ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା ଅଗ୍ରିମ ବାବଦକୁ ୨୬ ଜିଲାକୁ ୫୦ କୋଟି ଟଙ୍କା ଆବଣ୍ଟିତ ହୋଇସାରିଛି। ଏହାବାଦ୍‌ କପଡ଼ା ଓ ବାସନକୁସନ ପାଇଁ ଯଥାକ୍ରମେ ୧୨,୫୨,୮୦୦ ଟଙ୍କା ଏବଂ ୧୩,୯୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଯାଜପୁର ଜିଲାକୁ ସର୍ବାଧିକ ଘରଭଙ୍ଗା ଅଗ୍ରିମ ବାବଦକୁ ୩୨ କୋଟି ୧ ଲକ୍ଷ ୪୨ ହଜାର ୬୦୦ ଟଙ୍କା, କପଡା ବାବଦକୁ ୮ ଲକ୍ଷ ୨୬ ହଜାର ୨୦୦ ଟଙ୍କା ଏବଂ ବାସନକୁସନ ବାବଦକୁ ୯ ଲକ୍ଷ ୧୮ ହଜାର ଟଙ୍କା ମିଳିଛି। କିନ୍ତୁ ବିଡ଼ମ୍ବନା ଯେ, ଘର ହରାଇଥିବା ଲୋକ ଏଯାଏ ଘର ନିର୍ମାଣ ପାଇଁ ଅଗ୍ରିମ ବାବଦକୁ ଟଙ୍କାଟିଏ ବି ପାଇ ନାହାନ୍ତି। ଲୋକ ସେବା ପାଇଁ ପ୍ରଶାସନ ପକ୍ଷରୁ କେବଳ ତାଲିକା ପ୍ରସ୍ତୁତ କରାଯାଇ ଦାୟିତ୍ୱ ସମ୍ପାଦନ କରାଯାଇଛି ବୋଲି ବନ୍ୟା ପ୍ରଭାବିତମାନେ ପ୍ରକାଶ କରିଛନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ, ୨୭ ଜିଲାର ୨୦୮ ବ୍ଲକର ୧୦,୩୫୦ ଗ୍ରାମ ଓ ୩୦ ସହରାଞ୍ଚଳର ପାଖାପାଖି ୩୮.୯୦ ଲକ୍ଷ ଲୋକ ଗତ ଅଗଷ୍ଟ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏଥିରେ ଗୁହାଳ ସହ ୭୮,୧୩୭ ଘର କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟ ୧ ଲକ୍ଷ ୭୩ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି। ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଘରଭଙ୍ଗା ଅଗ୍ରିମ, କପଡ଼ା ଓ ବାସନକୁସନ ପାଇଁ ଉପରୋକ୍ତ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ଉକ୍ତ ବୈଠକର ବିବରଣୀରେ ଦର୍ଶାଯାଇଛି। କିନ୍ତୁ ଯାଜପୁର ଜିଲାର ୧,୯୭,୫୨୧ ଜଣ ବନ୍ୟା ପ୍ରଭାବିତ ଲୋକଙ୍କୁ ୫୦୦ ଟଙ୍କା ଲେଖାଏ ସହାୟତା ଏବଂ ୯୮,୭୬୦ କୁଇଣ୍ଟାଲ ଚାଉଳକୁ ବାଦ୍‌ ଦେଲେ ଅନ୍ୟ କୌଣସି ରିଲିଫ୍‌ ମିଳିନାହିଁ ବୋଲି ଜଣାପଡିଛି। ଜିଲାର ୨୫୮ ପଞ୍ଚାୟତର ୧୨୪୪ ଗ୍ରାମ ଓ ଯାଜପୁର ପୌରାଞ୍ଚଳ ପ୍ରଭାବିତ ହୋଇଥିଲା। ୮୨୦ ଗ୍ରାମ ଜଳବନ୍ଦୀ ହୋଇଥିଲାବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୨ ପକ୍କା ଘର ସମ୍ପୂର୍ଣ୍ଣ ଭାବେ, ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ ଭାବେ, ୨୧,୧୧୬ କଚ୍ଚା ଘର ଆଂଶିକ ଭାବେ, ୩୪୪୧ କୁଡିଆ ଓ ୧୪,୮୯୦ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତିଗ୍ରସ୍ତ ପରିବାର ଏଯାଏ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। ଲୋକଙ୍କ ସେବା ପାଇଁ ସରକାରୀ ତହବିଲରୁ ଘରଭଙ୍ଗା ଅଗ୍ରିମ ବାବଦକୁ ଯାଜପୁର ଜିଲା ପାଇଁ ୩୨ କୋଟି ଟଙ୍କା ଆସିଛି। କିନ୍ତୁ ଏହି ଟଙ୍କା ବିପନ୍ନଙ୍କ ନିକଟକୁ ପହଞ୍ଚି ନ ପାରିବା ଦୁର୍ଭାଗ୍ୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅଧିକାରୀ ଓ କର୍ମଚାରୀମାନେ ଅସହାୟକଙ୍କ ଦୁଃଖ ପ୍ରତି ସାମାନ୍ୟତମ ସମ୍ବେଦନ ନ ଥିବା ଏଥିରୁ ମନେହେଉଛି। ଏ ସଂକ୍ରାନ୍ତରେ ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri