତବରେ ଯଦି ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଶାସ୍ତି ଦିଆଯାଇପାରନ୍ତା, ତେବେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri