Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଫ୍ରେଞ୍ଚ୍‌ ବିଶ୍ୱକପ ବିଜେତା ଲୌରେଣ୍ଟ ବ୍ଲାଙ୍କ୍‌ଙ୍କ ପ୍ରଶିକ୍ଷଣପ୍ରାପ୍ତ କାତାରର ଅଲ୍‌-ରାୟାନ ସହିତ ବୁଧବାର ଅନୁଷ୍ଠିତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖି ଗୋଆ ଉଲ୍ଲେଖନୀୟ ସଫଳତା ପାଇଛି। ଗୋଆର ପ୍ରଭାବୀ ପ୍ରଦର୍ଶନରେ ଚକିତ ହୋଇଥିଲେ ପୂର୍ବତନ ପ୍ୟାରିସ ସେଣ୍ଟ-ଜର୍ମନ ମ୍ୟାନେଜର ବ୍ଲାଙ୍କ୍‌। ଅଲ୍‌-ରାୟାନ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ ହେଁ ପୂରା ମ୍ୟାଚରେ ଗୋଆ ଦଳ ତାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା। ଗୋଆର ଯୁବ ଗୋଲକିପର ଧୀରଜ ସିଂ ୮୭ତମ ମିନିଟରେ ଚମତ୍କାର ସେଭ୍‌ କରି ପ୍ରତିପକ୍ଷ ଦଳର ଆଶାରେ ପାଣିଭରି ଦେଇଥିଲେ। ଇଶାନ ପଣ୍ଡିତଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା।
ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆଶାନୁରୂପ ଅଲ୍‌-ଆୟାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ୟାସିନେ ବ୍ରାହିମି ଆକ୍ରମଣର ନେତୃତ୍ୱ ନେଇଥିଲେ। ତେବେ ଗୋଆ ରକ୍ଷଣଭାଗ ଏହାର ସଫଳ ପ୍ରତିହତ କରିଥିଲା। ଏଫ୍‌ସି ଗୋଆର ଶୃଙ୍ଖଳିତ ଖେଳ ବିପକ୍ଷ ଦଳକୁ ନିରାଶ କରିଥିଲା। କୋଚ୍‌ ଜୁଆନ ଫେରାଣ୍ଡୋ ଦଳୀୟ ପ୍ରଦର୍ଶନରେ ବେଶ୍‌ ସନ୍ତୋଷ ପ୍ରକାଶ କରିଛନ୍ତି। ଏକ ପ୍ରିମିୟର ପ୍ରତିଯୋଗିତାରେ ଶକ୍ତିଶାଳୀ ଦଳ ବିପକ୍ଷରେ ସମକକ୍ଷ ପ୍ରଦର୍ଶନ କରି କ୍ଲିନ୍‌ ଶିଟ୍‌ ପାଇବା ବହୁତ ବଡ଼ କଥା। ୨୦୧୯-୨୦ ସିଜନରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ବିଜେତା ଶିଲ୍ଡ ହାସଲ କରି ଏଫ୍‌ସି ଗୋଆ ୨୦୨୧ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌ ଷ୍ଟେଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଅଲ୍‌-ରାୟାନ ବ୍ୟତୀତ ଗୋଆ ଅନ୍ୟତମ ଶକ୍ତିଶାଳୀ କ୍ଲବ ପେର୍ସେପୋଲିସ ଏଫ୍‌ସି (ଇରାନ) ଓ ଅଲ୍‌ ଓ୍ବାହଦା (ୟୁଏଇ)କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଗୋଆ ଶେଷଥର ପାଇଁ ଏକମାସ ପୂର୍ବରୁ ଆଇଏସ୍‌ଏଲ ପ୍ଲେ-ଅଫ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫୁଟ୍‌ବଲ ଖେଳିଥିଲା। ଅନ୍ୟପକ୍ଷରେ ଅଲ୍‌-ଆୟାନ ଷ୍ଟାର୍ସ ଲିଗ୍‌ରେ ଏହାର ଶେଷ ମ୍ୟାଚ ଏପ୍ରିଲ ୯ରେ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri