୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳା ସୃଷ୍ଟି କରି ହାଇସିକ୍ୟୁରିଟି ୱାର୍ଡରେ ଥିବା ୫ଜଣ କଏଦୀ ପୁଣି ଆତଙ୍କରାଜ ଘଟାଇଛନ୍ତି। ସେମାନେ ସଂଘବଦ୍ଧ ଭାବେ ଜେଲର ଓ ୱାର୍ଡରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ଏଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେବାରୁ ବାଧ୍ୟହୋଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମର୍ଜେନ୍ସି ସାଇରନ୍‌ ବାଜିଛି। କଏଦୀଙ୍କ ଆକ୍ରମଣରେ ଜେଲର୍‌ ପ୍ରସନ୍ନ ସାହୁଙ୍କ ସହ ଦୁଇଜଣ ୱାର୍ଡର ରାଜେଶ ପାତ୍ର ଓ ପୃଥ୍ବୀ ଆହତ ହୋଇଛନ୍ତି। କଏଦୀ ଅଜୟ ନାୟକ ଓରଫ ନନ୍ଦୁ, ନାରଣ ମହାନ୍ତି, ସନ୍ତୋଷ ଓରଫ ତାୱା, ଲିଙ୍ଗରାଜ ବାରିକ ଓ ସଞ୍ଜୟ ମଲ୍ଲିକ ଏଭଳି କାଣ୍ଡ ଘଟାଇଛନ୍ତି। ଏମାନେ ନିଶା କାରବାର, ଲୁଟ୍‌, ହତ୍ୟା ଆଦି ମାମଲାରେ ବାରମ୍ବାର ଗିରଫ ହୋଇ ଜେଲରେ ରହିଆସିଛନ୍ତି। ତେବେ ଏହି ଘଟଣାକୁ ନେଇ ଜେଲରଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଝାରପଡ଼ା ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ଗତ ମଙ୍ଗଳବାର ଜେଲ ଭିତରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ବିଚାରାଧୀନ କଏଦୀ ନନ୍ଦୁ ହାତରେ ଛୁରି ଧରି ଭୟଭୀତ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୯ନଂ. ବାରାକ୍‌ରେ ଚଢ଼ାଉ କରାଯାଇଥିଲା। ସେଠାରେ ଏକ ସ୍ଥାନରେ ଲୁଚାଇ ରଖାଯାଇଥିବା ସ୍ମାର୍ଟ ଫୋନ୍‌ ଓ ଛୁରି ଜବତ ହୋଇଥିଲା। ଏହି ଘଟଣାରେ ନନ୍ଦୁଙ୍କ ନାଁରେ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ଏଥିସହ ମାରଣାସ୍ତ୍ର ଓ ମୋବାଇଲ ରଖିବା ଅଭିଯୋଗରେ ଏବଂ ଅନ୍ୟ କଏଦୀଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦୁଙ୍କ ସମେତ ସମ୍ପୃକ୍ତ ୫ କଏଦୀଙ୍କୁ ହାଇସିକ୍ୟୁରିଟି ୱାର୍ଡରେ ରଖାଯାଇଥିଲା। ହେଲେ ସେଠାରେ ନ ରହିବାକୁ ସେମାନେ ବିରୋଧ କରିଆସୁଥିଲେ। ଡ୍ୟୁଟିରେ ରହୁଥିବା ୱାର୍ଡରଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିଲେ। ତେବେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ସେମାନେ ଏକ ବଡ଼ କାଣ୍ଡ ଘଟାଇଥିଲେ। ୫ଜଣ କଏଦୀ ମିଳିମିଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଉତ୍ପାତ କରିଥିଲେ। ଜଣେ ୱାର୍ଡର ସେଠାକୁ ଯାଇ ପଚାରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ତଳେ ପକାଇ ମାଡ଼ ମାରିଥିଲେ। ଏହାଦେଖି ପାଖରେ ଥିବା ଅନ୍ୟଜଣେ ୱାର୍ଡର ହୁଇସିଲ୍‌ ବଜାଇଥିଲେ। ପରେ ଜେଲର ଏବଂ ୱାର୍ଡର ବୁଝାଶୁଝା କରୁଥିବା ବେଳେ ସମ୍ପୃକ୍ତ ୫ କଏଦୀ ପ୍ରଥମେ ଜେଲରଙ୍କୁ ଧକ୍କା ପକାଇବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ପରେ ୱାର୍ଡର ଓ ଜେଲରଙ୍କୁ ସେମାନେ ସଂଘବଦ୍ଧ ଆକ୍ରମଣ କରିବା ସହ ବ୍ଲେଡ୍‌ରେ ରକ୍ତାକ୍ତ କରିଥିଲେ। ଫଳରେ ଜେଲର ପ୍ରସନ୍ନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିପରି ଦୁଇ ଓ୍ବାର୍ଡରଙ୍କର ମଧ୍ୟ ଗଭୀର ଆଘାତ ଲାଗିଛି। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ଜେଲରଙ୍କ ନିର୍ଦ୍ଦେଶକ୍ରମେ ଏମର୍ଜେନ୍ସି ସାଇରନ୍‌ ବଜାଯାଇଥିଲା। ଅନ୍ୟପକ୍ଷରେ ପ୍ରାୟ ୧୫ବର୍ଷ ପରେ ଝାରପଡ଼ା ଜେଲରେ ଏମର୍ଜେନ୍ସି ସାଇରନ୍‌ ଶୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏହାପରେ ଲକ୍ଷ୍ମୀସାଗର ଥାନାଧିକାରୀ ଓ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଜେଲ ଭିତରେ ପହଞ୍ଚତ୍ ତନାଘନା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ତେବେ ବାରମ୍ବାର ଝାରପଡ଼ା ଜେଲରେ ଆପରାଧିକ କାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। କେତେବେଳେ କଏଦୀ ତ ଆଉ କେତେବେଳେ ଜେଲ କର୍ମଚାରୀ ଓ ଅଧିକାରୀଙ୍କୁ ଆକ୍ରମଣ ହେଉଛି। ଜେଲ ଡିଜି ଅରୁଣ କୁବାର ରାୟ କହିଛନ୍ତି, ଜେଲର ଓ ଓ୍ବାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ରିପୋର୍ଟ ଆସିବା ପରେ ଜେଲ ମାନୁଆଲ ଅନୁଯାୟୀ ସମ୍ପୃକ୍ତ କଏଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?