ଆଫଗାନ୍‌ ସେନାର ଆତ୍ମସମର୍ପଣ

କାବୁଲ, ୧୭ା୮: ମାତ୍ର ୨୦ ସପ୍ତାହରେ କୋଡ଼ିଏ ବର୍ଷ ପଛକୁ ଫେରିଛି ଆଫ୍‌ଗାନିସ୍ତାନ। ଆମେରିକା ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ତାଲିବାନ ଆତଙ୍କବାଦୀ ଦିନ କେଇଟାରେ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି। ୨୦ ବର୍ଷ ହେଲା ଆମେରିକା ସୈନ୍ୟଙ୍କ ଉପସ୍ଥିତି, ସେମାନଙ୍କ ନିକଟରୁ ଆଧୁନିକ ଯୁଦ୍ଧ କୌଶଳ ତାଲିମ, ଲଢ଼ୁଆ ଯୁଦ୍ଧାସ୍ତ୍ର ବ୍ୟବହାର ଆଦି ଶିଖିବା ସତ୍ତ୍ୱେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଆଫଗାନିସ୍ତାନ ସୈନ୍ୟ ଏତେ ସହଜରେ ତାଲିବାନ ନିକଟରେ ହାର ମାନିବା ଏବଂ ନିଜକୁ ଆତ୍ମସମର୍ପଣ କରିଦେବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି।
କବଜା କରିଥିବା ପ୍ରାଦେଶିକ ରାଜଧାନୀ ତଥା ସହରଗୁଡ଼ିକ ମଧ୍ୟରୁ କେଉଁଠିରେ ବି ପରାକ୍ରମ ଦେଖାଇବାରେ ସମର୍ଥ ହୋଇପାରିନି ସେନା। ଏପରିକି ସେମାନଙ୍କ ନିକଟରୁ ଆତଙ୍କବାଦୀ ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ଆଦି ଛଡ଼ାଇ ନେଇ ଫଟୋ ଓ ଭିଡିଓ ଜାରି କରି ଦୁନିଆକୁ ନିଜ ଶକ୍ତି ଏବଂ ସେନାର ଅସାମର୍ଥ୍ୟ ବିଷୟରେ ଅବଗତ କରାଇଛନ୍ତି। ରାଜଧାନୀ କାବୁଲ ସମେତ କାନ୍ଦାହାର, ହେରତ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ତାଲିବାନ୍‌ କବଳରୁ ମୁକ୍ତ ରଖିବା ତଥା ସେଠାକାର ବାସିନ୍ଦାକୁ ସୁରକ୍ଷା ଦେବାରେ ଅସଫଳ ହୋଇଛି ଆଫଗାନ ସୈନ୍ୟବାହିନୀ। ଏକ ପ୍ରକାର ବିରୋଧବିହୀନ ଭାବେ ଅତି ସହଜରେ ତାଲିବାନର ଏଣ୍ଟ୍ରି ସଫଳ ହୋଇଛି। ତେବେ କିପରି ଏତେ ମାତ୍ରାରେ ସୈନ୍ୟ କେବଳ ୭୫ ହଜାର ତାଲିବାନୀଙ୍କ ନିକଟରୁ ହାର ମାନିନେଲେ ସେ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଲିବାନ ବିରୋଧରେ ସେନାର ଏଭଳି ବୀରତ୍ୱହୀନ ପ୍ରଦର୍ଶନକୁ ନେଇ ଆମେରିକାର କାର୍ଯ୍ୟଶୈଳୀ ସମାଲୋଚନାର କାଠଗଡ଼ାରେ ଛିଡ଼ା ହୋଇଛି।
ସେନାକୁ ସଶକ୍ତ କରିବା ପାଇଁ ଗତ ୨୦ ବର୍ଷରେ ଆମେରିକା ପ୍ରାୟ ୮୩ ବିଲିୟନ ଡଲାର ବା ୬ ଲକ୍ଷ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଆଫଗାନିସ୍ତାନ ସୁରକ୍ଷା ବଳକୁ ମଜଭୁତ କରିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଶାସନର ମୁଖ୍ୟ ଏଜେଣ୍ଡା ରହିଥିଲା। ୧ ଦଶନ୍ଧି ପୂର୍ବରୁ ଆମେରିକା ସେନାକୁ ଫେରାଇନେବା ଲକ୍ଷ୍ୟ ରହିଥିବାରୁ ଏହି ଏଜେଣ୍ଡାର ଗୁରୁତ୍ୱ ବଢ଼ିଯାଇଥିଲା। କିନ୍ତୁ ଏ ସବୁ ଏବେ ଏକ ପ୍ରକାର ବ୍ୟର୍ଥ ହୋଇଛି। ଆଫଗାନ୍‌ ସେନା ଆତଙ୍କବାଦୀଙ୍କ ସାମ୍‌ନା କରିବାରେ ସଫଳ ହୋଇ ନ ଥିବାରୁ ଖୁବ୍‌ଶୀଘ୍ର ପୁରା ଦେଶରେ ତାଲିବାନ ସରକାର ଫେରିବା ସ୍ପଷ୍ଟ ହୋଇଯାଇଛି।

ରଣନୀତିରେ ସଫଳ ତାଲିବାନ୍‌

ଆଫଗାନିସ୍ତାନ ଶାସନ ଭାର ନିଜ କବଳକୁ ଆଣିବା ନିମନ୍ତେ ଦୀର୍ଘ ସମୟ ପୂର୍ବରୁ ତାଲିବାନ ପ୍ରସ୍ତୁତ କରିଥିବା ରଣନୀତି ସଫଳ ହୋଇଛି। ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ପୂର୍ବରୁ ହିଁ ତାଲିବାନ ଆତଙ୍କବାଦୀ ରଣନୀତିକୁ କାର୍ଯ୍ୟକାରୀ କରିବା କାମ ଆରମ୍ଭ କରିଦେଇଥିଲେ। ପ୍ରଥମେ ସେମାନେ ଗ୍ରାମାଞ୍ଚଳକୁ ଟାର୍ଗେଟ କରି ସେଠାରେ ଥିବା ସୁରକ୍ଷାବଳ ଏବଂ ପୋଲିସ କର୍ମଚାରୀମାନଙ୍କୁ ଆତ୍ମ ସମର୍ପଣ ନିମନ୍ତେ ବାଧ୍ୟ କରିଥିଲେ। ଆଫଗାନିସ୍ତାନ ସରକାର ଦର୍ଶାଇଥିବା ତଥ୍ୟ ଅନୁସାରେ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ସୈନ୍ୟ ରହିଥିବାବେଳେ ୬୦ ହଜାର ତାଲିବାନ ଆତଙ୍କବାଦୀଙ୍କୁ ସେମାନେ ସାମ୍‌ନା କରି ନ ପାରିବା ଅନେକଙ୍କୁ ବିସ୍ମିତ କରିଛି। ଆଫଗାନିସ୍ତାନ ସରକାର ସୈନ୍ୟ ସଂଖ୍ୟାକୁ ନେଇ ମିଛ ତଥ୍ୟ ରଖିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?