ଦୁଃସାହସିକ ଅଭିଯାତ୍ରୀ

ବିସ୍ମୟ ବିଶ୍ୱ। ତା’ମଧ୍ୟରେ ଗୋଟିଏ ଗ୍ରହ ପୃଥିବୀ ଯେଉଁଠାରେ ମାନବସତ୍ତା ରହିଛି। ତେଣୁ ମଣିଷର ଅଭିଯାନ ଭୂମିଠାରୁ ଅନ୍ତରୀକ୍ଷ ଯାଏ ଅହରହ ଚାଲିଛି। ଅଦ୍ଭୁତ ଭୂଖଣ୍ଡ ଓ ପ୍ରକୃତି କୋଳରେ ଏଭଳି ସବୁଅଞ୍ଚଳ ରହିଛି, ଯାହାକୁ ସାଧାରଣ ଲୋକ ପହଞ୍ଚତ୍ବା କଷ୍ଟକର ହୋଇଥାଏ। ଯେଉଁମାନେ ସେଠାରେ ପହଞ୍ଚତ୍ଥାଆନ୍ତି ସେମାନଙ୍କୁ କୁହାଯାଇଥାଏ ଦୁଃସାହସିକ ଅଭିଯାତ୍ରୀ। ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଶିଖ୍‌ ଆର୍ମି ଅଫିସର କ୍ୟାପଟେନ୍‌ ହର୍‌ପ୍ରୀତ୍‌ ସାଉଥ୍‌ ପୋଲ ବା ଦକ୍ଷିଣ ମେରୁରେ ପହଞ୍ଚତ୍ ଗୌରବ ଅର୍ଜନ କରିଛନ୍ତି। ୩ ଜାନୁୟାରୀ ୨୦୨୨ରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିବା ପରେ ତାଙ୍କ ଦୁଃସାହସିକ ଅଭିଯାନ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଉତ୍କଣ୍ଠା ରହିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ ଯେ, ପୃଥିବୀର ଅକ୍ଷ ଘୂର୍ଣ୍ଣନ କରି ପୃଷ୍ଠଭୂମିକୁ ପରସ୍ପର ଛେଦ କରୁଥିବା ଦୁଇଟି ବିନ୍ଦୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ ମେରୁ। ପୃଥିବୀର ଦକ୍ଷିଣଶେଷ ବିନ୍ଦୁରେ ଦକ୍ଷିଣ ମେରୁଥିବା ବେଳେ ଏହାର ବିପରୀତରେ ରହିଛି ନର୍ଥ ପୋଲ୍‌ ବା ଉତ୍ତର ମେରୁ। ରେନାଲ୍ଡ ଅମୁଣ୍ଡସେନ୍‌ଙ୍କ ନେତୃତ୍ୱରେ ନରଓ୍ବେର ଏକ ଅନୁସନ୍ଧାନକାରୀ ଦଳ ୧୪ ଡିସେମ୍ବର ୧୯୧୧ରେ ପ୍ରଥମେ ଦକ୍ଷିଣ ମେରୁରେ ପହଞ୍ଚତ୍ଥିଲେ।
ହର୍‌ପ୍ରୀତ ୭ ଫେବୃୟାରୀ ୧୯୮୯ରେ ବିଟ୍ରେନ୍‌ର ଡେର୍‌ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ସେଣ୍ଟ ଜର୍ଜରୁ ସେ ୨୦୧୨ରେ ଫିଜିଓଥେରାପିରେ ବିଏସ୍‌ସି କରିଥିଲେ। ପରେ ଇଂଲଣ୍ଡର କୁଇନ୍‌ ମେରୀ ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ସ୍ପୋର୍ଟସ୍‌ ଆଣ୍ଡ୍‌ ଏକ୍ସରସାଇଜ୍‌ ମେଡିସିନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ମା’ଙ୍କୁ ଯେତେବେଳେ ୩୫ ବର୍ଷ ସେତେବେଳେ ପିତା ଛାଡ଼ପତ୍ର ଦେଇ ପଳାଇଥିଲେ। ତାଙ୍କ ଉପରେ ଦୁଇ ଭାଇ ପରଦୀପ୍‌ ସିଂ ଓ ଜାଗ୍‌ ଚାଣ୍ଡି ଅଛନ୍ତି। ପାରିବାରିକ ସମସ୍ୟା ଥାଇବି ହର୍‌ପ୍ରୀତ କ୍ୟାରିୟର ଗଢ଼ିବାରେ ହେଳା କରିନାହାନ୍ତି। ଅର୍ଥ ଉପାର୍ଜନ କରିବା ଲାଗି ସେ ୨୦୧୩ରେ ନଟିଙ୍ଗହାମ୍‌ର ନ୍ୟାଶନାଲ ହେଲ୍‌ଥ ମିଶନରେ ଜଣେ ଫିଜିଓଥେରାପିଷ୍ଟ ଭାବେ ଯୋଗ ଦେଇଥିଲେ। ସେଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ବ୍ରିଟିଶ୍‌ ଆର୍ମିରେ ଓସି ପିସିଆର୍‌ଏଫ୍‌ (ଅଫିସର କମାଣ୍ଡିିଂ ପଲିସି ଆଣ୍ଡ୍‌ ଚାର୍ଜିଂ ରୁଲ୍ସ ଫଙ୍କସନ) ଭାବେ ନିଯୁକ୍ତ ହୋଇଥିଲେ। ସେହିଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ଦକ୍ଷିଣ ସୁଦାନରେ ଜାତିସଂଘ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଥିଲେ। ଏହା ପରେ ସେ ବ୍ରିଟେନର ପ୍ରିଷ୍ଟୋନ୍‌ରେ କ୍ଲିନିକାଲ ଟ୍ରେନିଂ ଅଫିସର ଭାବେ କାର୍ଯ୍ୟ କଲା ବେଳେ ବହୁ ଯୁଦ୍ଧ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ। ୨୦୨୧ରେ ସେ ଆଣ୍ଟାର୍କଟିକା ଅଭିଯାନ ଲାଗି ନିଜକୁ ପ୍ରସ୍ତୁତ କଲେ। ୭ ନଭେମ୍ବର ୨୦୨୧ରେ ଦକ୍ଷିଣ ମେରୁରେ ପହଞ୍ଚତ୍ବା ଲକ୍ଷ୍ୟ ନେଇ ୧,୧୨୭ କିଲୋମିଟର ଏକ ସ୍ଲେଜ୍‌ରେ ନିଜ୍‌ କିଟ୍‌ ଧରି ୪୦ ଦିନ ଏକକୀ ଯାତ୍ରା କରିଥିଲେ। ସ୍ବପ୍ନ ସାକାର କରିବା ଲାଗି ତାଙ୍କ ଯାତ୍ରାରେ ବହୁ ପ୍ରତିକୂଳ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ସେଠାରେ ହାରାହାରି ତାପମାତ୍ରା ମାଇନସ୍‌ ୫୦ ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ଥିଲା ବୋଲି ହର୍‌ପ୍ରୀତି ତାଙ୍କ ବ୍ଲଗରେ ଉଲ୍ଲେଖ କରିଛନ୍ତି। ଏହି ଦୁଃସାହସିକ ଯାତ୍ରା କରିବା ଲାଗି ଫ୍ରାନ୍ସର ଆଲ୍ପସ୍‌ରେ କ୍ରେଭାସି (ଗଭୀର ଓ ଖୋଲା ଫାଟ) ତାଲିମ ନେଇଥିଲେ। ଏପରି ସେ ଆଇସ୍‌ଲାଣ୍ଡର ଲାଙ୍ଗଜୋକୁଲ୍‌ ଗ୍ଲେସିଆର୍‌ରେ ଟ୍ରେକିଂ କରିବା ସହ ଗ୍ରୀନ୍‌ଲାଣ୍ଡର ଆଇସ୍‌କ୍ୟାପ୍‌ରେ ୨୭ ଦିନ ରହିଥିଲେ।
ହର୍‌ପ୍ରୀତଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ଇଂଲଣ୍ଡର ସୁଟୋନ୍‌ ଟେନିସ୍‌ ଏକାଡେମୀରେ ଯୋଗ ଦେଇଥିଲେ। ପରେ ଚେକ୍‌ ରିପବ୍ଲିକ୍‌ ଯାଇ ନୋଭାକ୍‌ ଟେନିସ୍‌ ଏକାଡେମୀରେ ଦୁଇ ବର୍ଷ ପ୍ରଶିକ୍ଷଣ ନେଇଥିଲେ। ଆର୍ମି ଟେନିସ୍‌ ଚାମ୍ପସ୍‌ ଆଓ୍ବାର୍ଡ ପାଇବା ପରେ ଅନ୍ୟାନ୍ୟ କଷ୍ଟକର ଯାତ୍ରାରେ ଯିବାକୁ ନିଜକୁ ପ୍ରସ୍ତୁତ କରିଥିଲେ। ହର୍‌ପ୍ରୀତ ବିଭିନ୍ନ ମାରାଥନ୍‌ରେ ଅଂଶ ଗ୍ରହଣ କରି ନିଜ ଶାରୀରିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ତାଙ୍କ ଶ୍ରେଷ୍ଠ ଅଭିଯାନ ଦକ୍ଷିଣ ମେରୁରେ ପ୍ରଦର୍ଶିତ ହୋଇଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri