ମମତାର ବନ୍ଧୁତ୍ୱ

ଏମିତି ଏକ ସମ୍ପର୍କ ଯେଉଁଠି ଥାଏ ଭଲପାଇବାର ଅଲିଖିତ ଚୁକ୍ତି। ଅନାବିଳ ପ୍ରେମ ଆଉ ଅଯାଚିତ ସ୍ନେହର ପ୍ରତିଶ୍ରୁତି। ଭରସା, ବିଶ୍ୱାସ ଆଉ ସ୍ନେହ ମମତାର ଡୋରିରେ ବନ୍ଧା ମା’ଝିଅଙ୍କ ସମ୍ପର୍କ। ହେଲେ ସମାଜର ଜଟିଳ ପରିସ୍ଥିତିରେ ଭୁଲଠିକ୍‌, ଭଲମନ୍ଦର ବିଚାର କରିବାବେଳେ ମାଆ ହିଁ ପାଲଟିଥାଏ ପଥ ପ୍ରଦର୍ଶକ ଆଉ ଦରଦୀ ବନ୍ଧୁ। ସାଙ୍ଗ ଭଳି ସବୁ ସୁଖଦୁଃଖ ବାଣ୍ଟି ସହଜରେ ନିଜେ ସବୁ ସମସ୍ୟା ସମାଧାନ କରିପାରେ…

ଏମିତି ଏକ ସମ୍ପର୍କ ଯେଉଁଠି ଥାଏ ଭଲପାଇବାର ଅଲିଖିତ ଚୁକ୍ତି। ଅନାବିଳ ପ୍ରେମ ଆଉ ଅଯାଚିତ ସ୍ନେହର ପ୍ରତିଶ୍ରୁତି। ଭରସା, ବିଶ୍ୱାସ ଆଉ ସ୍ନେହ ମମତାର ଡୋରିରେ ବନ୍ଧା ମା’ଝିଅଙ୍କ ସମ୍ପର୍କ। ହେଲେ ସମାଜର ଜଟିଳ ପରିସ୍ଥିତିରେ ଭୁଲଠିକ୍‌, ଭଲମନ୍ଦର ବିଚାର କରିବାବେଳେ ମାଆ ହିଁ ପାଲଟିଥାଏ ପଥ ପ୍ରଦର୍ଶକ ଆଉ ଦରଦୀ ବନ୍ଧୁ। ସାଙ୍ଗ ଭଳି ସବୁ ସୁଖଦୁଃଖ ବାଣ୍ଟି ସହଜରେ ନିଜେ ସବୁ ସମସ୍ୟା ସମାଧାନ କରିପାରେ…

ସାଙ୍ଗ ଭଳି: ମା, ଝିଅର ସମ୍ପର୍କ ଅନେକ କ୍ଷେତ୍ରରେ ହୋଇଥାଏ ବନ୍ଧୁ ଭଳି। ଝିଅଟିଏ ବଡ଼ ହେଲେ ବିଭିନ୍ନ ପରିସ୍ଥିତି ଦେଇ ଗତିକରେ। ଆଉ ଜୀବନର ଭିନ୍ନ ଭିନ୍ନ ମୋଡରେ ସେ ନିଜ ମନକଥା ଖୋଲି କହିପାରେ କେବଳ ମାଆକୁ। ତେଣୁ ନିଜର ଅତି ନିକଟତମ ବନ୍ଧୁ ଭଳି ସେ ମାଆ ପାଖରେ ସବୁକିଛି ଖୋଲି କହିପାରେ। ତେଣୁ ପ୍ରତି କ୍ଷେତ୍ରରେ ମାଆମାନେ ନିଜ ଝିଅ ସହିତ ସେଭଳି ଭାବରେ ମିଶିବା ଉଚିତ; ଯାହାଫଳରେ ଝିଅଟିଏ ପ୍ରତି ମୁହୂର୍ତ୍ତରେ ତା’ ମନ କଥା ଖୋଲି କହିପାରିବ।
ସମସ୍ୟାରୁ ମୁକ୍ତି ସହଜ: ମାଆ ଝିଅଙ୍କର ସମ୍ପର୍କ ବନ୍ଧୁଭଳି ହୋଇଥିଲେ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଝିଅଟିଏ ବଡ଼ ହୋଇ କୌଣସି ଭୁଲ କାମ କରିବା ପୂର୍ବରୁ ମାଆ ତାକୁ ସଚେତନ କରାଇ ଭୁଲ୍‌ ସୁଧାରି ନେବାର ସୁଯୋଗ ଦେଇଥାଏ। ସେହିଭଳି ସମାଜରେ ପ୍ରତି ପାଦେ ପାଦେ କିଭଳି ବିପଦକୁ ଆଡ଼େଇ ନିଜକୁ ସୁରକ୍ଷିତ କରିହେବ ସେନେଇ ବି ମାଆର ପରାମର୍ଶ ଝିଅ ପାଇଁ ବରଦାନ ହୋଇଥାଏ। ସେହିପରି କୌଣସି ପ୍ରକାରର ଭୁଲ୍‌ କାମରେ ଯେଉଁଠି ବାହାର ବନ୍ଧୁମାନେ ଜାଣିପାରି ଫାଇଦା ନେବାକୁ ଚେଷ୍ଟା କରନ୍ତି ସେଠାରେ ମାଆଟିଏ ଢାଲ ଭଳି ଛିଡ଼ା ହୋଇ ଅଭୟ ପ୍ରଦାନ କରିଥାଏ। ମାଆ ଝିଅଙ୍କର ବନ୍ଧୁ ଭଳି ସମ୍ପର୍କ ରହିଲେ ଏମିତି ଅନେକ ସମସ୍ୟାର ସମାଧାନ ଠିକ୍‌ ସମୟରେ ହୋଇଯାଏ।
ଉପଯୁକ୍ତ ପରାମର୍ଶ:ନାରୀର ଅନେକ ରୂପ ଅଛି। କେତେବେଳେ ସେ କୁନି ଝିଅଟିଏ ହୋଇ ଗାଁ ଦାଣ୍ଡରେ ମୁକ୍ତ ବିହଙ୍ଗ ଭଳି ଉଡ଼ିବୁଲେ ତ କେବେ ଅନେକ କାଇଦା କଟକଣାରେ ତାକୁ ଚଳିବାକୁ ହୁଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଝିଅଟିଏ ଏମିତି ବିଭିନ୍ନ ପର୍ଯ୍ୟାୟରେ ସମ୍ପର୍କର ଡୋରି ସମ୍ଭାଳିଥାଏ। ହେଲେ ଏସବୁ ଭିତରେ ଠିକ୍‌ ଭୁଲ୍‌ର ନିଷ୍ପତ୍ତି ନେବାପାଇଁ ମାଆଙ୍କର ପରାମର୍ଶ ନିହାତି ଲୋଡ଼ା ହୋଇଥାଏ। ଆଉ ମାଆ ହିଁ ଝିଅର ଭବିଷ୍ୟତକୁ ସୁରକ୍ଷା ଦେବାପାଇଁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତି।
ପଥ ପ୍ରଦର୍ଶକ: କଥାରେ ଅଛି ସତସଙ୍ଗ ଦ୍ୱାରା ହିଁ ମଣିଷ ଅନେକାଂଶରେ କୁମାର୍ଗରୁ ନିଜକୁ ରକ୍ଷା କରିପାରେ। ତେଣୁ ମାଆ ହିଁ ଝିଅ ପାଇଁ ପଥ ପ୍ରଦର୍ଶକ ହୋଇପାରନ୍ତି। ସମ୍ପର୍କ ବନ୍ଧୁ ଭଳି ହୋଇଥିଲେ ମାଆଟିଏ ତା’ ଝିଅ ପାଇଁ ପଥ ପ୍ରଦର୍ଶକ ହୋଇପାରନ୍ତି। ପ୍ରତି ମୁହୂର୍ତ୍ତରେ ସେ ଝିଅ ଜୀବନରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣି ତାକୁ ରକ୍ଷା କରିବା ସହିତ ତା’ର ମାର୍ଗଦର୍ଶନ କରିପାରନ୍ତି।
ଏମାନେ ଯାହା କହନ୍ତି
ଝିଅ ମତେ ସବୁ କଥା କହେ : ପ୍ରେମଲତା ସାମଲ (ଗୃହିଣୀ, ବିକାଶ ନଗର, ବାଲେଶ୍ୱର)-ଝିଅ ମାମୁନ ସହିତ ମୋର ସାଙ୍ଗ ଭଳି ସମ୍ପର୍କ ଥିବାରୁ ସେ ମତେ ତା’ ଜୀବନରେ ଘଟୁଥିବା ସବୁ କଥା କହେ। ତେଣୁ ମୁଁ ଠିକ୍‌ ସମୟରେ ତାକୁ ସଜାଡ଼ି ନେବାର ସୁଯୋଗ ପାଏ। ପାଠ ପଢ଼ିବାବେଳେ ବି ମୋ ଝିଅ ମତେ ତା’ର ସବୁ ବନ୍ଧୁମାନଙ୍କ କଥା ଆଉ ସେମାନଙ୍କ ସହିତ ଯୁଆଡ଼େ ବି ବୁଲିବାକୁ ଯାଏ ସବୁକଥା କହେ। ତେଣୁ ମୋ ଝିଅ କିଛି ଭୁଲ୍‌ କାମ କରୁନି ବୋଲି ମୁଁ ନିଶ୍ଚିତ ରହେ। ଆଉ ଯଦି ବି ସେ କେବେ କୌଣସି ଭୁଲ୍‌ କାମ କରୁଥିବାର ମୁଁ ଆଭାସ ପାଇବ ମାତ୍ରେ ବିଳମ୍ବ ନ କରି ତାକୁ ସଚେତନ କରାଇ ଦିଏ। ତେଣୁ ସବୁ ମାଆମାନେ ଝିଅମାନଙ୍କ ସହିତ ଏମିତି ମିଶିବା ଉଚିତ ଯେମିତି କି ଝିଅଟିଏ ତା’ର ସବୁ କଥା କହିବା ପାଇଁ ସଙ୍କୋଚବୋଧ କରିବ ନାହିଁ।
କିଛି କଥା ଲୁଚାଇ ରଖିପାରେନି : ଲୁବନା ପଟ୍ଟନାୟକ (ଏମ୍‌ବିଏ ଛାତ୍ରୀ, ବଡ଼ଗଡ଼ ବ୍ରିଟ କଲୋନୀ, ଭୁବନେଶ୍ୱର)-ସ୍କୁଲରେ ପଢ଼ିବା ସମୟରୁ ସାଙ୍ଗମାନଙ୍କ ସହ ଝଗଡ଼ା ହେଉ କି ବୁଲିବାକୁ ଯିବାବେଳର କଥା ହେଉ ସବୁ କଥା ମୁଁ ମାମାକୁ କହିଥାଏ। ମୋର ସବୁ ସାଙ୍ଗ ଓ ତାଙ୍କ ସମ୍ପର୍କରେ ମାମା ଜାଣିଛି। ଏବେ କଲେଜରେ ବି ମୁଁ ଯେଉଁଠି ଯାହା କରେ ସବୁ ମାମାକୁ କହେ। ମାମା ମୋର ବେଷ୍ଟ ଫ୍ରେଣ୍ଡ। ମାମକୁ କିଛି କଥା ମୁଁ ଲୁଚାଇ ରଖିପାରେନି, ଆଉ ମାମା ବି ମତେ କେଉଁ କାମ କରିବା ଉଚିତ ନୁହେଁ କିମ୍ବା ମୁଁ କ’ଣ ଭୁଲ୍‌ କଲି ସେ ନେଇ ସଚେତନ କରାଇ ଦିଅନ୍ତି।
ମୋ ବେଷ୍ଟ ଫ୍ରେଣ୍ଡ : ଦେବଦର୍ଶିନୀ ସାମନ୍ତରାୟ (ରିସର୍ଚ୍ଚ ଆସୋସିଏଟ, ଆଇଆଇଏସ୍‌ସି, ବାଙ୍ଗାଲୋର)-ମୋ ମାମା ମୋର ବେଷ୍ଟ ଫ୍ରେଣ୍ଡ। ଯେତେ ଦୂରରେ ଥିଲେ ବି ମୁଁ ମାଆ ସହିତ ସବୁବେଳେ ଯୋଡ଼ି ହୋଇ ରହିଥାଏ। ତାକୁ ସବୁ କଥା କହିପାରେ। କିଛି ଜଟିଳ ପରିସ୍ଥିତି ଆସିବା ମାତ୍ରେ ମୋର ମାଆ କଥା ମନେପଡେ, ଆଉ ମୁଁ ତାକୁ ସାଙ୍ଗେ ସାଙ୍ଗେ ଫୋନ କରି କଥା ହେବା ପରେ ହିଁ ଶାନ୍ତି ପାଏ। ମାଆ ବିନା ମୁଁ କୌଣସି କାମରେ ସଫଳତା ାପଇବା କଥା ଭାବି ପାରେନି। – ସସ୍ମିତା ନାୟକ

 

ମାଆକୁ ହିଁ ଆଗୁଆ ପଦକ୍ଷେପ ନେବାକୁ ହେବ
– ପ୍ରଫେସର କଳ୍ପନା ସାହୁ
(ମନସ୍ତତ୍ତ୍ୱବିତ୍‌, ଜାଭିୟର ୟୁନିଭର୍ସିଟି, ଭୁବନେଶ୍ୱର)
ମାଆ ଝିଅଙ୍କର ସମ୍ପର୍କ ସବୁଠୁ ନିବିଡ଼ ସମ୍ପର୍କ। ଏହି ସମ୍ପର୍କ ବନ୍ଧୁତାର ରୂପ ନେବା ନିହାତି ଆବଶ୍ୟକ। ଝିଅ ସହିତ ଏଭଳି ଏକ ନିବିଡ଼ ବନ୍ଧନ ଗଢ଼ିବା ପାଇଁ ମାଆକୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିବ। ମାଆମାନଙ୍କୁ ହିଁ ସେଭଳି ଭାବରେ ଝିଅ ସହିତ ଆରମ୍ଭରୁ ମିଶିବାକୁ ହେବ ଯେପରି ଝିଅଟି ବଡ଼ ହେବା ପରେ ବି ତାର ମନ କଥା ଖୋଲି କହିପାରିବ। ଝିଅ ସହିତ ମାଆର ସାଙ୍ଗ ଭଳି ସମ୍ପର୍କ ସୃଷ୍ଟି ହେଲେ ଝିଅ ଜୀବନ ଅନେକାଂଶରେ ସୁଧୁରିଯିବ। ମାଆର ଉଚିତ୍‌ ପରାମର୍ଶ ଝିଅ ପାଇଁ ସୁରକ୍ଷା କବଚ ଭଳି କାମ କରିବ। କାରଣ ଝିଅ ବଡ଼ ହେଲା ପରେ ପରିବାରର ଅନ୍ୟମାନଙ୍କ ତୁଳନାରେ ମାଆ ଆଗରେ ହିଁ ନିଜର ସବୁ ପ୍ରକାରର ସମସ୍ୟାକୁ ଖୋଲି କହିପାରେ। ଏହା ସହିତ ଝିଅଟିଏ ସବୁ କଥା କହିପାରିଲେ ମାଆ ତାକୁ ଭୁଲ ଠିକ୍‌ର ମାର୍ଗ ଦେଖାଇପାରିବ। ତେଣୁ ଝିଅଟି କିଛି ଭୁଲ କରିବା ଆଗରୁ ହିଁ ସଚେତନ ହୋଇ ଜୀବନକୁ ସୁନ୍ଦର କରି ଗଢ଼ି ତୋଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri