ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଛି । ହେଲେ ତାଲିବାନର ମନମାନିକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ଆଫଗାନି ମହିଳା । ଏମାନେ ପୁରୁଷ ପ୍ରଧାନ ସରକାରକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ମହିଳାଙ୍କର ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ହଡବଡେଇ ଯାଇଛି ତାଲିବାନ । ବୁଧବାର ବିରୋଧ କରୁଥିବା ମହିଳାମାନଙ୍କୁ ମାଡ ମାରିବା ସହ ସଡ଼କ ଉପରେ ଘୋଷାଡି ଘୋଷାଡି ନେଇଯିବା ଭଳି ଦୃଶ୍ୟ ବି ଦେଖିବାକୁ ମିଳିଛି । ଜଣେ ମହିଳା ହାତରେ ଏକ ପ୍ଲାକାର୍ଡ ଧରିଥିବା ଦେଖାଯାଇଛି । ଯେଉଁଥିରେ ଲେଖାଯାଇଛି କୌଣସି ସରକାର ଶାସନ କାଳ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱକୁ ଏଡାଇଯାଇ ପାରିବେ ନାହିଁ । ମହିଳାମାନେ ସେମାନଙ୍କ ଅଧିକାର ଓ ସ୍ୱାଧିନତା ପାଇଁ ତାଲିବାନ ବିରୋଧରେ କିଛି ବି କରିପାରନ୍ତି । ସୂଚନାଯୋଗ୍ୟ, ତାଲିବାନ ଆରମ୍ଭରୁ ସରକାରରେ ମହିଳାଙ୍କ ଅଶିଂଦାର ରହିବ ବୋଲି କହିଥିବା ବେଳେ ଏବେ କିନ୍ତୁ ସେ ତା’ କଥା ନ ରଖି ବରଂ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିବା ବିରୋଧ ପ୍ରଦର୍ଶନ କରୁଥିବା ଆଫଗାନି ମହିଳାମାନେ ପ୍ରକାଶ କରିଛନ୍ତି । ତେଣୁ ଆମେ ଆଉ ପୂର୍ବର ମହିଳା ହୋଇ ରହିନାହୁଁ ଆମେ ଆମ ଅଧିକାର ପାଇଁ ଲଢିବୁ ବୋଲି ସେମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଲ ଡେଲି’ର ଅପମୃତ୍ୟୁ

ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍‌ ଡେଲି’। ୧୯୯୫ ଜୁନ୍‌ ୨୦ରେ...

ଘରେ ପଶିଲେ ରୁଷିଆ ସୈନ୍ୟ, ବୃଦ୍ଧ ଦମ୍ପତି ଦେଖି କଲେ ଭୟଙ୍କର କାମ

କ୍ୱିଭ୍‌,୧୪।୩: ତିନି ସପ୍ତାହରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଭୟରେ ଲକ୍ଷ ଲକ୍ଷ ଲୋକ ନିଜ ଦେଶ ଛାଡି...

ପାସ୍‌ପୋର୍ଟ ଚିରିଦେବାରୁ ଆମେରିକାରେ ଫସିଛନ୍ତି ୪୨ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌, ୧।୩: ହୋଟେଲ କର୍ତ୍ତୃପକ୍ଷ ଭୁଲବଶତଃ ଛାତ୍ରୀଛାତ୍ରଙ୍କ ପାସ୍‌ପୋର୍ଟ ଚିରିଦେବା ଯୋଗୁ ବ୍ରିଟେନର ୪୨ଜଣ ଆମେରିକାରେ ଫସି ରହିଛନ୍ତି। ବ୍ରିଟେନ୍‌ର ଓ୍ବାଲସାଲସ୍ଥିତ ବାର୍‌ବିକୋନ୍‌ ସ୍କୁଲର ୪୨...

ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦...

ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…

ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫...

ପେରୁ ହିଂସା ମଧ୍ୟରେ ଶିକ୍ଷା-ସଂସ୍କୃତି ମନ୍ତ୍ରୀ ଦେଲେ ଇସ୍ତଫା

ପେରୁ,୧୭।୧୨: ଦକ୍ଷିଣ ଆମେରିକାର ପେରୁରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ପରେ ଦେଶର କୋଣ ଅନୁକୋଣରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି।...

ଏଲ୍‌ଏସିରେ ଯୁଦ୍ଧ ପ୍ରସ୍ତୁତି ଦେଖିଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୧ା୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପୂର୍ବ ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ନିଜ ସୈନ୍ୟଙ୍କ ଯୁଦ୍ଧ ପ୍ରସ୍ତୁତି...

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା

ସାଓ ପାଉଲୋ,୭।୭: ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଛି। ରବିବାର ତାଙ୍କୁ ସାମାନ୍ୟ ଜ୍ୱର...

Advertisement
Archives

Model This Week