୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳା ସୃଷ୍ଟି କରି ହାଇସିକ୍ୟୁରିଟି ୱାର୍ଡରେ ଥିବା ୫ଜଣ କଏଦୀ ପୁଣି ଆତଙ୍କରାଜ ଘଟାଇଛନ୍ତି। ସେମାନେ ସଂଘବଦ୍ଧ ଭାବେ ଜେଲର ଓ ୱାର୍ଡରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ଏଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେବାରୁ ବାଧ୍ୟହୋଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମର୍ଜେନ୍ସି ସାଇରନ୍‌ ବାଜିଛି। କଏଦୀଙ୍କ ଆକ୍ରମଣରେ ଜେଲର୍‌ ପ୍ରସନ୍ନ ସାହୁଙ୍କ ସହ ଦୁଇଜଣ ୱାର୍ଡର ରାଜେଶ ପାତ୍ର ଓ ପୃଥ୍ବୀ ଆହତ ହୋଇଛନ୍ତି। କଏଦୀ ଅଜୟ ନାୟକ ଓରଫ ନନ୍ଦୁ, ନାରଣ ମହାନ୍ତି, ସନ୍ତୋଷ ଓରଫ ତାୱା, ଲିଙ୍ଗରାଜ ବାରିକ ଓ ସଞ୍ଜୟ ମଲ୍ଲିକ ଏଭଳି କାଣ୍ଡ ଘଟାଇଛନ୍ତି। ଏମାନେ ନିଶା କାରବାର, ଲୁଟ୍‌, ହତ୍ୟା ଆଦି ମାମଲାରେ ବାରମ୍ବାର ଗିରଫ ହୋଇ ଜେଲରେ ରହିଆସିଛନ୍ତି। ତେବେ ଏହି ଘଟଣାକୁ ନେଇ ଜେଲରଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଝାରପଡ଼ା ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ଗତ ମଙ୍ଗଳବାର ଜେଲ ଭିତରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ବିଚାରାଧୀନ କଏଦୀ ନନ୍ଦୁ ହାତରେ ଛୁରି ଧରି ଭୟଭୀତ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୯ନଂ. ବାରାକ୍‌ରେ ଚଢ଼ାଉ କରାଯାଇଥିଲା। ସେଠାରେ ଏକ ସ୍ଥାନରେ ଲୁଚାଇ ରଖାଯାଇଥିବା ସ୍ମାର୍ଟ ଫୋନ୍‌ ଓ ଛୁରି ଜବତ ହୋଇଥିଲା। ଏହି ଘଟଣାରେ ନନ୍ଦୁଙ୍କ ନାଁରେ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ଏଥିସହ ମାରଣାସ୍ତ୍ର ଓ ମୋବାଇଲ ରଖିବା ଅଭିଯୋଗରେ ଏବଂ ଅନ୍ୟ କଏଦୀଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦୁଙ୍କ ସମେତ ସମ୍ପୃକ୍ତ ୫ କଏଦୀଙ୍କୁ ହାଇସିକ୍ୟୁରିଟି ୱାର୍ଡରେ ରଖାଯାଇଥିଲା। ହେଲେ ସେଠାରେ ନ ରହିବାକୁ ସେମାନେ ବିରୋଧ କରିଆସୁଥିଲେ। ଡ୍ୟୁଟିରେ ରହୁଥିବା ୱାର୍ଡରଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିଲେ। ତେବେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ସେମାନେ ଏକ ବଡ଼ କାଣ୍ଡ ଘଟାଇଥିଲେ। ୫ଜଣ କଏଦୀ ମିଳିମିଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଉତ୍ପାତ କରିଥିଲେ। ଜଣେ ୱାର୍ଡର ସେଠାକୁ ଯାଇ ପଚାରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ତଳେ ପକାଇ ମାଡ଼ ମାରିଥିଲେ। ଏହାଦେଖି ପାଖରେ ଥିବା ଅନ୍ୟଜଣେ ୱାର୍ଡର ହୁଇସିଲ୍‌ ବଜାଇଥିଲେ। ପରେ ଜେଲର ଏବଂ ୱାର୍ଡର ବୁଝାଶୁଝା କରୁଥିବା ବେଳେ ସମ୍ପୃକ୍ତ ୫ କଏଦୀ ପ୍ରଥମେ ଜେଲରଙ୍କୁ ଧକ୍କା ପକାଇବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ପରେ ୱାର୍ଡର ଓ ଜେଲରଙ୍କୁ ସେମାନେ ସଂଘବଦ୍ଧ ଆକ୍ରମଣ କରିବା ସହ ବ୍ଲେଡ୍‌ରେ ରକ୍ତାକ୍ତ କରିଥିଲେ। ଫଳରେ ଜେଲର ପ୍ରସନ୍ନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିପରି ଦୁଇ ଓ୍ବାର୍ଡରଙ୍କର ମଧ୍ୟ ଗଭୀର ଆଘାତ ଲାଗିଛି। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ଜେଲରଙ୍କ ନିର୍ଦ୍ଦେଶକ୍ରମେ ଏମର୍ଜେନ୍ସି ସାଇରନ୍‌ ବଜାଯାଇଥିଲା। ଅନ୍ୟପକ୍ଷରେ ପ୍ରାୟ ୧୫ବର୍ଷ ପରେ ଝାରପଡ଼ା ଜେଲରେ ଏମର୍ଜେନ୍ସି ସାଇରନ୍‌ ଶୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏହାପରେ ଲକ୍ଷ୍ମୀସାଗର ଥାନାଧିକାରୀ ଓ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଜେଲ ଭିତରେ ପହଞ୍ଚତ୍ ତନାଘନା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ତେବେ ବାରମ୍ବାର ଝାରପଡ଼ା ଜେଲରେ ଆପରାଧିକ କାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। କେତେବେଳେ କଏଦୀ ତ ଆଉ କେତେବେଳେ ଜେଲ କର୍ମଚାରୀ ଓ ଅଧିକାରୀଙ୍କୁ ଆକ୍ରମଣ ହେଉଛି। ଜେଲ ଡିଜି ଅରୁଣ କୁବାର ରାୟ କହିଛନ୍ତି, ଜେଲର ଓ ଓ୍ବାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ରିପୋର୍ଟ ଆସିବା ପରେ ଜେଲ ମାନୁଆଲ ଅନୁଯାୟୀ ସମ୍ପୃକ୍ତ କଏଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri