ଲେଫ୍ରିପଡ଼ା,୧୮।୧୧(ଡ଼ି.ଏନ.ଏ. ): ଲେଫ୍ରିପଡ଼ା ବ୍ଲକର ବାଢୁନଝରିଆରେ ଏମ୍ଜିଏନ୍ଆର୍ଇଜିଏସ୍ ଦୁର୍ନୀତି ଘଟଣାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ଅଭିଯୋଗ ହେଉଛି। ବାଢୁନଝରିଆ ମୁଖ୍ୟ କେନାଲଠାରୁ ମାଝୀ କୁଦର ରାସ୍ତାର ଉନ୍ନତିକରଣ ସହ ଗାର୍ଡୱାଲ ଏବଂ ସିଡ଼ି ନିର୍ମାଣ ଏମ୍ଜିଏନ୍ଆର୍ଇଜିଏସ୍ରେ କୌଣସି କାମ ନ ହୋଇ ଟଙ୍କା ଉଠାଣ ହୋଇଥିବା ନେଇ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣ ପରେ ସେହି ଘଟଣାକୁ ଚାପି ଦେବା ନେଇ ତତ୍କ୍ଷଣାତ ବିନା ଶ୍ରମିକ ଡିମାଣ୍ଡ କିମ୍ବା ବିନା ମାଷ୍ଟର ରୁଲ ବାହାର କରି ସାଲେଟିକ୍ରା ଗ୍ରାମର ଶ୍ରମିକଙ୍କ ଦ୍ୱାରା ମାଟି ବୁହାଯାଇ ସୂଚନା ଫଳକ ତିଆରି ହୋଇଥିଲା। ଖବର ପ୍ରକାଶନ ପରେ ଦୋଷ ଲୁଚାଇବା ନେଇ ଦୁଇ ତିନି ଦିନ ବାଦ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା। କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଥିବା ବେଳେ ତଦନ୍ତ ସମୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଉକ୍ତ କାମରେ ଶ୍ରମିକମାନଙ୍କ ଦ୍ୱାରା ଖୋଳାଯାଇଥିବା ନଅ ଶହରୁ ଊର୍ଦ୍ଧ୍ୱ ମାଟି ଗାତ ଦେଖାଇବା ପାଇଁ କହିଥିଲେ । ସେହି କାର୍ଯ୍ୟସ୍ଥଳୀରେ ସେତିକି ପରିମାଣର ମାଟି ଗାତ ନ ଥିବାରୁ ଘଟଣାରେ ଦୁର୍ନୀତି ହୋଇଥିବା ଜାଣି ପାରିଥିଲେ। ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ବାଢୁନଝରିଆ ଗ୍ରାମବାସୀ ଏବଂ ଗିରିଙ୍ଗକେଲା ପଞ୍ଚାୟତର ୱାର୍ଡ ସଭ୍ୟାସଭ୍ୟ ଦୁର୍ନୀତିରେ ଜଡିତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଆରଏସ୍ଙ୍କୁ ପଞ୍ଚାୟତରୁ ବଦଳି କରିବା ନେଇ ବ୍ଲକ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମ୍ପୃକ୍ତ କାର୍ଯ୍ୟ କରାଇଥିବା ଗାଁ ସାଥୀ ବିନିତା ଭୋଇଙ୍କ ଉପରେ ବିଡ଼ିଓ ଜନ୍ମେଜୟ ବେହେରା ୧ଲକ୍ଷ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଭରଣା ପାଇଁ ଆଦେଶ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ପରେ ସେହି ଦୁର୍ନୀତିରେ ଜଡିତ ଥିବା କିଛି ଅସାଧୁ କର୍ମଚାରୀ ଏବଂ ସେହି ବାଢୁନଝରିଆ ଗ୍ରାମର ଦୁର୍ନୀତିରେ ଜଡିତ ଥିବା ବ୍ୟକ୍ତିବିଶେଷ ଉଦ୍ଦେଶ୍ୟ ମୂଳକ ଭାବେ ବାଢୁନଝରିଆ ଗ୍ରାମରେ ଗତ ୨୦୨୦-୨୧ଆର୍ଥିକ ବର୍ଷରେ ହୋଇଥିବା ସନ୍ତୋଷ ଅମାତଘର ଠାରୁ ରାହାସ ମଣ୍ଡପ ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ପୁରୁଣା କାମକୁ ଅନିୟମିତତା ହୋଇଥିବା ନେଇ ମୁଖ୍ୟ କେନାଲଠାରୁ ମାଝୀକୁଦର ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ବିନା କାମ କରି ଟଙ୍କା ଫାଙ୍କି ଥିବା ଶ୍ରମିକମାନଙ୍କ ଦସ୍ତଖତ ନେଇ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁରୁଣା କାମକୁ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଉଦ୍ଦେଶ୍ୟମୂଳକ ଭାବେ ସମ୍ପୃକ୍ତ ଗାଁ ସାଥୀ ନକୁଳ ଡନସନାଙ୍କ ଉପରେ ଦୋଷ ଲଦି ପ୍ରଥମେ ୨ଲକ୍ଷ ୩୦ ହଜାର ଟଙ୍କା ଭରଣା କରିବାକୁ ଆଦେଶ ପ୍ରଦାନ କରାଯାଇଥିଲା। ପରେ ସମ୍ପୃକ୍ତ ଗାଁ ସାଥୀ ପକ୍ଷରୁ କାର୍ଯ୍ୟ କରିଥିବା କନିଷ୍ଠ ଯନ୍ତ୍ରୀ ଏବଂ ଜିଆର୍ଏସ୍ ବ୍ଲକରେ କାର୍ଯ୍ୟରତ ଥିବାରୁ ତାଙ୍କରି ଉପସ୍ଥିତିରେ ତଦନ୍ତ କରିବାକୁ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଣି ଥରେ ସେହି ପୁରୁଣା କାର୍ଯ୍ୟକୁ କାର୍ଯ୍ୟ କରିଥିବା କନିଷ୍ଠ ଯନ୍ତ୍ରୀ ଏବଂ ଜିଆରଏସକୁ ବାଦ ଦେଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ କୌଣସି କଥା ବ୍ଲକ ପ୍ରଶାସନ ନ ଶୁଣି ମୁହଁ ବନ୍ଦ କରିବା ପାଇଁ କୁହାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ପୁଣି ଥରେ ସମ୍ପୃକ୍ତ ଗାଁ ସାଥୀଙ୍କୁ ୧ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଭରଣା କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଆଦେଶ ପ୍ରଦାନ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସେହି ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟଟି ପୁରୁଣା କାର୍ଯ୍ୟ ହୋଇଥିବା ବେଳେ ପଞ୍ଚାୟତ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ କରାଯାଇ ସୋସିଆଲ ଅଡିଟ ସରିଥିବା ବେଳେ ସେହି ସମୟରେ ସବୁ ଠିକ ଠାକ ରହିଥିଲା। ସୋସିଆଲ ଅଡିଟ ଟିମ ମଧ୍ୟ ସେହି ସମୟରେ କାର୍ଯ୍ୟସ୍ଥଳୀକୁ ଯାଇ ପରିଦର୍ଶନ କରିଥିଲେ । ସେତେବେଳେ ସେହି କାର୍ଯ୍ୟରେ କୌଣସି ଅଭିଯୋଗ ହୋଇ ନ ଥିଲା । ବର୍ତ୍ତମାନ ସେହି କାର୍ଯ୍ୟରେ ଅଭିଯୋଗ ହେବାରୁ ବ୍ଲକ ପ୍ରଶାସନର ତଦନ୍ତ କ୍ରମେ ଅନିୟମିତତା ହୋଇଥିବା ଘଟଣା ଜଣାପଡିଛି। ଯଦି ସେହି କାର୍ଯ୍ୟରେ ଅନିୟମିତତା ହୋଇଛି ତା ହେଲେ ଏମ୍ଜିଏନ୍ଆର୍ଇଜିଏସ୍ ନିୟମାନୁଯାୟୀ କନିଷ୍ଠ ଯନ୍ତ୍ରୀ, ଜିଆରଏସ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏଠାରେ ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ବଞ୍ଚାଇ କେବଳ ଗାଁ ସାଥୀଙ୍କ ମୁଣ୍ଡରେ ଟଙ୍କା ଭରଣା ନିର୍ଦ୍ଦେଶ ପ୍ରଦାନ କରି ବାହାବା ନେଉଥିବା ଦେଖା ଦେଇଛି। ରାଜ୍ୟର ବିଭିନ୍ନ ବ୍ଲକରେ ଏମ୍ଜିଏନ୍ଆର୍ଇଜିଏସ୍ ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଟଙ୍କା ଭରଣା ସହିତ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ବେଳେ ଲେଫ୍ରିପଡା ବ୍ଲକରେ ବ୍ଲକ ପ୍ରଶାସନ ଚୁପ କାହିଁକି ବୋଲି ଅଞ୍ଚଳବାସୀ ପ୍ରତିକ୍ରିୟା ଦେଇଛନ୍ତି। ଏଠାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ନେଇ ବିଭିନ୍ନ ମହଲରୁ ପ୍ରକାଶ ପାଇଛି। ଅପରପକ୍ଷରେ ଗାଁ ସାଥୀ ବିନିତା ଭୋଇଙ୍କୁ ପ୍ରତିକ୍ରିୟା ସକାଶେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନାହିଁ । ଗାଁ ସାଥୀ ନକୁଳ ଡନସନାଙ୍କୁ ପଚାରିବାରୁ ମୁଁ କୌଣସି ଟଙ୍କା ଆତ୍ମସାତ କରି ନାହିଁ । କାର୍ଯ୍ୟରେ ଶ୍ରମିକମାନେ କାମ କରିଛନ୍ତି । ମଜୁରୀ ବାବଦକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରି ବିଲ୍ କରି ଶ୍ରମିକଙ୍କ ନିଜ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଶ୍ରମିକମାନେ ଟଙ୍କା ପାଇଛନ୍ତି । ଏହି କାର୍ଯ୍ୟର ପଞ୍ଚାୟତସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇ ସୋସିଆଲ ଅଡିଟ କରାଯାଇଛି। ସେତେବେଳେ ମଧ୍ୟ କାର୍ଯ୍ୟ ଉପରେ କୌଣସି ଅଭିଯୋଗ ନ ଥିଲା । ଏହା ମୋ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ ଭାବେ କେତେକ କୁଚକ୍ରୀ ଷଡ଼ଯନ୍ତ୍ର କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରାଯାଇ ବଦନାମ କରାଯାଉଛି। ଅନ୍ୟ ପକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ବେହେରାଙ୍କୁ ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଗାଁ ସାଥୀମାନଙ୍କୁ ଟଙ୍କା ଭରଣା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

