ପ୍ରଶାସନ, ନେତାଙ୍କୁ ଅଭିଯୋଗ ଭୟ ଘାରୁଛି

ଜଗତ୍‌ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଚଳଚଞ୍ଚଳ ହୋଇଉଠିଛି। ପାଣ୍ଡିଆନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ପ୍ରଶାସନ ଓ ବିଜେଡି ନେତାମାନେ ପୁରା ଦମରେ ଲାଗି ପଡ଼ିଛନ୍ତି। କିନ୍ତୁ ଜିଲାରେ ୫-ଟି ସଚିବଙ୍କ ଏକାଧିକ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାହା ପ୍ରଘଟ କରାଯାଉନାହିଁ। ଏପରି କି ଗଣମାଧ୍ୟମକୁ ମଧ୍ୟ ଗସ୍ତ ସୂଚୀ ଲୁଚାଯାଉଛି। କାହିଁକି ଏବଂ କେଉଁ କାରଣରୁ ଏଭଳି କରାଯିବାକୁ ଚେଷ୍ଟା ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, କାଳେ ଲୋକେ ଜିଲାରେ ହେଉଥିବା ଦୁର୍ନୀତି ଓ ମନମାନି କଥା ୫-ଟି ସଚିବଙ୍କ ଆଗରେ ଫେରାଦ ହୋଇଯିବେ ସେଥିନେଇ ବେସ ସତର୍କତା ଅବଲମ୍ବନ କରାଯାଉଛି। ଏହାସତ୍ତ୍ବେ ବିଭିନ୍ନ ମାଧ୍ୟମରେ ଜିଲାର କେତେକ ସଚେତନ ନାଗରିକ ୫-ଟି ସଚିବଙ୍କ ଗସ୍ତ ସୂଚୀ ସଂଗ୍ରହ କରି ଅଭିଯୋଗ ଓ ବିକାଶମୂଳକ ନୂଆ ଯୋଜନା ଉପରେ ପ୍ରସ୍ତାବ ଦେବାକୁ ମନସ୍ଥ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତ୍ରୁଟି ନ ହେବା ପାଇଁ ଘନ ଘନ ବୈଠକ ଚାଲିଛି। ଯେହେତୁ ଏହା ଭିତରେ ୫-ଟି ସଚିବ ଯେଉଁସବୁ ଜିଲାକୁ ଗସ୍ତ କରିଛନ୍ତି ସେଠାରେ ଏକାଧିକ ଆକର୍ଷଣୀୟ ପ୍ରକଳ୍ପ ଘୋଷଣା କରିଛନ୍ତି, ତେଣୁ ଜଗତ୍‌ସିଂହପୁରକୁ ଅନୁରୂପ କିଛି ପ୍ରକଳ୍ପ ମିଳିବାର ଆଶା ଉଦ୍‌ଜୀବିତ ହୋଇଥିବାରୁ ଲୋକେ ଖୁସି ଅଛନ୍ତି।
୫-ଟି ସଚିବ ୨୯ ଓ ୩୦ ତାରିଖ ୨ ଦିନ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ ସହ ଲୋକଙ୍କ ସହ ସମ୍ପର୍କ ରଖିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତା’ ଉପରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୀରବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦେବା ପାଇଁ ନିର୍ଦ୍ଦେଶ ନ ଥିବାରୁ କହିହେବ ନାହିଁ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଏପରି କି କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ହ୍ବାଟ୍ସଆପ୍‌ ଗ୍ରୁପରେ ଏହି ୨ ଦିନ କୌଣସି ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ବାଇଟ୍‌ ଦେଇପାରିବେ ନାହିଁ। କେବଳ ପ୍ରେସ୍‌ ରିଲିଜ୍‌ ଏବଂ ଫଟୋଗ୍ରାଫ୍‌ ସମୟ ଅନୁସାରେ ସେୟାର କରିହେବ ବୋଲି ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଅନ୍ଧାରରେ ରଖାଯିବା ପାଇଁ ବାସ୍ତବରେ ଉପରୁ ନିର୍ଦ୍ଦେଶ ଅଛି କି ଜିଲା ପ୍ରଶାସନ ଲୁଚାଇବାକୁ ଚେଷ୍ଟା କରୁଛି ତାହା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଜେଡି ବରିଷ୍ଠ ନେତାମାନେ ସେମାନଙ୍କ ଦଳୀୟ ନେତା ଓ କର୍ମୀଙ୍କୁ କେଉଁଭଳି ପ୍ରସ୍ତୁତ ରହିବାକୁ ପଡ଼ିବ ତା’ ଉପରେ ଟିପ୍ସ ଦେଇଛନ୍ତି। ସରକାରୀ ଭାବେ ମଧ୍ୟ ନାନା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଭିତରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ପ୍ରମୁଖ ଜିଲାରେ ସବୁକିଛି ସ୍ବାଭାବିକ ଚାଲିଥିବା ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ୫-ଟି ସଚିବ ଯେଉଁସବୁ ସ୍ଥାନ ଗସ୍ତ କରିବାର ଅଛି ସେସବୁ କାର୍ଯ୍ୟକୁ କ୍ରୀୟାଶୀଳ କରି ଦିଆଯାଇଛି। ଯେପରି ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ନାହିଁ ବୋଲି ବାରି ହେବ। ପୋଲିସ, ପ୍ରଶାସନ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯେଉଁଭଳି ସକ୍ରିୟ ହେଉଛନ୍ତି ତାହା ସାରା ଜିଲାରେ ନିଆରା ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri