ପ୍ରଶାସନକୁ ସମ୍ଭାଳିବ ଏମିତି

ଯାଜପୁର ଅଫିସ,୨୯ା୭: ଓଡ଼ିଶାରେ ପ୍ରଶାସନକୁ ସମ୍ଭାଳିବାର ଅଭିନବ ଢଙ୍ଗ ଏବେ ପଦାକୁ ଆସିଛି। ବେଦାନ୍ତ କମ୍ପାନୀର ଆଭ୍ୟନ୍ତରୀଣ ଇ-ମେଲ୍‌ ଯୋଗାଯୋଗରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ରାଜ୍ୟବ୍ୟାପୀ ଏହି ପଦ୍ଧତିରେ ଘରୋଇ କମ୍ପାନୀମାନେ ବିଭିନ୍ନ ସରକାରୀ ବିଭାଗକୁ ହାତରେ ରଖି ଜନସାଧାରଣଙ୍କୁ ଦମନ କରିପାରୁଛନ୍ତି। ପୂର୍ବରୁ ଶୁଣିବାକୁ ମିଳୁଥିଲା ‘ପୈସା କ୍ୟା ନା କରେ କାମ୍‌’, ଏବେ ଏହି ଢଗର ସତ୍ୟାସତ୍ୟ ପ୍ରମାଣିତ ହୋଇଛି।
ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ପରିଚାଳିତ ଫେକର ଓସ୍ତପାଳ ଖଣିର ଇ-ମେଲ୍‌ ଯୋଗାଯୋଗରୁ ଏକ ଭିତିରି ତଥ୍ୟ ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଯଥା କାଳିଆପାଣି ଥାନାଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଡେପୁଟି ଡାଇରେକ୍ଟର୍‌ ଅଫ୍‌ ମାଇନ୍ସ କାର୍ଯ୍ୟାଳୟ ପ୍ରମୁଖ ବେଦାନ୍ତଠାରୁ ମାସିକ ଅର୍ଥରାଶି ପାଉଥିବା ଉକ୍ତ ଇ-ମେଲ୍‌ ଦର୍ଶାଉଛି। ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର ପି.ଜି. ସୁରେଶ କୁମାରଙ୍କୁ ୧୩ା୧୧ା୨୦୨୦ ଅପରାହ୍ନ ୧ଟା ୫୩ ମିନିଟ ୨୩ ସେକେଣ୍ଡରେ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ର ପଠାଇଛନ୍ତି ଉକ୍ତ ଇ-ମେଲ୍‌। ବେଦାନ୍ତ ଖଣିରେ ଆଇନଶୃଙ୍ଖଳା ପରିସ୍ଥିତି, ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ମୂଲ୍ୟବାନ କ୍ରୋମାଇଟ ଖଣି ଉତ୍ତୋଳନ ପ୍ରକ୍ରିୟାକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ଏମିତି ସମ୍ଭାଳୁଥିବାରୁ ସାଧାରଣ ଲୋକେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏନେଇ ୧୩ା୭ା୨୦୨୧ରେ ଅଭିଯୋଗକାରୀ ଆର୍‌.କେ. ସିଂ ଇ-ମେଲ୍‌୍‌ ଯୋଗେ ଡିଜିପି ଅଭୟ, ରାଜ୍ୟ ଭିଜିଲାନ୍ସ ଡାଇରେକ୍ଟର ଯଶୱନ୍ତ ଜେଠୱା, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ରାହୁଲ ପି.ଆର.ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଓ ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସରଙ୍କ ଇ-ମେଲ୍‌ ସମେତ ଉପରୋକ୍ତ ସରକାରୀ ଅଧିକାରୀଙ୍କ ଟେଲିଫୋନ କଲ୍‌ ରେକର୍ଡ ଯାଞ୍ଚ କରାଗଲେ ଏହିସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ସିଂ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଗତ ନଭେମ୍ବରରୁ ଜାନୁୟାରୀ, ୩ ମାସ ମଧ୍ୟରେ ଓସ୍ତପାଳ ଖଣିରୁ ୧୫ ଲକ୍ଷ ଘନମିଟର ବର୍ଜ୍ୟପାଣି ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌) ବାହାରେ ସିଧାସଳଖ ଡମଶାଳା ନାଳାରେ ଛାଡ଼ିଥିବା ନେଇ ସିଂ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ରେ ଅଭିଯୋଗ କରିଥିଲେ। କିନ୍ତୁ ମାସିକ ଅନୁକମ୍ପା ଯୋଗୁ ଏସ୍‌ପିସିବିର ତଦନ୍ତ ରିପୋର୍ଟ କମ୍ପାନୀ ସପକ୍ଷରେ ଯାଇଥିବା ସିଂ ଅଭିଯୋଗ କରିଛନ୍ତି।
ଫେରୋ ଆଲଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର) ନାମରେ ଥିବା ଓସ୍ତପାଳ ଏବଂ କଳରଙ୍ଗିଅଟା କ୍ରୋମାଇଟ ଖଣି ଉତ୍ତୋଳନ କାର୍ଯ୍ୟ ବେଦାନ୍ତ କମ୍ପାନୀ ଦ୍ୱାରା ୨୦୨୦ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହାପରେ ଖଣି ଗର୍ତ୍ତଠାରୁ ପ୍ରାୟ ୨୦ ମିଟର ଦୂରରେ ଥିବା ବିପଜ୍ଜନକ ଡମ୍ପ୍‌ ଏବଂ ଦୀର୍ଘମାସ ଧରି ଖଣି ଭିତରେ ଥିବା ବର୍ଜ୍ୟଜଳ ପରିଚାଳନାକୁ ନେଇ ବେଦାନ୍ତ ଅଡୁଆରେ ପଡ଼ିଥିଲା। ଏଥିଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବାକୁ ଯାଇ କାଳିଆପାଣି ଥାନାଧିକାରୀ, ପ୍ରଦୂଷଣ ସମସ୍ୟାରୁ ମୁକୁଳିବାକୁ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଏବଂ ଖଣି ଉତ୍ତୋଳନରେ ବ୍ୟାପକ ତୋସରପାତ କରିବା ନିମନ୍ତେ ଖଣି ବିଭାଗ ସହ ଅନୈତିକ ସମ୍ପର୍କ କରାଯାଇଥିବା ଉକ୍ତ ଇ-ମେଲ୍‌୍‌ରୁ ସ୍ପଷ୍ଟ ହେଉଛି। ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସରଙ୍କୁ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲ୍‌ରେ ଆହୁରି ଦର୍ଶାଇଛନ୍ତି ଯେ, ଗତ ନଭେମ୍ବର ୯ ତାରିଖର ଇ-ମେଲ୍‌ରେ ସେ ତାଙ୍କର ଅସୁବିଧା ସମ୍ପର୍କରେ ଜଣାଇଥିଲେ। କିଛି ଦିନ ହେଲା ନିର୍ଦ୍ଦିଷ୍ଟ ଅର୍ଥ ପାଇ ନ ଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମାସିକ ଆବଶ୍ୟକତାକୁ ପୂରଣ କରାଯାଇ ପାରିନାହିଁ। ତେଣୁ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଅର୍ଥ ଦେଇଯିବାକୁ ଫୋନ କରି କହୁଛନ୍ତି। ଏହାକୁ ବିଳମ୍ବ କରାଗଲେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ବେଦାନ୍ତର ୨ ଖଣି ଉପରେ ବୈଧାନିକ ସମସ୍ୟା ଛିଡ଼ା କରିପାରନ୍ତି। ତେଣୁ ସରକାରୀ ଅଧିକାରୀଙ୍କ ସହ ଏଭଳି କାରବାର କରିବାକୁ ବେଦାନ୍ତର ଅନ୍ୟ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇପାରେ ବୋଲି ପାତ୍ର ତାଙ୍କ ଇ-ମେଲ୍‌ରେ ଦର୍ଶାଇଥିଲେ। ଏ ସଂକ୍ରାନ୍ତରେ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଦୈନିକ ଶତାଧିକ ଇ-ମେଲ୍‌ ହେଉଛି। ତେଣୁ ସେଭଳି ଇ-ମେଲ୍‌ ସମ୍ପର୍କରେ ତାଙ୍କର କିଛି ମନେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri