ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ବନ୍ଦ ହୋଇଯାଇଛି। ଆତଙ୍କ ଓ ଅର୍ଥସଙ୍କଟ ଦେଇ ଗତିକରୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦେଶରେ ପ୍ରଶାସନିକ ଶୂନ୍ୟତା ଦେଖାଦେଇଛି। ଦେଶ ଛାଡ଼ି ପଳାୟନ କରନାହିଁ ବୋଲି ତାଲିବାନ ଯେତେ କହିଲେ ବି କେହି ଶୁଣୁନାହାନ୍ତି। ଆଫଗାନିସ୍ତାନବାସୀ ଶରଣ ଆଶାରେ ଇରାନ ଓ ପାକିସ୍ତାନ ସମେତ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକର ସୀମାକୁ ଧାଇଁବା ଆରମ୍ଭ କରିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନର ତୋରଖାମ୍‌ ଓ ଚମନ ସୀମା ଶରଣାର୍ଥୀଙ୍କ ପାଇଁ ଏବେ ଟ୍ରାଞ୍ଜିଟ୍‌ ପଏଣ୍ଟ ପାଲଟିଛି। ତୋରଖାମ୍‌ରେ ମୁତୟନ ଜଣେ ପାକିସ୍ତାନୀ ରେଞ୍ଜର କହିଛନ୍ତି, ଆଫଗାନିସ୍ତାନ ପଟେ ବହୁ ସଂଖ୍ୟକ ଲୋକ ସୀମା ଅତିକ୍ରମ କରି ଆସିବା ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ତାଲିବାନ ଗେଟ୍‌ ବନ୍ଦ ରଖିଥିବାରୁ ସେମାନେ ଆସିପାରୁନାହାନ୍ତି। ସେହିପରି ଇରାନ ସଂଲଗ୍ନ ଇସ୍‌ଲାମ କାଲା ବର୍ଡର ପୋଷ୍ଟରେ ମଧ୍ୟ ବହୁ ସଂଖ୍ୟକ ଆଫଗାନ୍‌ ସୀମା ଡେଇଁବାକୁ ଚେଷ୍ଟା କରୁଛନ୍ତି। କିଏ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି ତ କିଏ ଅନ୍ୟ ଯାନବାହନରେ ଯିବା ପାଇଁ ସହାୟତା ମାଗୁଥିବା ଦେଖାଯାଇଛି।
ପ୍ରକାଶ ଯେ, ଆଫଗାନ୍‌ମାନଙ୍କୁ ଶରଣାର୍ଥୀ ଭାବେ ଆଶ୍ରୟ ଦେବା ପାଇଁ ରାଷ୍ଟ୍ରଗୁଡ଼ିକୁ ଜାତିସଂଘ ଅନୁରୋଧ କରିଥିଲା। ସୋମବାର ଜାତିସଂଘ ସୁରକ୍ଷା ପରିଷଦ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଲାଗି ତାଲିବାନ୍‌କୁ ପରାମର୍ଶ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍‌ ଗୃହୀତ

ଓ୍ବାଶିଂଟନ୍‌,୨।୪: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍‌ମେଣ୍ଟ...

ଆଫଗାନିସ୍ତାନରେ ବିସ୍ଫୋରଣ: ୧୯ ମୃତ, ୨୭ ଆହତ

କାବୁଲ,୩୦।୯: ଆଫଗାନିସ୍ତାନରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥର ରାଜଧାନୀ କାବୁଲର ଶିଆ ଅଞ୍ଚଳକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣରେ ୧୯...

କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ...

ଚାଇନାରେ ଖାଦ୍ୟାଭାବ: ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କଲେ ଲୋକେ

ବେଜିଂ,୨୦ା୧: ଚାଇନାରେ କରୋନାକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ ହେତୁ ଦେଶର ଲକ୍ଷଲକ୍ଷ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି। ଚାଇନାର ସ୍ଥାନୀୟ ଗଣମାଧ୍ୟମ...

ଲିଙ୍ଗଗତ ସମାନତା ହାସଲ କରିବାକୁ ଲାଗିବ ୩୦୦ ବର୍ଷ : ଜାତିସଂଘ ମୁଖ୍ୟ…

ଜେନେଭା,୮।୩ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଲିଙ୍ଗଗତ ସମାନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ...

ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ...

ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ...

ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ...

Advertisement
Archives

Model This Week