Posted inରାଜ୍ୟ

୧୮ ବର୍ଷ ଜେଲଦଣ୍ଡ ଭୋଗି ନିର୍ଦ୍ଦୋଷରେ ଖଲାସ

ବାରିପଦା ଅଫିସ,୧୫ା୧୨- ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିକୁ ନେଇ ଟ୍ରିପଲ ମର୍ଡର ଘଟଣାରେ ୧୮ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବଳରାମପୁର ଗ୍ରାମର ହାବିଲ ସିଦ୍ଧୁ(୫୯)। ମଙ୍ଗଳବାର ମୟୂରଭଞ୍ଜ ଜିଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମାମଲାର ବିଚାର କରି ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରିଛନ୍ତି।

୨୦୦୩ ଜାନୁୟାରୀ ୩ରେ ଜମାଦାର ପିଙ୍ଗୁଆ ନିଜ ଶିଶୁପୁତ୍ର ଶୁକ୍ରୁ ପିଙ୍ଗୁଆ ଓ ଦାଦା ତୁରାମ ପୂର୍ର୍ତ୍ତିିଙ୍କ ସହିତ ପୁଡୁଗୁଣ୍ଠୁ ଗ୍ରାମସ୍ଥିିତ ଶ୍ୱଶୁରଘରକୁ ଯାଇଥିଲେ। ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ବିଲରେ ସେମାନଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ତିନିଜଣଙ୍କର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଥିବା ବେଳେ ଯୌନାଙ୍ଗକୁ କାଟି ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ଘଟଣାର ତଦନ୍ତ କରି ହାବିଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

୨୦୦୫ରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମାମଲାର ବିଚାର କରି ହାବିଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଉକ୍ତ ରାୟ ବିରୋଧରେ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଇ ନ ଥିବାରୁ ଅବୈତନିକ ଆଇନଜୀବୀ ମାମଲା ଲଢ଼ିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଆଦେଶ ମୁତାବକ ଅବୈତନିକ ଆଇନଜୀବୀ ଅସିତ ଓତା ମାମଲା ପରିଚାଳନା କରିଥିଲେ। ୧୩ଜଣ ସାକ୍ଷୀଙ୍କ ବୟାନ, ପୋଲିସ ତଦନ୍ତ ରିପୋର୍ଟ ଓ ଜବତ ମାରଣାସ୍ତ୍ରକୁ ଆଧାର କରି ଜିଲା ଓ ଦୌରାଜଜ୍‌ ପଟ୍ଟନାୟକ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଦୀର୍ଘଦିନ ଧରି ବିଚାରାଧୀନ କଏଦୀ ଓ ଆଜୀବନ ଜେଲ ଦଣ୍ଡ ଭୋଗିଥିବାରୁ ତାଙ୍କ ପରିବାର ପ୍ରତି ଅନ୍ୟାୟ ହୋଇଥିବା ହାବିଲ ପ୍ରକାଶ କରିଛନ୍ତି। ନ୍ୟାୟ ପାଇଁ ସେ ପୁନର୍ବାର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୧୯। ୧୦(ବ୍ୟୁରୋ): ଆସନ୍ତା ୨୬ରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର...

କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କଳାହାଣ୍ଡିବାସୀ ଆଶ୍ୱସ୍ତ

ଧର୍ମଗଡ଼,୧୩ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ଜଣେ କୋଭିଡ୍‌ ପଜିଟିଭ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ଗୋଲ୍‌ଡେନ୍‌ ଭିଜା

ଭୁବନେଶ୍ୱର, ୧।୭(ବ୍ୟୁରୋ): ମୟୂରଭଞ୍ଜ ଜିଲା ବାରିପଦାର କଳାକାର ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ସମ୍ମାନଜନକ ଗୋଲଡେନ୍‌ ଭିଜା ମିଳିଛି। ୟୁଏଇ ସରକାରଙ୍କ ପକ୍ଷରୁ ତାଙ୍କୁ ୧୦ ବର୍ଷ...

ସମତା ହିଁ ବୀଜମନ୍ତ୍ର

ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ...

ଦୁଇ ନାବାଳିକାଙ୍କୁ ବାନ୍ଧି ଗଣବଳାତ୍କାର

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ଭୁବନେଶ୍ୱର ପଟିଆ ରେଳ ଷ୍ଟେଶନ ନିକଟରେ ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିସାରା ଗଣ ବଳାତ୍କାର...

ଦବିଲା କୋଠା, ଘରେ ପଶିଲା ପାଣି

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଏହା...

ଗଣେଶ ପୂଜା ଦେଖିବାକୁ ଯାଇଥିଲେ ନାବାଳିକା: ନାବାଳକ ନିଛାଟିଆ ଛାତକୁ ଡାକି ନେଇ …

ପାରଳାଖେମୁଣ୍ଡି,୧୨।୯: ଘର ପାଖରେ ଗଣେଶ ପୂଜା ଦେଖବାକୁ ଯାଇ ବଳାତ୍କାର ଶିକାର ହୋଇଛନ୍ତି ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନାଗର ଥାନା...

ଉଦ୍‌ଘାଟନ ହେଲା ୨ ନୂଆ ଅଗ୍ନିଶମ ସେବାକେନ୍ଦ୍ର

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟର ୩୧୪ ବ୍ଲକରେ ଗୋଟିଏ ଲେଖା ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରିବାରେ ରାଜ୍ୟ ସରକାର ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଓଡ଼ିଶା...

Advertisement
Archives

Model This Week