ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା ଅଗ୍ରିମ ବାବଦକୁ ୨୬ ଜିଲାକୁ ୫୦ କୋଟି ଟଙ୍କା ଆବଣ୍ଟିତ ହୋଇସାରିଛି। ଏହାବାଦ୍‌ କପଡ଼ା ଓ ବାସନକୁସନ ପାଇଁ ଯଥାକ୍ରମେ ୧୨,୫୨,୮୦୦ ଟଙ୍କା ଏବଂ ୧୩,୯୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଯାଜପୁର ଜିଲାକୁ ସର୍ବାଧିକ ଘରଭଙ୍ଗା ଅଗ୍ରିମ ବାବଦକୁ ୩୨ କୋଟି ୧ ଲକ୍ଷ ୪୨ ହଜାର ୬୦୦ ଟଙ୍କା, କପଡା ବାବଦକୁ ୮ ଲକ୍ଷ ୨୬ ହଜାର ୨୦୦ ଟଙ୍କା ଏବଂ ବାସନକୁସନ ବାବଦକୁ ୯ ଲକ୍ଷ ୧୮ ହଜାର ଟଙ୍କା ମିଳିଛି। କିନ୍ତୁ ବିଡ଼ମ୍ବନା ଯେ, ଘର ହରାଇଥିବା ଲୋକ ଏଯାଏ ଘର ନିର୍ମାଣ ପାଇଁ ଅଗ୍ରିମ ବାବଦକୁ ଟଙ୍କାଟିଏ ବି ପାଇ ନାହାନ୍ତି। ଲୋକ ସେବା ପାଇଁ ପ୍ରଶାସନ ପକ୍ଷରୁ କେବଳ ତାଲିକା ପ୍ରସ୍ତୁତ କରାଯାଇ ଦାୟିତ୍ୱ ସମ୍ପାଦନ କରାଯାଇଛି ବୋଲି ବନ୍ୟା ପ୍ରଭାବିତମାନେ ପ୍ରକାଶ କରିଛନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ, ୨୭ ଜିଲାର ୨୦୮ ବ୍ଲକର ୧୦,୩୫୦ ଗ୍ରାମ ଓ ୩୦ ସହରାଞ୍ଚଳର ପାଖାପାଖି ୩୮.୯୦ ଲକ୍ଷ ଲୋକ ଗତ ଅଗଷ୍ଟ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏଥିରେ ଗୁହାଳ ସହ ୭୮,୧୩୭ ଘର କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟ ୧ ଲକ୍ଷ ୭୩ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି। ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଘରଭଙ୍ଗା ଅଗ୍ରିମ, କପଡ଼ା ଓ ବାସନକୁସନ ପାଇଁ ଉପରୋକ୍ତ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ଉକ୍ତ ବୈଠକର ବିବରଣୀରେ ଦର୍ଶାଯାଇଛି। କିନ୍ତୁ ଯାଜପୁର ଜିଲାର ୧,୯୭,୫୨୧ ଜଣ ବନ୍ୟା ପ୍ରଭାବିତ ଲୋକଙ୍କୁ ୫୦୦ ଟଙ୍କା ଲେଖାଏ ସହାୟତା ଏବଂ ୯୮,୭୬୦ କୁଇଣ୍ଟାଲ ଚାଉଳକୁ ବାଦ୍‌ ଦେଲେ ଅନ୍ୟ କୌଣସି ରିଲିଫ୍‌ ମିଳିନାହିଁ ବୋଲି ଜଣାପଡିଛି। ଜିଲାର ୨୫୮ ପଞ୍ଚାୟତର ୧୨୪୪ ଗ୍ରାମ ଓ ଯାଜପୁର ପୌରାଞ୍ଚଳ ପ୍ରଭାବିତ ହୋଇଥିଲା। ୮୨୦ ଗ୍ରାମ ଜଳବନ୍ଦୀ ହୋଇଥିଲାବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୨ ପକ୍କା ଘର ସମ୍ପୂର୍ଣ୍ଣ ଭାବେ, ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ ଭାବେ, ୨୧,୧୧୬ କଚ୍ଚା ଘର ଆଂଶିକ ଭାବେ, ୩୪୪୧ କୁଡିଆ ଓ ୧୪,୮୯୦ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତିଗ୍ରସ୍ତ ପରିବାର ଏଯାଏ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। ଲୋକଙ୍କ ସେବା ପାଇଁ ସରକାରୀ ତହବିଲରୁ ଘରଭଙ୍ଗା ଅଗ୍ରିମ ବାବଦକୁ ଯାଜପୁର ଜିଲା ପାଇଁ ୩୨ କୋଟି ଟଙ୍କା ଆସିଛି। କିନ୍ତୁ ଏହି ଟଙ୍କା ବିପନ୍ନଙ୍କ ନିକଟକୁ ପହଞ୍ଚି ନ ପାରିବା ଦୁର୍ଭାଗ୍ୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅଧିକାରୀ ଓ କର୍ମଚାରୀମାନେ ଅସହାୟକଙ୍କ ଦୁଃଖ ପ୍ରତି ସାମାନ୍ୟତମ ସମ୍ବେଦନ ନ ଥିବା ଏଥିରୁ ମନେହେଉଛି। ଏ ସଂକ୍ରାନ୍ତରେ ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri