ଭାଜପାର ବିଶାଳ ସମାବେଶ: ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ

ସୋରଡା,୨୩।୧: ଭାଜପାର ଏକ ବିଶାଳ ସମାବେଶ ସ୍ଥାନୀୟ କରଡାବାଡି ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟା ମାଧବି ଭୁତ୍ତେ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନୀଳମଣି ବିଶୋଈ, ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶନୀ, ଘୁମୁସର ଜିଲା ସଭାନେତ୍ରୀ ମଧୁସ୍ମିତା ପୋଲେଇ, ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କୃଷକ ମୋର୍ଚ୍ଚା ସଭାପତି ରବୀନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ନେତୃବୃନ୍ଦ ଗୋପାଳ ପୂରାଶାସନରେ ପହଞ୍ଚିବା ପରେ ସରପଞ୍ଚ ଦେବରାଜ ମଲିକ ଏବଂ ତାଙ୍କ ସମର୍ଥକ ଏକ ବାଇକ୍‌ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନଓ୍ବଡି କର୍ମୀଙ୍କ ଧାରଣା ସ୍ଥଳକୁ ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ କରଡାବାଡି ସମାବେଶ ସ୍ଥଳକୁ ଯାଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ଯୋଜନାଗୁଡିକର ସଫଳ ରୂପାୟନ ପାଇଁ କର୍ମକର୍ତ୍ତା କର୍ମୀଙ୍କୁ କହିଥିଲେ। ଏପରିକି ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ। ଏପରି କି କେନ୍ଦ୍ର ସରକାରୀ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମଲିକ କହିଥିଲେ। ମଣ୍ଡଳ ସଭାପତି ବୁଲୁ ସାଇଁ, ଶିବ ଦିଗାଳ, ଭଗବାନ ମୁନି, ନଗର ସଭାପତି ଭି. ଜଗଦିଶ ରାଜୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସରପଞ୍ଚ ମଲିକ, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri