ସଂସଦରେ ବ୍ୟଭିଚାର, ଅଷ୍ଟ୍ରେଲିଆରେ ୬୩ ପ୍ରତିଶତ ମହିଳା ସାଂସଦ-କର୍ମଚାରୀଙ୍କୁ ଯୌନ ନିର୍ଯାତନା…

ମେଲବୋର୍ନ,୧।୧୨: ମହିଳା ସାଂସଦ ଏବଂ କର୍ମଚାରୀଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଏକ ସମ୍ବେଦନଶୀଳ ମାମଲା ଅଷ୍ଟ୍ରେଲିଆ ସଂସଦରେ ସାମ୍ନାକୁ ଆସିଛି। ପ୍ରତି ତିନିଜଣ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ପ୍ରକାଶିତ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଷ୍ଟ୍ରେଲୀୟ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ, ସଂସଦ ଭିତରେ ପ୍ରାୟ ୬୩ ମହିଳା ସାଂସଦ ଏବଂ ଅନ୍ୟ କର୍ମଚାରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ମଙ୍ଗଳବାର ସଂସଦରେ ଦିଆଯାଇଥିବା ରିପୋର୍ଟର ଜବାବରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାକୁ ଭୟଙ୍କର ବୋଲି କହିଛନ୍ତି।

ମୋରିସନ କହିଛନ୍ତି, ’ଏହି ବିଲ୍ଡିଂରେ କାମ କରୁଥିବା ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଏହି ପରିସଂଖ୍ୟାନ ନେଇ ଭୟଭୀତ ଓ ବିବ୍ରତ। ସେ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏନେଇଈ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ରିପୋର୍ଟରେ ୩୩ ଭିନ୍ନ ଭିନ୍ନ ସଂଗଠନର ୧୭୨୩ ଜଣ କହିଛନ୍ତି ଯେ, ସଂସଦ ଭିତରେ ୩୩ ପ୍ରତିିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିଜ ଜୀବନ କାଳ ମଧ୍ୟରେ ଥରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିପରି ୫୧ ପ୍ରତିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିର୍ଯାତନା କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଛନ୍ତି।

ରିପୋର୍ଟରେ କେତେକ ମହିଳା ସାଂସଦ ଏବଂ କର୍ମଚାରୀ ସର୍ଭେ ସମୟରେ ନିଜ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିବା ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲୀୟ ସଂସଦର ପୂର୍ବତନ କର୍ମଚାରୀ ବ୍ରିଟାନି ହିଙ୍ଗିସ୍‌ ଅଭିଯୋଗ କରିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ସହକର୍ମୀ ତାଙ୍କୁ ବଳାତ୍କାର କରିଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ବଳାତ୍କାର କରିଥିଲେ।

ପୀଡିତା  ଏହା ଉପରେ ଗଠନ କରାଯାଇଥିବା ଆୟୋଗରେ ଅଭିଯୋଗ କରିଛନ୍ତି।  ହିଙ୍ଗିସଙ୍କ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବହୁ ମହିଳା ସାଂସଦ ଏବଂ କର୍ମଚାରୀ ସେମାନଙ୍କ ସହ ଯୌନ ଶୋଷଣ ଏବଂ ଅସଦାଚରଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?