ପ୍ରଶାସନ-ପଥର ମାଫିଆ ଛକାପଞ୍ଝା

ଢେଙ୍କାନାଳ ଅଫିସ, ୨୦।୯ – ପ୍ରଶାସନ ଆଖିରେ ଧୂଳିଦେଇ ସୁରକ୍ଷିତ ଭାବେ ପଥର ଚୋରା ଚାଲାଣ କରିବାକୁ କରାଯାଇଛି ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌। ତହସିଲ କର୍ମଚାରୀଙ୍କ ଉପରେ ନଜର ରଖୁଛନ୍ତି ପଥର ମାଫିଆ। ଚଢ଼ାଉ ପାଇଁ ଯାଉଥିବା ଗାଡ଼ିର ନମ୍ବର କ’ଣ, ଏହା କେଉଁ ରାସ୍ତାରେ ଯାଉଛି, ପଥର ଖାଦାନଠାରୁ କେତେ ଦୂରରେ ରହିଛି ସେ ସମ୍ପର୍କିତ ସବିଶେଷ ସୂଚନା ତତ୍‌କ୍ଷଣାତ୍‌ ଗ୍ରୁପ୍‌ରେ ଦିଆଯାଉଛି। ଟେକ୍ନୋଲୋଜିର ଅପବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲା ପ୍ରଶାସନକୁ ତଥ୍ୟ ମିଳିଛି। ଏହାପରେ ପ୍ରଶାସନ ଏବଂ ପଥର ଚାଲାଣକାରୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଆହୁରି ତୀବ୍ର ହୋଇଛି। ତହସିଲ ପକ୍ଷରୁ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଥିବାବେଳେ ପଥର ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।
ବେଆଇନ ପଥର ଖାଦାନରୁ ଚୋରା ଚାଲାଣ ରୋକିବା ପାଇଁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରଶାସନ, ରାଜସ୍ବ ବିଭାଗ, ପୋଲିସର ଘନଘନ ଚଢ଼ାଉ ପଥର ଚାଲାଣକାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଏଥିରୁ ବର୍ତ୍ତିବାକୁ ଓଡ଼ାପଡ଼ା ତହସିଲ ଅଞ୍ଚଳର ଚୋରା ପଥର ବ୍ୟବସାୟୀ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିଥିବା ଜଣାପଡ଼ିଛି। ଗତ ୮ ତାରିଖରେ ଉକ୍ତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ଜଣେ ସଦସ୍ୟଙ୍କ ମୋବାଇଲ ଜବତ କରାଯିବା ପରେ ଚୋରାପଥର ଚାଲାଣ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିଛି। ମୋବାଇଲ ଯାଞ୍ଚରୁ ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀମାନେ ବ୍ୟବହାର କରୁଥିବା ବୋଲେରୋ (ନଂ. ଓଡ଼ି ୦୬ ସି ୩୧୦୯) କୁଆଡ଼େ ଯାଉଛି ସେ ସମ୍ପର୍କରେ ଭଏସ୍‌ ରେକର୍ଡିଂ ଏବଂ ଚାଟ୍‌ ମାଧ୍ୟମରେ ସୂଚନା ଦିଆଯାଉଥିବା ଜଣାପଡ଼ିଛି। ଏ ନେଇ ତହସିଲଦାର ସାଗରିକା ସାହୁ ମୋଟଙ୍ଗା ଥାନାରେ ବିଧିବଦ୍ଧ ଅଭିଯୋଗ କରିବା ସହିତ ଜବତ ମୋବାଇଲକୁ ପୋଲିସ ଜିମାରେ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ ମଧ୍ୟ କରାଯାଇଛି ା ଥାନାରେ ନଂ. ୧୯୦/୨୦ରେ ମାମଲା ରୁଜୁ ହୋଇଛି। ସେହିପରି ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅସନବାହାଳି ଏବଂ ଟୋଲରପଶି ଅଞ୍ଚଳର ଜଙ୍ଗଲ ଜମିକୁ ଦୈନିକ ୬୦ରୁ ୭୦ ଗାଡିରେ ବ୍ୟାପକ ପଥର ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ଶନିବାର ସକାଳେ ଓଡ଼ାପଡ଼ା ତହସିଲ ଅଧୀନ ରାଣୀବଣିଆ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ୫ ପଥର ବୋଝେଇ ଟିପ୍ପର ଜବତ କରାଯାଇଛି। ଜବତ ଟିପ୍ପରକୁ ଗୁଡିଆକାଟେଣୀସ୍ଥିତ ପୋଲିସ ବିଟ୍‌ ହାଉସ ଜିମା ଦିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ତହସିଲଦାର ସାଗରିକା ସାହୁ, ରାଜସ୍ବ ବିଭାଗ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।
ଏ ନେଇ ଉପଜିଲାପାଳ କୁହନ୍ତି, ଓଡାପଡା ତହସିଲ ଅଞ୍ଚଳରେ ପଥର ମାଫିଆମାନେ ମୋବାଇଲ ଫୋନ୍‌ରେ ମା’ ରାମଚଣ୍ଡୀ ଗ୍ରୁପ୍‌ ନାମକ ଏକ ଗ୍ରୁପ୍‌ କରିଛନ୍ତି। ସେମାନେ ପ୍ରଶାସନିକ ଅଧିକାରୀଙ୍କ ଉପରେ ନଜର ରଖୁଛନ୍ତି। ତଥାପି ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ମୋଟଙ୍ଗା ଥାନାଧିକାରୀ ସରୋଜିନୀ ସାମ୍ବାଡ୍‌ କୁହନ୍ତି, ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri