ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ: ୨ ଆଇଏଏସ୍‌ ପରେ ଗଲେ ୬ ଓଏଏସ୍‌

ଭୁବନେଶ୍ୱର,୪।୭(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ ଜିଲା। ଗୋଟିଏ ପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଥିବା ବେଳେ ସେଥିରୁ ୨୦୬୬ଜଣ ଗଞ୍ଜାମର। ଏପରିକି ଦିନକୁ ଦିନ ଗଞ୍ଜାମରେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଏହି ଜିଲାରୁ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଶନିବାର ୨ ଆଇଏଏସ୍‌ ଓ ୬ ଓଏଏସ୍‌ଙ୍କୁ ଗଞ୍ଜାମ ପଠାଯାଇଥିବା ସୂଚନା ମିଳିଛି। ସେମାନେ କରୋନା ପରିଚାଳନା ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ ବୋଲି ଜଣାପଡ଼ିଛି।

ଓଏଏସ୍‌ ସୁଧାକର ନାୟକ, ଲୋକନାଥ ଦଳବେହେରା, ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦ୍ର କୁମାର ସାମଲ ପ୍ରମୁଖ ଗଞ୍ଜାମ ଯାଇଛନ୍ତି। ପୂର୍ବରୁ ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡର ଦାୟିତ୍ୱ ନେବାକୁ ୨ ସ୍ପେଶାଲ ଏଡିଏମ୍‌(ଆଇଏଏସ୍‌ ପାରୁଲ ପଟାଓ୍ବାରୀ, ବିଶାଲ ସିଂହ)ଙ୍କୁ ନିଯୁକ୍ତ କରାଯାଇଥିଲା।