ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ ଆଧିପତ୍ୟ ଜାହିର କରିଛି। ମଙ୍ଗଳବାର ୩ଟି ବଡ଼ ସହରକୁ ତାଲିବାନ ନିଜ ଦଖଲକୁ ନେଇଛି। ଗତ କିଛି ଦିନ ହେଲା ତାଲିବାନ ପକ୍ଷରୁ ଲଗାତର ଭାବେ ଆଫଗାନିସ୍ତାନର ପ୍ରଦେଶ ରାଜଧାନୀକୁ ଟାର୍ଗେଟ କରାଯାଉଛି। ଏଥିରେ ଏବେ ନୂଆ ସହର ପୁଲ-ଇ-ଖୁମରୀ,ଫୈଜାବାଦ ଓ ଫରାହ ମଧ୍ୟ ସାମିଲ ହୋଇଛି। ବୁଧବାର ଏହି ୩ଟି ସହରକୁ ତାଲିବାନ ଦଖଲ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଆଫଗାନିସ୍ତାନ ସରକାର ଓ ସେନାଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। କାରଣ ବହୁ କମ୍‌ ଦିନରେ ତାଲିବାନ ନିଜର ଆଧିପତ୍ୟ ବଢ଼ାଉଥିବା ବେଳେ ଆମେରିକା ସୈନ୍ୟବାହିନୀ ଧୀରେ ଧୀରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛି। ଯାହାଫଳରେ ଆଫଗାନିସ୍ତାନ ସେନା ଏବେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ବୁଧବାର ମଜାର-ଏ-ଶରିଫ ଗସ୍ତ କରିଛନ୍ତି। ସେଠାରେ ରାଷ୍ଟ୍ରପତି ସେନା ଅଧିକାରୀଙ୍କୁ ଭେଟିଛନ୍ତି। ଯେଉଁମାନେ ଏଠାରୁ ତାଲିବାନ ସହ ଲଢ଼େଇ କରୁଛନ୍ତି। କାବୁଲ ପରେ ବର୍ତ୍ତମାନ ମଜାର-ଏ-ଶରିଫ ହେଉଛି କିଛି ସହର ମଧ୍ୟରୁ ଗୋଟିଏ। ଯାହା ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ରହିଛି। ଅନ୍ୟପଟେ ଦେଶର ଖରାପ୍‌ ସ୍ଥିତିକୁ ନେଇ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ବିଶ୍ୱର ସହାୟତା ଲୋଡିଛନ୍ତି। ରସିଦ ଖାନ ମଙ୍ଗଳବାର ଟୁଇଟ କରି ଲେଖିଛନ୍ତି, ବିଶ୍ୱର ନେତା, ବର୍ତ୍ତମାନ ମୋ ଦେଶ ବିପଦରେ ରହିଛି। ପ୍ରତିଦିନ ହଜାର ହଜାର ନିରୀହ ପିଲା, ମହିଳା, ଲୋକଙ୍କ ଜୀବନ ଯାଉଛି ଏବଂ ଘର ବି ନଷ୍ଟ ହେଉଛି। ଆମକୁ ଏଭଳି ସଙ୍କଟରେ ନ ଛାଡିବାକୁ ରସିଦ ଖାନ ବିଶ୍ୱକୁ ନିବେଦନ କରିଛନ୍ତି। ଏଥିସହ ସହ ସେ କହିଛନ୍ତି, ଆଫଗାନିସ୍ତାନ ଶାନ୍ତି ଚାହୁଁଛି, ଏହି ହତ୍ୟାରୁ ଲୋକଙ୍କୁ ରକ୍ଷା କରାଯାଉ। ସୂଚନା ମୁତାବକ ରସିଦ ହେଉଛନ୍ତି ଆଫଗାନିସ୍ତାନର ଜଣେ ଭଲ କ୍ରିକେଟର। ଯିଏ ଭାରତ ସମେତ ବିଶ୍ୱର କ୍ରିକେଟ ଟିମ୍‌ରେ ବେଶ୍‌ ନାଁକରା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri