ଭୋକ ଜ୍ୱାଳାରେ ଆଫ୍‌ଗାନ ଶିଶୁ

କାବୁଲ, ୨୨।୧୧ : ପାଦେ ପାଦେ ବିପଦ। କେତେବେଳେ ବର୍ଷୁଛି ଗୁଳି ତ ଆଉ କେତେବେଳେ ବିସ୍ଫୋରଣ। ସବୁଠି ତ୍ରାହି ତ୍ରାହି ଏବଂ ହା’ ଅନ୍ନର ଚିତ୍କାର। ଆତଙ୍କୀ ଗୋଷ୍ଠୀର କ୍ଷମତା ଲୋଭ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ଭିତରେ ସନ୍ଦିହାନ ଶୈଶବ ଖୋଜୁଛି ମୁକୁଳିବାର ବାଟ। ଆଫ୍‌ଗାନିସ୍ତାନକୁ ତାଲିବାନ କରାୟତ୍ତ କରିବାର ୧୦୦ଦିନ ବିତିବାକୁ ବସିଥିବାବେଳେ ଯୁଦ୍ଧ ବିଭୀଷିକା ମଧ୍ୟରୁ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଛନ୍ତି ଅବୋଧ ଶିଶୁ ।
ଆଫ୍‌ଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ। ଅଗଷ୍ଟ ୧୫ରେ କାବୁଲ ଦଖଲ କରିବା ପରେ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଛି ୩ କୋଟି ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଆଫଗାନ୍‌ଙ୍କ ଭବିଷ୍ୟତ। କ୍ଷମତା ଦଖଲର ପାଖାପାଖି ୧୦୦ ଦିନ ବିତିଯାଇଥିଲେ ବି ତାଲିବାନକୁ ମିଳିନି ମାନ୍ୟତା। ଅନ୍ୟପଟେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ ଆଣ୍ଡ୍‌ ସିରିଆ (ଆଇଏସ୍‌ଆଇଏସ୍‌) ଗୋଷ୍ଠୀ ସହିତ ଲଗାତର ବଢୁଥିବା କନ୍ଦଳ ଏବେ ତାଲିବାନ୍‌ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। କୌଣସି ମୁହୂର୍ତ୍ତରେ ତାଲିବାନ କ୍ଷମତା ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏସବୁ ଭିତରେ ଦକ୍ଷିଣ ହିଲ୍‌ମାଣ୍ଡ ପ୍ରଦେଶରୁ ଶୈଶବକୁ ନେଇ ଆସିଛି ହୃଦୟବିଦାରକ ଚିତ୍ର। ନାଦ୍‌-ଏ-ଅଲ୍ଲି ସମେତ ଅନେକ ଗଁାରେ ପାଠପଢ଼ା ବଦଳରେ ଶିଶୁଙ୍କୁ ଦିଆଯାଉଛି ଜୀବନ ବଞ୍ଚାଇବାର କୌଶଳ ବିଷୟରେ ପ୍ରଶିକ୍ଷଣ। ଘାତକ ମାରଣାସ୍ତ୍ର, ମିଶାଇଲ ସେଲ୍‌, ଲ୍ୟାଣ୍ଡ୍‌ମାଇନ୍ସ ସହ ସେମାନଙ୍କୁ ପରିଚିତ କରାଯାଉଛି। ସାଧାରଣ ଭାବେ କହିଲେ, ପିଲାମାନେ ସ୍କୁଲରେ ‘ବି’ ଫର୍‌ ବ୍ୟାଟ୍‌ ବଦଳରେ ବୁଲେଟ୍‌ ଏବଂ ‘ଏଲ୍‌’ ଫର୍‌ ଲାୟନ ପରିବର୍ତ୍ତେ ଲ୍ୟାଣ୍ଡମାଇନ୍‌ ବିଷୟରେ ପାଠ ପଢୁଛନ୍ତି।
ତାଲିବାନ୍‌ ଆକ୍ରମଣରେ ଆଫଗାନ୍‌ବାସୀ ତ୍ରାହିତ୍ରାହି ଡାକୁଥିବାବେଳେ ଶେଷ ପର୍ଯ୍ୟନ୍ତ ଲଢ଼ି ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ ଦକ୍ଷିଣ ହିଲ୍‌ମାଣ୍ଡ ଅଞ୍ଚଳର ଯୋଦ୍ଧା। ତେବେ ସଶସ୍ତ୍ର ତାଲିବାନ ଆତଙ୍କବାଦୀଙ୍କ ସମ୍ମୁଖୀନ ହୋଇ ନ ପାରି ଶେଷରେ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ଅନେକେ। ମୋର୍ଟାର ମାଡ଼ରେ ଘରଦ୍ୱାର ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିବାବେଳେ ଏବେ ପୁଣି ଗଁାମୁହଁା ହୋଇଛନ୍ତି କ୍ଷତିଗ୍ରସ୍ତ। ଜୀବନଜୀବିକାର ପନ୍ଥା ଉଜୁଡ଼ି ଯାଇଥିବାରୁ ସେମାନେ ଏବେ ଦୁର୍ଦ୍ଦିନରେ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ପଡ଼ିଛନ୍ତି। ତାଲିବାନୀ ଆତଙ୍କବାଦୀ ରାସ୍ତାରେ ଲ୍ୟାଣ୍ଡମାଇନ୍ସ ଖଞ୍ଜିଥିବା ଆଶଙ୍କା ଜୀବନକୁ ଅଧିକ ଭୀତିତ୍ରସ୍ତ କରିଦେଇଛି। ଦୁର୍ଘଟଣା ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଏବେ ଖୋଜାଚାଲିଛି ବିସ୍ଫୋରକ। ସୁରକ୍ଷିତ ଅଞ୍ଚଳଗୁଡ଼ିକୁ ଧଳା ପଥର ଏବଂ ବାରୁଦ ସୁଡ଼ଙ୍ଗ ଆଶଙ୍କା ଥିବା ଅଞ୍ଚଳକୁ ଲାଲ୍‌ ପଥର ରଖି ଚିହ୍ନଟ କରାଯାଉଛି। ସୂଚନାଯୋଗ୍ୟ, ୧୯୮୮ରୁ ଅଦ୍ୟାବଧି ଏଭଳି ବାରୁଦ ସୁଡ଼ଙ୍ଗ ବିସ୍ଫୋରଣ ଘଟି ୪୧,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏବେକାର ସ୍ଥିତି ଏଭଳି ବିସ୍ଫୋରଣଜନିତ ଦୁର୍ଘଟଣା ଆହୁରି ବଢ଼ିଛି।

ଅନାହାର ଯନ୍ତ୍ରଣା

ଆଫ୍‌ଗାନିସ୍ତାନରେ ଗମ୍ଭୀର ହେବାରେ ଲାଗିଛି ମାନବୀୟ ସଙ୍କଟ। ଦୁଇଓଳି ଦି’ ମୁଠା ଖାଇବା ସାଙ୍ଗକୁ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି ଲୋକେ, ଯାହା ସେମାନଙ୍କୁ ଅନାହାର ମୃତ୍ୟୁ ଆଡକୁ ଠେଲିଦେଇଛି। ଖାଦ୍ୟାଭାବରୁ ଶିଶୁମାନଙ୍କ ଜୀବନ ଯାଉଛି। ଅନାହାରଜନିତ ରୋଗରେ ପଡ଼ି ଲକ୍ଷାଧିକ ଶିଶୁ କଲବଲ ହେଉଛନ୍ତି। ଦେଶର ଅନେକ ପ୍ରାନ୍ତରେ ଏଭଳି ସମସ୍ୟା ସହିତ ଯୁଝି ହେଉଥିବା ଲୋକଙ୍କ କରୁଣ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ବିଶ୍ୱ ସମୁଦାୟ ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ ନ କଲେ ବର୍ଷ ଶେଷ ଆଡ଼କୁ ଛୋଟ ଛୋଟ ଶିଶୁ ମାରାତ୍ମକ କୁପୋଷଣର ଶିକାର ହେବେ। ଅନ୍ତଃରାଷ୍ଟ୍ରୀୟସ୍ତରରେ ସହାୟତା କରୁଥିବା ଏଜେନ୍ସିଗୁଡ଼ିକ ମଧ୍ୟ ଏଥିଲାଗି ସତର୍କ କରାଇ ସାରିଲେଣି।

ବିକ୍ରି ହେଉଛନ୍ତି ଶିଶୁ

ଉଜୁଡ଼ିଯାଇଛି ଜୀବନଜୀବିକା ପନ୍ଥା। ପେଟ ଭର୍ତ୍ତି ଖାଇବା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ନିଜର ସନ୍ତାନଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫ୍‌ଗାନ ପରିବାର। ନିକଟରେ ଜଣେ ମା’ ନିଜର ଅବୋଧ ଶିଶୁକୁ ମାତ୍ର ୩୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅବସ୍ଥା ତା’ଠାରୁ ଆହୁରି ଶୋଚନୀୟ। ନିକଟରେ ପଶ୍ଚିମ କାବୁଲର ୮ଜଣ ନାବାଳକ ଜୀବନ ନେଇଯାଇଛି ଭୋକ। ସମ୍ପୃକ୍ତ ପିଲାମାନେ ଛୋଟ ଛୋଟ କାମ କରି ଯେନତେନ ପ୍ରକାରେ ଖାଇବାକୁ ଯୋଗାଡ଼ କରିଦେଉଥିଲେ। ହେଲେ ତାଲିବାନ ଶାସନ ଆରମ୍ଭ ହେବାପରଠାରୁ ଦେଶର ଅର୍ଥନୀତି ରସାତଳଗାମୀ ହୋଇଯାଇଛି। ଶାସନ ବ୍ୟବସ୍ଥାକୁ କରାୟତ୍ତ କରିଥିବା ଆତଙ୍କୀ ଗୋଷ୍ଠୀ ବେଶ୍‌ ଆରାମରେ ରହୁଥିବାବେଳେ ନାଗରିକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri