Posted inରାଜ୍ୟ

୧୮ ବର୍ଷ ଜେଲଦଣ୍ଡ ଭୋଗି ନିର୍ଦ୍ଦୋଷରେ ଖଲାସ

ବାରିପଦା ଅଫିସ,୧୫ା୧୨- ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିକୁ ନେଇ ଟ୍ରିପଲ ମର୍ଡର ଘଟଣାରେ ୧୮ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବଳରାମପୁର ଗ୍ରାମର ହାବିଲ ସିଦ୍ଧୁ(୫୯)। ମଙ୍ଗଳବାର ମୟୂରଭଞ୍ଜ ଜିଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମାମଲାର ବିଚାର କରି ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରିଛନ୍ତି।

୨୦୦୩ ଜାନୁୟାରୀ ୩ରେ ଜମାଦାର ପିଙ୍ଗୁଆ ନିଜ ଶିଶୁପୁତ୍ର ଶୁକ୍ରୁ ପିଙ୍ଗୁଆ ଓ ଦାଦା ତୁରାମ ପୂର୍ର୍ତ୍ତିିଙ୍କ ସହିତ ପୁଡୁଗୁଣ୍ଠୁ ଗ୍ରାମସ୍ଥିିତ ଶ୍ୱଶୁରଘରକୁ ଯାଇଥିଲେ। ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ବିଲରେ ସେମାନଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ତିନିଜଣଙ୍କର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଥିବା ବେଳେ ଯୌନାଙ୍ଗକୁ କାଟି ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ଘଟଣାର ତଦନ୍ତ କରି ହାବିଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

୨୦୦୫ରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମାମଲାର ବିଚାର କରି ହାବିଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଉକ୍ତ ରାୟ ବିରୋଧରେ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଇ ନ ଥିବାରୁ ଅବୈତନିକ ଆଇନଜୀବୀ ମାମଲା ଲଢ଼ିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଆଦେଶ ମୁତାବକ ଅବୈତନିକ ଆଇନଜୀବୀ ଅସିତ ଓତା ମାମଲା ପରିଚାଳନା କରିଥିଲେ। ୧୩ଜଣ ସାକ୍ଷୀଙ୍କ ବୟାନ, ପୋଲିସ ତଦନ୍ତ ରିପୋର୍ଟ ଓ ଜବତ ମାରଣାସ୍ତ୍ରକୁ ଆଧାର କରି ଜିଲା ଓ ଦୌରାଜଜ୍‌ ପଟ୍ଟନାୟକ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଦୀର୍ଘଦିନ ଧରି ବିଚାରାଧୀନ କଏଦୀ ଓ ଆଜୀବନ ଜେଲ ଦଣ୍ଡ ଭୋଗିଥିବାରୁ ତାଙ୍କ ପରିବାର ପ୍ରତି ଅନ୍ୟାୟ ହୋଇଥିବା ହାବିଲ ପ୍ରକାଶ କରିଛନ୍ତି। ନ୍ୟାୟ ପାଇଁ ସେ ପୁନର୍ବାର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବୋନସ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର, ୧୩।୭: କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ଖୁସି ଖବର। ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।କେନ୍ଦୁପତ୍ର ମୂଲ୍ୟରେ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri