ଆଫଗାନିସ୍ତାନରେ ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ଲୋକ ହୋଇଛନ୍ତି ବିସ୍ଥାପିତ: ଜାତିସଂଘ

କାବୁଲ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ ମାଡି ଚାଲିଛି। ଶୁକ୍ରବାର ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର କାନ୍ଦାହାର ଦଖଲ କରି ନେଇଛି। ଫଳରେ ଅନେକ ଲୋକ ଭୟରେ ଘର ଛାଡୁଛନ୍ତି। ବିଶେଷ କରି ମେ ମାସରେ ଆଫଗାନିସ୍ତାନରେ ସୁରକ୍ଷା ଅବସ୍ଥା ଖରାପ ହେବା ମଧ୍ୟରେ ଚଳିତ ବର୍ଷ ଆରମ୍ଭରୁ ପ୍ରାୟ ଚାରି ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଦେଶରେ ପ୍ରାୟ ୩୯୦,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି, ଯାହାର ସଂଖ୍ୟା ମେ ମାସରେ ତୀବ୍ର ବୃଦ୍ଧି ପାଇଛି। ଜୁଲାଇ ୧ ରୁ ଅଗଷ୍ଟ ୫, ୨୦୨୧ ମଧ୍ୟରେ ୫,୮୦୦ ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକ କାବୁଲରେ ପହଞ୍ଚି ବିବାଦ ତଥା ଅନ୍ୟାନ୍ୟ ବିପଦରୁ ରକ୍ଷା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ମୁଗାବେଙ୍କ ପରଲୋକ

ହାରାରେ, ୭ା୯(ପି.ଟି.): ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ(୯୫)ଙ୍କ ପରଲୋକ ହୋଇଯାଇଛି। ଏନେଇ ଦେଶର ରାଷ୍ଟ୍ରପତି ଇମର୍‌ସନ୍‌ ନାଙ୍ଗଗ୍ବା ଶୁକ୍ରବାର ଘୋଷଣା କରିଛନ୍ତି। ୧୯୮୦ରୁ ୨୦୧୭...

କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ...

୧୩ ଭାରତୀୟ ବଂଶୋଦ୍ଭବ ଜିତିଲେ

ଆମେରିକାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନରେ ୫ ମହିଳାଙ୍କ ସମେତ ୧୨ରୁ ଅଧିକ ଭାରତୀୟ-ଆମେରିକୀୟ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ୪ ଭାରତୀୟ-ଆମେରିକୀୟ...

ଆଫଗାନିସ୍ତାନରେ ୨ ବିସ୍ଫୋରଣ: ୩ ମୃତ

କବିସା,୨୩।୧୧: ଆଫଗାନିସ୍ତାନର ଆଲାସାଇ ଜିଲା କପିସା ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ...

କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି।...

କୁକୁରକୁ ଡକ୍ଟରେଟ୍‌ ଡିଗ୍ରୀ

ରିଚ୍‌ମୋଣ୍ଡ୍‌,୧୯।୫: ମଣିଷକୁ ଡକ୍ଟରେଟ୍‌ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍‌ କଲେଜ...

Advertisement
Archives

Model This Week