ଗଞ୍ଜି କିଣା ବିଜ୍ଞାପନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଜଗତ୍‌ସିଂହପୁର, ୧୨ା୧୨(ପ୍ରମୋଦ କୁମାର ନାୟକ):  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସାମାଜିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟରେ ସମ୍ପୃକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଛାତ୍ରୀଛାତ୍ରମାନେ କିପରି ନିଜର ଆତ୍ମବଳ ବୃଦ୍ଧି ସହ ଦକ୍ଷତା ପ୍ରତିପାଦିତ କରିପାରିବେ, ସେନେଇ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାମାଜିକ କାର୍ଯ୍ୟ ଆଦି କରାଯାଉଛି। ମହାବିଦ୍ୟାଳୟଠାରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ୟୁଥ ଫେଷ୍ଟିଭାଲ କରିବା ଯୋଜନା ରହିଛି। ଏନେଇ ବିଭିନ୍ନସ୍ତରରେ ସନ୍ତୋଷଜନକ ଅନୁଦାନ ଯୋଗାଇ ଦିଆଯାଇଛି। ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ଅନୁଯାୟୀ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ସ୍ମାରକ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏସ୍‌ଭିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ହୋଇଛି। ଡିସେମ୍ବର ୧୩ରେ ମହାବିଦ୍ୟାଳୟ ପରିସରରେ ଏହି ଉତ୍ସବର ଆୟୋଜନ ହେବାକୁ ଯାଉଛି। ଏହାପୂର୍ବରୁ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜି କିଣାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଡିସେମ୍ବର ୪ରେ ଏକ ଓଡ଼ିଆ ଦୈନିକ ଖବର କାଗଜରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେଉଁ ଫାର୍ମଗୁଡିକ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏସ୍‌ଭିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୯ା୧୨ା୨୩ ସୁଦ୍ଧା କଟନ ବାନିୟନ ଏକ୍ସଏଲ୍‌ ଏବଂ ଏକ୍ସଏକ୍ସଏଲ୍‌ ଗଞ୍ଜି ଯୋଗାଇ ପାରିବେ ସେମାନେ ଆବେଦନ କରିବେ। କିନ୍ତୁ ଗଞ୍ଜିରେ ‘ଆଇଓ୍ବାଇଡିପି ଏବଂ # ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା’ ଲେଖା ସହ ନିର୍ଦ୍ଦିଷ୍ଟ ରଙ୍ଗ ଥିବା ଦରକାର। କୋଟେଶନ୍‌ଗୁଡିକ ମହାବିଦ୍ୟାଳୟ କୋଟେସନ୍‌ ବକ୍ସରେ ୫ା୧୨ା୨୩ ସୁଦ୍ଧା ଯୋଗାଯୋଗ ନମ୍ବର ଏବଂ ଜିଏସ୍‌ଟି କୋଡ ସହ ପହଞ୍ଚତ୍ ପାରୁଥିବା ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ ଥିଲା। ତେବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ପର୍କରେ କେତେଜଣ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି, ବିଜ୍ଞାପନ ବାହାରିବାର ଦିନକ ଭିତରେ କୋଟେଶନ୍‌ ଦାଖଲ ପାଇଁ ସୁଯୋଗ ରହିବା ଆଦୌ ଗ୍ରହଣୀୟ ନୁହେଁ। କେବଳ ଏତିକି ନୁହେଁ, ୪ ତାରିଖରେ ବିଜ୍ଞାପନ ବାହାରିଥିଲେ ସୁଦ୍ଧା ୫ରେ ଅଷ୍ଟମୀ କାରଣରୁ ମହାବିଦ୍ୟାଳୟ ଛୁଟି ଥିଲା। ତେଣୁ ଏହି ଦିନ ଫାର୍ମଗୁଡ଼ିକ ମହାବିଦ୍ୟାଳୟ କୋଟେଶନ୍‌ ବକ୍ସରେ ଦାଖଲ କରିବା ସମ୍ଭବ ନୁହେଁ। ଅନ୍ୟପଟେ ଡିସେମ୍ବର ୯ ସୁଦ୍ଧା ଗଞ୍ଜି କିଣାଯିବା ପାଇଁ ବିଜ୍ଞାପନରେ ଉଲ୍ଲେଖ ରହିଛିି। କିନ୍ତୁ ତାହା ଏ ପର୍ଯ୍ୟନ୍ତ କିଣାଯାଇନାହିଁ। ମହାବିଦ୍ୟାଳୟ ପକ୍ଷରୁ ବିଜ୍ଞାପନ ଆଳରେ ଚଞ୍ଚକତା ପାଇଁ ଉଦ୍ୟମ ହୋଇଥିବା ଏହି ବ୍ୟକ୍ତିମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ଉପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ପାତ୍ରଙ୍କୁ ପଚାରିବାରୁ ସେ ଗଞ୍ଜି କିଣାଯିବା କଥା ଚୂଡାନ୍ତ ହୋଇଥିବା କହିଥିଲେ ସୁଦ୍ଧା ଅନ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଏପରି କି ନୋଡାଲ ଅଫିସର ଏ ବିଷୟରେ ଜାଣିଥିବା କହିଥିଲେ। ମହାବିଦ୍ୟାଳୟ ନୋଡାଲ ଅଫିସର ଡ. ଜ୍ୟୋତିରଞ୍ଜନ ସାମଲଙ୍କୁ ପଚାରିବାରୁ, ଆସନ୍ତା ୧୩ରେ ଉତ୍ସବ ପାଇଁ ୧୨୦୦ ପିସ୍‌ ଗଞ୍ଜି କିଣାଯିବ। ଅଧ୍ୟକ୍ଷଙ୍କ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବା ପରେ ୩ଟି ଫାର୍ମ (କଟକର ୨, ଜଗତ୍‌ସିଂହପୁର ୧) କୋଟେଶନ୍‌ ଦାଖଲ କରିଥିଲେ। ସେଥିମଧ୍ୟରୁ ଜଗତ୍‌ସିଂହପୁରର ଏକ ଫାର୍ମ ସର୍ବନିମ୍ନ ଦରରେ ଗଞ୍ଜି ଯୋଗାଇବା ପାଇଁ ସ୍ବୀକୃତି ଦେଇଛି। ତେଣୁ ଏହି ଫାର୍ମ ଗଞ୍ଜି ଯୋଗାଇବା ଚୂଡାନ୍ତ ହୋଇଛି। ଆସନ୍ତା ୧୩ ଭିତରେ ସମ୍ପୃକ୍ତ ଫାର୍ମ ଗଞ୍ଜି ଯୋଗାଇବ। କିନ୍ତୁ ବିଜ୍ଞାପନ ପ୍ରକାଶ ଓ ସେଥିରେ ଥିବା ତ୍ରୁଟି ସମ୍ପର୍କରେ ସେ ଅନଭିଜ୍ଞ। ଅଧ୍ୟକ୍ଷ ଏ ବାବଦରେ କହିପାରିବେ ବୋଲି ସାମଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri